ETV Bharat / health

ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - Fasting with diabetes - FASTING WITH DIABETES

Can you fast if you have Diabetes: ଡାଇବେଟିସ୍ ରୋଗୀ ଉପବାସ କରିପାରିବେ କି ? ଏହାଦ୍ବାରା ଶରୀରରେ କେମିତି ପଡେ ପ୍ରଭାବ ? ଭଲ ହୁଏ ନା ଖରାପ ? ଜାଣନ୍ତୁ ଏନେଇ କ'ଣ ରିସର୍ଚ୍ଚ

ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ
ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ (ETV Bharat Getty Image)
author img

By ETV Bharat Health Team

Published : Sep 28, 2024, 1:36 PM IST

Updated : Sep 28, 2024, 2:23 PM IST

Fasting with diabetes: ହିନ୍ଦୁ ହେଉ କି ମୁସଲମାନ ଅବା ଜୈନ, ବିଭିନ୍ନ ଧର୍ମର ଈଶ୍ବର ଉପାସନା ପାଇଁ ଉପବାସ ବ୍ରତ ବିଧି ରହିଛି । ତାହା ହିନ୍ଦୁମାନଙ୍କ ଜନ୍ମାଷ୍ଟମୀ ଓ ଜାଗର ଆଦି ବିଭିନ୍ନ ପୂଜାପାର୍ବଣ ହେଉ ନହେଲେ ମୁସଲିମମାନଙ୍କ ରୋଜା, ଏହା ବହୁ କାଳରୁ ପ୍ରଚଳିତ । ଉପବାସ କରିବା ଦ୍ବାରା ଅନେକାଂଶରେ ଶରୀରକୁ ଫାଇଦା ମିଳିଥାଏ । ହେଲେ ଡାଇବେଟିସ୍ ପୀଡିତ ରୋଗୀ ଏହି ଉପବାସ କରିବା ଉଚିତ୍ କି ? ଯଦି ରଖନ୍ତି ତାହେଲେ ଶରୀରରେ କେମିତି ପ୍ରଭାବ ପଡେ ? ଜାଣନ୍ତୁ ଏହି ଖବରରେ

ଯଦି କେହି ବ୍ୟକ୍ତି ଉପବାସ ରଖୁଛନ୍ତି ଏବଂ ତାଙ୍କର ବ୍ଲଡ ସୁଗାର ହାଇ ରହିଛି, ତାହେଲେ ଅଳ୍ପ ପାଣି ପିଇ ଉପବାସ ଭାଙ୍ଗିବା ଉଚିତ୍ । ନହେଲେ ଉପବାସ ସମୟରେ କେମିତି ନିଜର ବ୍ଲଡ ସୁଗାର ଠିକ୍ ଭାବେ କଣ୍ଟ୍ରୋଲ କରିବେ ସେ ସମ୍ପର୍କରେ ଡାକ୍ତର ସହ ଆଲୋଚନା କରନ୍ତୁ । ଆପଣଙ୍କୁ ଡାଇବେଟିସ୍ ଥିଲେ ଏବଂ ଆପଣ ନିର୍ଜଳା ଉପବାସ ରଖିବାକୁ ଚାହୁଁଥିଲେ, ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ହେବ । ଖାସ୍ କରି ଯଦି ଆପଣଙ୍କୁ ନିଜ ସୁଗାର ସ୍ତର କଣ୍ଟ୍ରୋଲ କରିପାରିବେ ବୋଲି ବିଶ୍ବାସ ନଥାଏ, ତାହେଲେ ଆଦୌ ଉପବାସ କରନ୍ତୁ ନାହିଁ ।

ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ
ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ (ETV Bharat)

ଉପବାସ ସମୟରେ ଶରୀରରେ କ'ଣ ହୁଏ ?

