ETV Bharat / state

ବାଲେଶ୍ବରରେ ଓଲଟିଲା ୟୁପି ତୀର୍ଥଯାତ୍ରୀ ବସ୍: ୪ ମୃତ, ୧୩ ଗୁରୁତର, ଅଧା ରହିଲା ଜଗା ଦର୍ଶନ - Tourist Bus Overturns - TOURIST BUS OVERTURNS

UP Tourist Bus Overturns: ବାଲେଶ୍ବର ଜଳେଶ୍ବରରେ ଓଲଟି ପଡିଲା ଉତ୍ତର ପ୍ରଦେଶ (ୟୁପି) ତୀର୍ଥଯାତ୍ରୀ ବସ୍ । କୋଲକାତାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ । ୪ ମୃତ ଏବଂ ୩୦ରୁ ଅଧିକ ଆହତ ହସପିଟାଲରେ ଭର୍ତ୍ତି ।

BUS OVERTURNS IN BALASORE
BUS OVERTURNS IN BALASORE (ETV BHARAT ODISHA)
author img

By ETV Bharat Odisha Team

Published : Sep 28, 2024, 11:44 AM IST

Updated : Sep 28, 2024, 12:24 PM IST

ବାଲେଶ୍ବର: କାଳିଆର ଦର୍ଶନ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସୁଥିଲେ । କିନ୍ତୁ ଜଗା ଦୁଆରରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍‌ । ଅଧା ରହିଗଲା ଜଗା ଦର୍ଶନ, ଭାରସାମ୍ୟ ହରାଇ ବସ୍‌ ଓଲଟିବାରୁ 4 ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । 13 ଜଣ ଗୁରୁତରଙ୍କ ସମେତ ପ୍ରାୟ 30 ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍‌:

ମିଳିଥିବା ସୂଚନା ଅନୁଯାୟୀ, ଗତ 18 ତାରିଖରୁ ଉତ୍ତର ପ୍ରଦେଶରୁ ‘କ୍ରିଷ୍ଣା’ ନାମକ ଏକ ଘରୋଇ ବସ 61ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବାହାରି ଥିଲା । ଗତକାଲି ରାତିରେ ବସଟି କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଜଳେଶ୍ବର 60 ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତର 20 ଫୁଟ ତଳକୁ ଓଲଟି ପଡିଥିଲା । ଏନେଇ ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜଳେଶ୍ବର ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି ।

BUS OVERTURNS IN BALASORE (ETV BHARAT ODISHA)
  • ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଅତିରିକ୍ତ ଜିଲ୍ଲାପାଳ:

ଅନ୍ୟପଟେ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପହଞ୍ଚି ଚିକିତ୍ସା ବନ୍ଦୋବସ୍ତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏ ବିଷୟରେ ଅଧିକ ସୂଚନା ଦେଇ କହିଛନ୍ତି ଯେ,"ଜଳେଶ୍ବରରେ ବସ ଦୁର୍ଘଟଣା ଘଟିଛି । ଉତ୍ତର ପ୍ରଦେଶରୁ କ୍ରୀଷ୍ଣା ନାମକ ଏକ ବସ 61 ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲେଶ୍ୱର ମେଡିକାଲ ଆଣିବା ବାଟରେ ମୃତ୍ୟୁ ହୋଇଛି । ତାଙ୍କୁ ପୁଣି ଜଳେଶ୍ୱରକୁ ଫେରାଇ ନିଆଯାଇଛି । ଏଠାରେ 13 ଜଣ ଆହତଙ୍କୁ ଆମେ ରିସିଭ କରିଛୁ । ସେମାନଙ୍କ ଭିତରୁ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । 11ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଦୁଇଜଣଙ୍କୁ ଦରକାର ପଡିଲେ ଆମେ କଟକ ରେଫର କରିପାରୁ। ତାହା ନିଷ୍ପତ୍ତି ନିଯାଇନାହିଁ, ରିପୋର୍ଟ ଆସିଲା ପରେ ଯାହା ପଦକ୍ଷେପ ନେବୁ। ''

BUS OVERTURNS IN BALASORE
BUS OVERTURNS IN BALASORE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅଧା ରହିଗଲା ବାଗେଶ୍ବର ବାବାଙ୍କ ଦର୍ଶନ: ଧକ୍କା ଦେଲା ଟ୍ରକ, ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ - Major road accident

