ETV Bharat / state

ହିଂସା ପରେ ପୋଲିସ ବଳୟରେ ଭଦ୍ରକ: ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କର୍ଫ୍ୟୁ ଜାରି, ୯ ଅଟକ - Bhadrak Communal Tension

author img

By ETV Bharat Odisha Team

Published : 2 hours ago

Updated : 2 hours ago

Bhadrak Communal Tension: ଫେସବୁକ ପୋଷ୍ଟ ପରବର୍ତ୍ତୀ ହିଂସାକୁ ନେଇ ପୋଲିସ ବଳୟରେ ଭଦ୍ରକ ସହର । କର୍ଫ୍ୟୁ ସହ ୪୮ ଘଣ୍ଟା ପାଇଁ ଇଣ୍ଟରେନଟ ସେବା ବନ୍ଦ । ୯ ଜଣ ଅଟକ, ଶାନ୍ତି କମିଟି ଗଠନ ପାଇଁ ପ୍ରୟାସ ।

ହିଂସା ପରେ ପୋଲିସ ଛାଉଣୀରେ ଭଦ୍ରକ: 9 ଅଟକ, କର୍ଫ୍ୟୁ ସହ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା
ହିଂସା ପରେ ପୋଲିସ ଛାଉଣୀରେ ଭଦ୍ରକ: 9 ଅଟକ, କର୍ଫ୍ୟୁ ସହ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା (ETV Bharat Odisha)

ଭଦ୍ରକ: ସୋସିଆଲ ମିଡିଆ (ଫେସବୁକ) ପୋଷ୍ଟକୁ ନେଇ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଥାନା ଅଞ୍ଚଳରେ ହିଂସା ପରେ ପୋଲିସ ଛାଉଣୀରେ ପରିଣତ ହୋଇଛି ସମଗ୍ର ଭଦ୍ରକ ସହର । ଧାରା-163 ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ସୁଦ୍ଧା ହିଂସାରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଅଟକ ରଖିଛି । ଉପଦ୍ରବୀଙ୍କ ଉପରେ ନଜର ରଖାଯାଇଛି । କାର୍ଯ୍ୟାନୁଷ୍ଠାନ ଆଧାରରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିପାରେ ।

  • ବନ୍ଦ ହେଲା ଇଣ୍ଟରନେଟ :-

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଭଦ୍ରକ ଓ ଧାମନଗରରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସା ଓ ସାମ୍ପ୍ରଦାୟିକ କାର୍ଯ୍ୟକଳାପ ଦେଖାଯାଇଛି । ଭାରତୀୟ ଟେଲିଗ୍ରାଫ ଆକ୍ଟ-1985 ଅନୁସାରେ, ଏହି ସ୍ଥାନରେ ସମସ୍ତ ପ୍ରକାର ମୋବାଇଲ ଡାଟା ସେବା ଓ ଫେସବୁକ, ଓ୍ବାଟ୍ସଆପ, ଇନଷ୍ଟାଗ୍ରାମ ଓ ‘ଏକ୍ସ’ ପରି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମର ସଞ୍ଚାଳନ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।

  • ବିଳମ୍ବିତ ରାତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ:

ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଡିଆଇଜିଙ୍କ ସହ ଭଦ୍ରକ ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ଅଧିକାରୀ ବିଳମ୍ବିତ ରାତିରେ ହିଂସା ପ୍ରଭାବିତ ସ୍ଥାନରେ ସ୍ଥିତି ପରଖିବା ସହ ନିଜେ ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସମସ୍ତ ସମ୍ପ୍ରଦାୟର ମୁରବୀ ଶ୍ରେଣୀର ବ୍ୟକ୍ତି, ଜନ ପ୍ରତିନିଧି, ବୁଦ୍ଧିଜୀବୀଙ୍କ ସହ ପ୍ରଶାସନ ନିରନ୍ତର ଯୋଗାଯୋଗରେ ଅଛି । ଏକ ଶାନ୍ତି କମିଟି ଗଠନ କରିବା ପାଇଁ ପ୍ରୟାସ କରାଯାଉଥିବା ଡିଆଇଜି କହିଛନ୍ତି ।

  • 10 ପ୍ଲାଟୁନ ଫୋର୍ସ ମୁତୟନ:-

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା (BNSS) ଧାରା-163 ଧାରା ଜାରି ରହିଛି । ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଗତକାଲି ରାତିରେ ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପାଟ୍ରୋଲିଂ ମାର୍ଚ୍ଚ ମଧ୍ୟ କରିଛି । ଅଞ୍ଚଳ ମଧ୍ୟକୁ ଯାତାୟତ କରୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ନକାବନ୍ଦୀ କରାଯାଉଛି । ଏଥିସହ ଲୋକମାନଙ୍କୁ ଏକାଠି ହେବା ଉପରେ ଡାକବାଜୀ ମାଧ୍ୟମରେ କଟକଣା ଜାରି କରାଯାଇଛି ।

ହିଂସା ପରେ ପୋଲିସ ଛାଉଣୀରେ ଭଦ୍ରକ: 9 ଅଟକ, 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା (ETV Bharat Odisha)
  • ଧାମନଗରରେ ମଧ୍ୟ ଉତ୍ତେଜନା:-

ଭଦ୍ରକ ପରେ ଧାମନଗର ଥାନା ସମ୍ମୁଖରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ଏକ ନିର୍ଦ୍ଦିିଷ୍ଟ ଗୋଷ୍ଠୀର ଶତାଧିକ ଲୋକ ଥାନା ଘେରାଉ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତେଣୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି), ଦୋବଲ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାୟ ସଂହିତାର ଧାରା-163 ଜାରି ହୋଇଛି । ଏହା ସହ ଏହି ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ସେବା ମଧ୍ୟ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । କୌଣସି ସ୍ଥାନରେ ଅନାବଶ୍ୟକ ଭାବେ ଏକାଠି ନହେବା ପାଇଁ ପୋଲିସ ଓ ପ୍ରଶାସନ ପାଟ୍ରୋଲିଂ କରୁଛି ।

ଏହା ମଧ୍ୟ ପଢନ୍ତୁ : ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ବ୍ୟାପକ ଫୋର୍ସ ମୁତୟନ, କର୍ଫ୍ୟୁ ଜାରି - Communal violence

କାହିଁକି ହେଲା ବିବାଦର ସୂତ୍ରପାତ:-

ସୂଚନା ଅନୁସାରେ, ଗୁରୁବାର ଜଣେ ଯୁବକ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଗତକାଲି ନଙ୍ଗାମହଲାରେ ହଠାତ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଏକାଠି ହୋଇଥିଲେ । ସେମାନେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଏବଂ ମାଜିଷ୍ଟ୍ରେଟ ଘଟଣାସ୍ଥଳକୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକମାନେ ପୋଲିସ ଓ ତହସିଲଦାରଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ; କର୍ଫ୍ୟୁ ଲାଗୁ ପରେ 6 ଗିରଫ - Communal Clash in gudupokari

ଏହା ମଧ୍ୟ ପଢ଼ନ୍ତୁ: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ କର୍ଫ୍ୟୁ ବଳବତ୍ତର, ପରିସ୍ଥିତି ନିୟନ୍ତ୍ରଣରେ, ସନ୍ଧ୍ୟାରେ ବସିପାରେ ବୈଠକ - Curfew in Balasore

ଇଟିଭି ଭାରତ, ଭଦ୍ରକ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.