ETV Bharat / health

ପୁରୁଷଙ୍କ ହାର୍ଟଆଟାକ୍‌ କାରଣ ହେଉଛି କି ପେଟର ଚର୍ବି, କ'ଣ କହୁଛି ରିସର୍ଚ୍ଚ ? - Can Belly Fat Causes Heart Attack

author img

By ETV Bharat Health Team

Published : 2 hours ago

Can Belly Fat Causes Heart Attack: ଆଜିକାଲି ଅସ୍ବାସ୍ଥ୍ୟକର ଲାଇଫଷ୍ଟାଇଲ ଯୋଗୁଁ ହାର୍ଟଆଟାକ୍ ମାମଲା ବଢିବାରେ ଲାଗିଛି । ତେବେ ଆପଣ ଜାଣନ୍ତି କି, ପେଟର ଚର୍ବି ପୁରୁଷଙ୍କ ମଧ୍ୟରେ ହାର୍ଟଆଟାକ୍ କାରଣ ହୋଇପାରେ । ପେଟରେ ଚର୍ବି ବଢିଲେ ହୃଦଘାତ ଆଶଙ୍କା ବୃଦ୍ଧି ପାଇଥାଏ । ପଢନ୍ତୁ ପୁରା ଖବର

ପେଟରେ ଚର୍ବି ବଢିଲେ ହୋଇପାରେ ହାର୍ଟଆଟାକ କାରଣ
ପେଟରେ ଚର୍ବି ବଢିଲେ ହୋଇପାରେ ହାର୍ଟଆଟାକ କାରଣ (Canva)

Can Belly Fat Causes Heart Attack: ପେଟର ଚର୍ବି ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । ଏହାକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । 35ରୁ 69 ବର୍ଷ ବୟସର ପୁରୁଷଙ୍କ ପେଟରେ ଅଧିକ ଚର୍ବି ଜମା ହେବା ହାର୍ଟଆଟାକ୍‌ର କାରଣ ହୋଇଥାଏ । ହେଲେ ଆଜିକାଲି ଏହା କମ୍ ବୟସର ଲୋକଙ୍କ ସହ ମଧ୍ୟ ଘଟୁଛି । ଆଗରୁ 40 ବର୍ଷରୁ କମ୍ ବୟସର ଲୋକଙ୍କୁ ହାର୍ଟଆଟାକ୍ ଆସିବା କ୍ବଚିତ୍ ଥିଲା । କିନ୍ତୁ ଏବେ ଅସ୍ବାସ୍ଥ୍ୟକର ଲାଇଫଷ୍ଟାଇଲ ଯୋଗୁଁ ହାର୍ଟଆଟାକ୍ ଶିକାର ହେଉଥିବା 5 ଜଣରୁ ଜଣେ ରୋଗୀ 40 ବର୍ଷରୁ କମ୍ ବୟସର ଅଟନ୍ତି । ଉଦବେଗର ବିଷୟ ଯେ, 20ରୁ 30 ବର୍ଷ ବୟସରେ ହାର୍ଟଆଟାକ୍ ବା ହୃଦଘାତ ଆସିବା ଏବେ ସାଧାରଣ ହୋଇଗଲାଣି । ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ କେମିତି କେହି ଜିମ୍ କଲାବେଳେ କିମ୍ବା ନାଚିବା, ଗୀତ ଗାଇବା ସମୟରେ ହୃଦଘାତରେ ଟଳି ପଡୁଛି ।

ହାର୍ଟଆଟାକ ଶିକାର ହୋଇଥିବା 20ରୁ 30 ବର୍ଷ ବୟସର ରୋଗୀମାନେ ବୟସ୍କ ରୋଗୀଙ୍କ ଭଳି ସମାନ ବିପଦର ସାମ୍ନା କରିଥାନ୍ତି । ଥରେ ହାର୍ଟଆଟାକ୍ ଆସିଲେ ଆପଣଙ୍କ ବୟସ ଯାହା ହୋଇଥାଉ ନା କାହିଁକି ଅନ୍ୟାନ୍ୟ ହୃଦଜନିତ ରୋଗ କିମ୍ବା ଷ୍ଟ୍ରୋକରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ବଢିଯାଏ । ତେବେ କାହିଁକି ପେଟରେ ଚର୍ବି ହୁଏ, ଏହାଦ୍ବାରା କ'ଣ ବିପଦ ରହିଥାଏ ଏବଂ କେମିତି ଏହି ଚର୍ବି କମାଇବେ ଜାଣନ୍ତୁ