ଏହା ମଧ୍ୟ ପଢନ୍ତୁ-ଭୟଙ୍କର ଦୁର୍ଘଟଣା: ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ - UP BUS ACCIDENT

ଏହା ମଧ୍ୟ ପଢନ୍ତୁ-ବର୍ଷାଦିନେ ବଢିପାରେ ସଡକ ଦୁର୍ଘଟଣା, ଏଡାଇବାକୁ ଦିଅନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ - Road accident in rainy day

  • ଆହତମାନେ ସୁସ୍ଥ ହେବା ପରେ ତାଙ୍କ ଠିକଣା ସ୍ଥାନକୁ ପଠାଇ ଦିଆଯିବ :

ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଆହୁରି ମଧ୍ୟ କହିଛନ୍ତି, ''ତଥ୍ୟ ସଂଗ୍ରହ ଆମେ କରୁଛୁ, ଯିଏ ଟୁର ଅପରେଟର ଅଛନ୍ତି, ଆମେ ତାଙ୍କୁ ଯୋଗାଯୋଗ କରୁଛୁ । ସେଠିକାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଯୋଗାଯୋଗ କରୁଛୁ । ଯେଉଁମାନେ ଗୁରୁତର ନାହାନ୍ତି ସେମାନଙ୍କର ଖାଇବା ରହିବ ବ୍ୟବସ୍ଥା କରୁଛୁ । ଯେଉଁମାନେ ସୁସ୍ଥ ହୋଇଯିବେ ସେମାନଙ୍କୁ ଫେରିବାର ବ୍ୟବସ୍ଥା ମଧ୍ୟ ଆମେ କରିବୁ । ବର୍ତ୍ତମାନ ତଥ୍ୟ ସଂଗ୍ରହ ଚାଲିଛି, ଆମର ପ୍ରଶାସନିକ ଅଧିକାରୀ ସବୁ ଅଛନ୍ତି । ତୀର୍ଥଯାତ୍ରୀଙ୍କ ସମ୍ପୂର୍ଣ୍ଣ ତାଲିକା ଜଣାପଡିଲା ପରେ ଯେଉଁ 4ଜଣଙ୍କର ମୃତ୍ୟୁ ହୋଇଛି ତାଙ୍କର ଠିକଣା ମିଳିବ । ଏହାପରେ ଫେରାଇବାର ବ୍ୟବସ୍ଥା କରାଯିବ । ଆହତଙ୍କୁ ସମସ୍ତ ଚିକିତ୍ସା ପ୍ରଦାନ କରାଯିବ, ଚିକିତ୍ସାରେ କୌଣସି ଅବହେଳା ହେବନାହିଁ । ମୁଁ ଏଠି ବ୍ୟକ୍ତିଗତ ଭାବେ ସୁପରଭାଇଜ କରୁଛି, ଆମର ରେଭିନ୍ୟୁ ଏଡିଏମଙ୍କୁ ଆମେ ସ୍ପଟକୁ ପଠାଇଛୁ । ତେଣୁ ସେଠି ମଧ୍ୟ ସିନିୟର ଅଫିସର ଅଛନ୍ତି ।"

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସମସ୍ତ ଆହତ ମାନେ ଚିକତ୍ସିତ ହେବାପରେ ସେମାନଙ୍କୁ ଏକ ଗାଡ଼ି କରି ଜଳେଶ୍ବର ପଠାଇ ଦିଆଯାଇଛି । ପ୍ରଶାସନ ତରଫରୁ ସେଠାରେ ଖାଦ୍ୟପେୟର ବ୍ୟବସ୍ଥା ହୋଇଛି । ସେଠାରୁ ସମସ୍ତେ ଖାଇ ସାରିବା ପରେ ଏକ ବଡ଼ ବସ ଯୋଗେ 53 ଜଣ ଯାତ୍ରୀ ନିର୍ଦ୍ଧାରିତ ଠିକଣାକୁ ପଠାଇ ଦିଆଯିବ । ଏନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଚାରିଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗାଡି ଯୋଗେ ସେମାନଙ୍କ ଘରକୁ ପଠାଯିବାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 28, 2024, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.