ଉପବାସ ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ଆପଣ କେତେ ସମୟ ଏହି ଉପବାସ ରଖୁଛନ୍ତି ତାହା ଉପରେ ନିର୍ଭର କରେ । ସାଧାରଣତଃ ଆପଣଙ୍କ ଶରୀର ଶେଷ ଭୋଜନ ଗ୍ରହଣ କରିବାର 8 ଘଣ୍ଟା ବା ତା'ଠାରୁ ଅଧିକ ସମୟ ପରେ ଉପବାସ ସ୍ଥିତିରେ ପ୍ରବେଶ କରିଥାଏ ବା ଏହାକୁ ଉପବାସ ବୋଲି କୁହାଯାଇପାରେ । ଏପରି ସ୍ଥିତିରେ ଶରୀର ପ୍ରଥମେ ଏନର୍ଜି ପାଇଁ ସଂରକ୍ଷିତ ଥିବା ଗ୍ଲୁକୋଜ ଉପଯୋଗ କରେ ଏବଂ ଏହାପରେ ବଡି ଫ୍ୟାଟ (ଚର୍ବି)କୁ ଭାଙ୍ଗି ବ୍ୟବହାର କରିଥାଏ । ଯାହାଫଳରେ କାର୍ଯ୍ୟ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ ।

ଉପବାସ ସମୟରେ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ:

ଉପବାସ ସମୟରେ ଆପଣଙ୍କ ଖାଦ୍ୟପେୟ ସ୍ବାଭାବିକ ହୋଇନଥାଏ । ତେଣୁ ଖାଦ୍ୟରେ ସନ୍ତୁଳନ ରକ୍ଷା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ନିଜ ଭୋଜନରେ ସାମିଲ କରନ୍ତୁ । ଯଦି ଆପଣଙ୍କ ଡାଇବେଟିସ୍ ଅଛି ଏବଂ ଉପବାସ କରୁଛନ୍ତି, ତାହେଲେ ଧୀରେ ଧୀରେ ଅବଶୋଷିତ ହେଉଥିବା ଖାଦ୍ୟ (ଯାହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍) ଗ୍ରହଣ କରିବା ଭଲ । ଏହିଭଳି ଖାଦ୍ୟ ଖାଇବା ଦ୍ବାରା ପେଟ ଭର୍ତ୍ତି ହେବା ଭଳି ଅନୁଭବ ହେବ ଏବଂ ଉପବାସ ସମୟରେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ ରହିବାରେ ସହାୟକ ହେବ । ତେବେ ସେହି ଖାଦ୍ୟରେ କେତେ କାର୍ବୋହାଇଡ୍ରେଟ ରହୁଛି ତା' ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆପଣ ଫଳ, ପନିପରିବା ଓ ସାଲାଡ ଖାଇପାରିବେ ।

ଉପବାସ ଭାଙ୍ଗିଲା ପରେ ମିଠା ଜାତୀୟ ଖାଦ୍ୟ, କେକ୍, ତେଲ ଛଣା ଭଳି ଚର୍ବି ଥିବା ଖାଦ୍ୟପଦାର୍ଥ କମ୍ ମାତ୍ରାରେ ଖାଆନ୍ତୁ । ଖାଦ୍ୟ ରାନ୍ଧିବା ବେଳେ ଅଳ୍ପ ତେଲ ବ୍ୟବହାର କରନ୍ତୁ ଏବଂ ଖାଦ୍ୟକୁ ସିଝାଇ, ଗ୍ରୀଲ କରି କିମ୍ବା କମ୍ ଫ୍ରାଏ କରି ଖାଇବା ପାଇଁ ଚେଷ୍ଟା କରନ୍ତୁ । ଡିହାଇଡ୍ରେସନ ନହେବା ପାଇଁ ସୁଗାର ଫ୍ରି ପାନୀୟ ପିଇବା ଉଚିତ୍ । ଆପଣ ସାଧା ପାଣି କିମ୍ବା ଡାଏଟ ଫିଜି ଡ୍ରିଙ୍କ୍ସ ପିଇପାରିବେ ।

ଉପବାସ ବେଳେ ସ୍ବାସ୍ଥ୍ୟର ଯତ୍ନ:

ଯଦି ଆପଣ ଉପବାସ କରୁଛନ୍ତି ତାହେଲେ ନିଜର ବ୍ଲଡ ସୁଗାର ସ୍ତର ଉପରେ ନଜର ରଖିବା ଉଚିତ୍ । କାରଣ ଉପବାସ ସମୟରେ ସୁଗାର ସ୍ତର ଖୁବ୍ କମିଯିବାର ଆଶଙ୍କା ଥାଏ, ଯାହାକୁ 'ହାଇପୋଗ୍ଲାଇସେମିଆ' (Hypoglycaemia) କୁହନ୍ତି । ବିଶେଷକରି ଆପଣ ଅସୁସ୍ଥ ଥିଲେ କିମ୍ବା ଡାଇବେଟିସ୍ ପାଇଁ ଇନସୁଲିନ ଓ ଔଷଧ ଖାଉଥିଲେ ସୁଗାର ସ୍ତର ଅଧିକ ହ୍ରାସ ପାଇ ସମସ୍ୟା ହୋଇପାରେ । ତେଣୁ ଏନେଇ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଉପବାସ ବେଳେ ହାଇପୋଗ୍ଲାଇସେମିଆ ଲକ୍ଷଣ ଦେଖାଗଲେ, (ଯେମିତିକି- ଦେହ ଥରିବା, ଅଧିକ ଝାଳ ବୋହିବା ଓ ଦ୍ବନ୍ଦ ହେବା) ତୁରନ୍ତ ନିଜର ଉପବାସ ବ୍ରତ ଭାଙ୍ଗିବା ଉଚିତ୍ ଏବଂ ସୁଗାର ସ୍ତର ସ୍ବାଭାବିକ କରିବା ପାଇଁ ଗ୍ଲୁକୋଜ ଟାବଲେଟ କିମ୍ବା କୌଣସି ମିଠା ପାନୀୟ ସେବନ କରିପାରିବେ । ଏହାପରେ କିଛି ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବେ ।

ବଢିପାରେ ବ୍ଲଡ ସୁଗାର:

ଉପବାସ ସମୟରେ ଆପଣଙ୍କ ବ୍ଲଡ ସୁଗାର ସ୍ତର ବଢିବାର ମଧ୍ୟ ସମ୍ଭାବନା ଥାଏ, ଏହାକୁ ହାଇପରଗ୍ଲାଇସେମିଆ (Hyperglycaemia) କହନ୍ତି । ଯାହାଫଳରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ସୁଗାର ହାଇ ହେଲେ ଅଧିକ ଶୋଷ ଲାଗିବା, ପରିସ୍ରା ହେବା ଓ ଅତ୍ୟଧିକ ଥକ୍କାପଣ ଅନୁଭବ ଭଳି ଲକ୍ଷଣମାନ ଦେଖାଯାଏ । ତେଣୁ ଯଦି ଆପଣଙ୍କ ବ୍ଲଡ ସୁଗାର ସ୍ତର ଅଧିକ ଥାଏ ଓ ଏସବୁ ଲକ୍ଷଣ ଦେଖାଯାଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେଥିପାଇଁ ଉପବାସ ଆରମ୍ଭ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ସହ ଯୋଗାଯୋଗ କରି ଉପବାସ ବେଳେ କେମିତି ମେଡିସିନ ଖାଇବେ ଓ ନିଜର ସୁଗାର ସ୍ତର ନିୟନ୍ତ୍ରଣ କରିବେ ପରାମର୍ଶ ନିଅନ୍ତୁ ।

Ref- https://www.diabetes.org.uk/guide-to-diabetes/enjoy-food/eating-with-diabetes/fasting#:~:text=Can%20you%20fast%20if%20you,to%20look%20after%20yourself%20properly.

ଏହା ମଧ୍ୟ ପଢନ୍ତୁ: ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର - Oral cancer

ଏହା ମଧ୍ୟ ପଢନ୍ତୁ: ଲାଇଫଷ୍ଟାଇଲ ବଦଳାଇ ହୋଇପାରିବ କି ଡାଇବେଟିସ୍ କଣ୍ଟ୍ରୋଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ - Can lifestyle changes help diabetes

ଏହା ମଧ୍ୟ ପଢନ୍ତୁ: ରାତିରେ ଭାତ ଖାଉଥିଲେ ହୋଇପାରେ ଏସବୁ ସ୍ବାସ୍ଥ୍ୟ ସମସ୍ୟା - Eating rice at night

Last Updated : Sep 28, 2024, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.