ପେଟରେ ଚର୍ବି ବଢିଲେ ଏହି ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ:

  • ହାଇ ବ୍ଲଡପ୍ରେସର
  • ହୃଦରୋଗ
  • ଷ୍ଟ୍ରୋକ
  • ଫ୍ୟାଟି ଲିଭର
  • ରକ୍ତରେ ଅନହେଲ୍‌ଦି ଫ୍ୟାଟ ଅଧିକ ମାତ୍ରା
  • ହାଇ ବ୍ଲଡ ସୁଗାର ବା ଡାଇବେଟିସ୍
  • କ୍ୟାନ୍ସର
  • ଅକାଳ ମୃତ୍ୟୁ
  • ସ୍ଲିପ ଏପନିଆ (Sleep apnea)

କେଉଁ ବ୍ୟକ୍ତିର ଓଜନ କେତେ ହେବ, ତାହା ମୁଖ୍ୟତଃ 4ଟି ବିଷୟ ଉପରେ ନିର୍ଭର କରେ

  • ପ୍ରତିଦିନ କେତେ କ୍ୟାଲୋରୀ ଖାଉଛନ୍ତି
  • କେତେ କ୍ୟାଲେରୀ ବର୍ଣ୍ଣ କରୁଛନ୍ତି
  • ବୟସ
  • ଜେନେଟିକ୍ସ

ଯେଉଁ ଲୋକ ନିୟମିତ ଭାବେ ପ୍ରତିଦିନ ଯେତିକି କ୍ୟାଲୋରୀ କମାଉଛନ୍ତି ହେଲେ ତା' ଠାରୁ ଅଧିକ ଖାଇବା ପିଇବା କରୁଛନ୍ତି ସେମାନଙ୍କ ପେଟରେ ଚର୍ବି ଜମା ହେବା ସହ ଅତିରିକ୍ତ ଓଜନ ବଢିବାର ସମ୍ଭାବନା ଅଧିକ ରହିଥାଏ । ବୟସ ବଢିବା ଦ୍ବାରା ମଧ୍ୟ ଓଜନ ପ୍ରଭାବିତ ହୋଇଥାଏ । ଓଜନ ବଢିବା ସହିତ କେତେକ ଲୋକଙ୍କ ମାଂଶପେଶୀ କମ୍ ହୋଇଯାଏ । ଶାରିରୀର ରୂପେ ସକ୍ରିୟ ନଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଥାଏ । ମାଂସପେଶୀ କମ୍ ହେବା ଫଳରେ ଶରୀର ଦ୍ବାରା କ୍ୟାଲୋରୀ ଉପଯୋଗ କରାଯିବାର ଗତି କମିଯାଏ । ଫଳରେ ନିଜକୁ ଫିଟ୍ ରଖିବା ମୁସ୍କିଲ ହୋଇପଡେ ।

ଉଦାହରଣସୂରୁପ- ପୁରୁଷଙ୍କ ବୟସ 50 ବର୍ଷ ହେଲେ, ସେମାନଙ୍କୁ 30 ବର୍ଷ ବୟସ ତୁଳନାରେ ପ୍ରତିଦିନ ପାଖାପାଖି 200 କମ୍ କ୍ୟାଲୋରୀ ଆବଶ୍ୟକ ହୋଇଥାଏ । ସେହିପରି ଜିନ ମଧ୍ୟ କୌଣସି ବ୍ୟକ୍ତିର ଓଜନ ବଢିବାରେ ଭୂମିକା ଗ୍ରହଣ କରିପାରେ ।

ଏରୋବିକ ବ୍ୟାୟାମ ଦ୍ବାରା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଫଳରେ ପେଟ ଚର୍ବି ସହ ଶରୀରରେ ଥିବା ଅତିରିକ୍ତ ଚର୍ବି କମ୍ କରିବାରେ ସାହାଯ୍ୟ କରେ ।

  • ଜୋରରେ ଚାଲିବା, ଜଗିଂ କିମ୍ବା ରନିଂ
  • ସାଇକେଲିଂ
  • ପହଁରିବା
  • ବାସ୍କେଟ ବଲ, ଭଲି ବଲ, ଟେନିସ୍ ଭଳି ଖେଳ ଖେଳିବା

