ଓଡିଶା

odisha

By ETV Bharat Odisha Team

Published : Jan 26, 2024, 7:00 AM IST

ETV Bharat / state

ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ପରିଦର୍ଶନ କଲେ ଆଇଏଏସ ବ୍ୟାଚ୍, ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା

2023 Trainee IAS officers in Puri tour: ପୁରୀକୁ ଗସ୍ତରେ ଆସିଛନ୍ତି ୨୦୨୩ ବ୍ୟାଚ୍ର ନୂତନ ଆଇଏଏସ୍ ଅଧିକାରୀ ଦଳ । ତାଳବଣିଆ ସ୍ଥିତ ଓ୍ବାଟକୋ ଅଫିସରେ ଡ୍ରିଙ୍କ ଫର୍ମ ଟ୍ୟାପ୍ ସମ୍ପର୍କରେ କଲେ ଆଲୋଚନା । ଅଧିକ ପଢନ୍ତୁ

ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ପରିଦର୍ଶନ କଲେ ଆଇଏଏସ ବ୍ୟାଚ୍, ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା
ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ପରିଦର୍ଶନ କଲେ ଆଇଏଏସ ବ୍ୟାଚ୍, ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା

ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ପରିଦର୍ଶନ କଲେ ଆଇଏଏସ ବ୍ୟାଚ୍, ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା

ପୁରୀ: ପୁରୀକୁ ଗସ୍ତରେ ଆସିଛନ୍ତି ୨୦୨୩ ବ୍ୟାଚର ନୂତନ ଆଇଏଏସ୍ ଅଧିକାରୀ ଦଳ । ଏହି ନୂତନ ଆଇଏଏସ୍ ଅଧିକାରୀମାନେ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ସହିତ ସେମାନେ ପୁରୀ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ କୋଣାର୍କ ବୁଲି ଦେଖିଛନ୍ତି । ଏହି କ୍ରମରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ପ୍ରଶାସନିକ କାର୍ଯ୍ୟର ପ୍ରକ୍ରିୟା ଦେଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାରତରେ ପ୍ରଥମ ଥର ପାଇଁ ଡ୍ରିଙ୍କ ଫର୍ମ ଟ୍ୟାପ୍ ଯୋଜନା ପୁରୀରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ଏନେଇ ତାଳବଣିଆ ସ୍ଥିତ ଓ୍ବାଟକୋ ଅଫିସରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଳ ସାଥୀରେ କାର୍ଯ୍ୟ କରୁଥିବା ମହିଳାମାନେ ଏହି ନୂଆ ଆଇଏଏସ୍ ଅଧିକାରୀ ମାନଙ୍କୁ ସ୍ବାଗତ କରିବା ସହ ତାଙ୍କ ସହ ଡ୍ରିଙ୍କ ଫର୍ମ ଟ୍ୟାପ୍ ସମ୍ପର୍କରେ ଆଲୋଚନା କରିଥିଲେ । ପୁରୀ ଓ୍ବାଟକୋର ଜିଏମ୍ ଭବାନୀ ଶଙ୍କର ମହାନ୍ତି ଏହି ଆଇଏଏସ୍ ଅଧିକାରୀ ମାନଙ୍କୁ ଡ୍ରିଙ୍କ ଫର୍ମ ଟ୍ୟାପ୍ ଯୋଜନା ସମ୍ପର୍କରେ ଭିଡିଓ ଓ ପିପିଟି ଜରିଆରେ ବିଭିନ୍ନ ତଥ୍ୟ ଦେଇ ଅବଗତ କରାଇଥିଲେ । ଡ୍ରିଙ୍କ ଫର୍ମ ଟ୍ୟାପ୍ ଯୋଜନାରେ ପୁରୀ ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କିଭଳି ହେଉଛି ଏବଂ ଏହାର ପରିଚାଳନା କେଉଁ ଢଙ୍ଗରେ କରାଯାଉଛି, ଏହାଦ୍ବାରା ଜନସାଧାରଣ କିଭଳି ଉପକୃତ ହେଉଛନ୍ତି ସେନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ଓ୍ବାଟକୋ ମ୍ୟାନେଜର ।

ଏହା ମଧ୍ୟ ପଢନ୍ତୁ... ଜଗା ପ୍ରେମରେ ବିଦେଶୀ, ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ ସହ କଲେ ମନ୍ଦିର ପରିକ୍ରମା

ଭାରତରେ ପ୍ରଥମ ଥର ପାଇଁ ଡ୍ରିଙ୍କ ଫର୍ମ ଟ୍ୟାପ୍ ଯୋଜନା ପୁରୀ ସହରରେ ଅତି ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ ଆଇଏଏସ୍ ଅଧିକାରୀ ମାନେ ବେଶ୍ ଖୁସି ପ୍ରକଟ କରିଥିଲେ । ଏଥିସହ ଏହି ଯୋଜନା କିଭଳି ଆଗାମୀ ଦିନରେ ଅନ୍ୟ ସହରରେ କାର୍ଯ୍ୟକାରୀ ହୋଇପାରିବ ସେଦିଗରେ ମଧ୍ୟ ଆଲୋଚନା କରିଥିଲେ । ତେବେ ଡ୍ରିଙ୍କ ଫର୍ମ ଟ୍ୟାପ୍ ଭଳି ଏକ ଅଭିନବ ଯୋଜନା ଗରିବୀ ଲୋକମାନେ ବେଶ୍ ଉପକୃତ ହେଉଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନକୁ ଏହି ନୂଆ ଆଇଏଏସ୍ ଅଧିକାରୀ ମାନେ ଖୁବ୍ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details