କମ୍ ସୁଗାର ସେବନ କରନ୍ତୁ: ଅଧିକ ସୁଗାର ବା ଚିନି ଖାଇବା ଦ୍ବାରା ଅତିରିକ୍ତ ଓଜନ ବଢିଥାଏ, ଯାହା ଆପଣଙ୍କ ଅଣ୍ଟା ଚାରିପଟେ ଜମା ହେବାର ସମ୍ଭାବନା ଥାଏ । ସେଥିପାଇଁ କମ୍ ସୁଗାର ସେବନ କରନ୍ତୁ । ଏହାଦ୍ବାରା ପେଟର ଚର୍ବି କମିବାରେ ସହାୟତା ମିଳେ ।

ହାଇ କ୍ୟାଲୋରୀ ଥିବା ପାନୀୟ: କମ୍ କ୍ୟାଲୋରୀ ଓ କମ୍ ସୁଗାର ଥିବା ପାନୀୟ ପିଇବା ଦ୍ବାରା ପେଟର ଚର୍ବି କମିବାରେ ସାହାଯ୍ୟ ମିଳିପାରେ ଓ ଅଧିକ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ପାଇଁ ଜାଗା ବଞ୍ଚେ । ଆପଣ ପ୍ରଚୁର ପାଣି, ତରଭୂଜ ଓ ଅଙ୍ଗୁର ଭଳି ଫଳ ଖାଇ ଶରୀରକୁ ହାଇଡ୍ରେଟ ରଖିପାରିବେ ।

କମ୍ ମଦ ପିଅନ୍ତୁ: ଅନୁସନ୍ଧାନରୁ ଜଣାପଡିଛି, ଯେଉଁମାନେ ଅତ୍ୟଧିକ ମଦ ପିଅନ୍ତି ସେମାନଙ୍କ ପେଟରେ ଅଧିକ ଚର୍ବି ହୋଇଥାଏ । ମଦ ପିଇବା ଦ୍ବାରା ଶରୀରକୁ ବହୁତ ଅଧିକ କ୍ୟାଲୋରୀ ମିଳେ ।

ଯଥେଷ୍ଟ ଶୁଅନ୍ତୁ: ସୁସ୍ଥ ଶରୀର ପାଇଁ ଭଲ ନିଦ ଜରୁରୀ । ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଫଳରେ ଶରୀରକୁ ଅନେକ ଲାଭ ମିଳିଥାଏ । ହେଲେ ଠିକ୍ ଭାବେ ନ ଶୋଇଲେ ଚର୍ବି ଉପରେ ପ୍ରଭାବ ପଡେ ।

ଠିକ୍ ମାତ୍ରାରେ କ୍ୟାଲୋରୀ ସେବନ: ପୁରୁଷମାନେ ପ୍ରତିଦିନ ଅତିକମରେ 1800 କ୍ୟାଲୋରୀ ଆବଶ୍ୟକ କରନ୍ତି । ଯଥେଷ୍ଟ ମାତ୍ରାରେ ନ ଖାଇବା କିମ୍ବା ଅତ୍ୟଧିକ ଖାଇବା ଦ୍ବାରା ପେଟର ଚର୍ବି ବଢିପାରେ । ତେଣୁ ନିଜର ଜୀବନଶୈଳୀ ଆଧାରରେ ସଠିକ୍ ମାତ୍ରାରେ କ୍ୟାଲୋରୀ ଗ୍ରହଣ କରନ୍ତୁ । ଯାହାଫଳରେ ସୁସ୍ଥ ଓଜନ ବୃଦ୍ଧି କରି ନିଜକୁ ଫିଟ୍ ରଖିବାରେ ସକ୍ଷମ ହୋଇପାରିବେ ।

Source- https://www.escardio.org/The-ESC/Press-Office/Press-releases/Belly-fat-linked-with-repeat-heart-attacks

https://pubmed.ncbi.nlm.nih.gov/7489031/

https://www.heart.org/en/news/2021/04/22/too-much-belly-fat-even-for-people-with-a-healthy-bmi-raises-heart-risks

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - Fasting with diabetes

ଏହା ମଧ୍ୟ ପଢନ୍ତୁ: ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର - Oral cancer

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏଠାରେ ଲିଖିତ କୌଣସି ପରାମର୍ଶ ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.