ETV Bharat / sports

ସର୍ଫରାଜ ଖାନଙ୍କ ଭାଇ ମୁଶୀର ଖାନଙ୍କ ଭୟଙ୍କର ଦୁର୍ଘଟଣା, ଇରାନୀ କପ୍‌ ଖେଳିବାକୁ ଯାଉଥିଲେ ଲକ୍ଷ୍ନୌ - Musheer Khan Accident - MUSHEER KHAN ACCIDENT

Musheer Khan Car Accident : ଅଣ୍ଡର-19 ବିଶ୍ବକପରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଷ୍ଟାର କ୍ରିକେଟର ମୁଶୀର ଖାନ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଭାରତୀୟ ଦଳରେ ଖେଳୁଥିବା ସର୍ଫରାଜ ଖାନଙ୍କ ସାନ ଭାଇ ହେଉଛନ୍ତି ମୁଶୀର । ଅଧିକ ପଢ଼ନ୍ତୁ

Musheer Khan
Musheer Khan (AFP Photo)
author img

By ETV Bharat Sports Team

Published : Sep 28, 2024, 1:29 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟର ସର୍ଫରାଜ ଖାନଙ୍କ ସାନ ଭାଇ ମୁଶୀର ଖାନ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେହି ଦୁର୍ଘଟଣାରେ ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । କୁହାଯାଉଛି ଯେ ଏହି ସମୟରେ ସେ ତାଙ୍କ ପିତାଙ୍କ ସହ କାରରେ ଥିଲେ ଏବଂ ଦୁର୍ଘଟଣା ପରେ କାରଟି ଏକାଧିକ ଥର ଓଲଟିଥିଲା । ଇରାନୀ କପ୍ ମ୍ୟାଚ୍ ଖେଳିବା ପାଇଁ ମୁଶୀର ତାଙ୍କ ପିତାଙ୍କ ସହ ଲକ୍ଷ୍ନୌକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ଇରାନୀ କପ୍‌ରୁ ବାଦ ପଡ଼ିବେ ମୁଶୀର :-

ଅକ୍ଟୋବର 1ରୁ ଅକ୍ଟୋବର 5 ପର୍ଯ୍ୟନ୍ତ ଲକ୍ଷ୍ନୌରେ ଇରାନୀ କପ୍‌ ମ୍ୟାଚରେ ମୁଶୀର ମୁମ୍ବାଇ ପକ୍ଷରୁ ଅଂଶଗ୍ରହଣ କରିବାର ଥିଲା । ଏଥିପାଇଁ ସେ ଲକ୍ଷ୍ନୌକୁ ଯାଉଥିଲେ । ହେଲେ ଏହି ସମୟରେ ତାଙ୍କ କାର ଦୁର୍ଘଟଣା ମୁମ୍ବାଇ ପାଇଁ ଏକ ବଡ଼ ଝଟକା । ମୁଶୀର ଖାନଙ୍କ ଆଘାତ କେତେ ଗୁରୁତର ତାହା ଉପରେ ଏପର୍ଯ୍ୟନ୍ତ କୌଣସି ଅପ୍‌ଡେଟ୍‌ ଆସିନାହିଁ, କିନ୍ତୁ ସେ ଇରାନୀ କପରୁ ବାଦ ପଡ଼ିବା ପ୍ରାୟ ନିଶ୍ଚିତ ।

ଏମସିଏର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭରତଙ୍କୁ ସ୍ପଷ୍ଟ କରିଛନ୍ତି ଯେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ ଆହତ ମୁଶୀର ଖାନଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କ ନାଁ ଘୋଷଣା କରିବ ନାହିଁ । ସେ ଲକ୍ଷ୍ନୌରେ ରେଷ୍ଟ ଇଣ୍ଡିଆ ବିପକ୍ଷ ସମ୍ମାନଜନକ ZR ଇରାନୀ କପ୍ ମୁକାବିଲା ଖେଳିପାରିବେ ନାହିଁ ।

ବର୍ତ୍ତମାନ ମୁଶୀରଙ୍କ ଅନୁପସ୍ଥିତିରେ ମୁମ୍ବାଇ ଦଳ ପୃଥ୍ବୀ ଶ' ଏବଂ ହାର୍ଦ୍ଦିକ ତୋମାରଙ୍କ ସହ ଇନିଂସ ଆରମ୍ଭ କରିପାରେ । କ୍ୟାପଟେନ ଅଜିଙ୍କ୍ୟ ରାହାଣେ ମଧ୍ୟମ କ୍ରମରେ ଖେଳିପାରନ୍ତି । ଇରାନୀ କପ୍ ମ୍ୟାଚ୍ ମୁମ୍ବାଇ ଏବଂ ରେଷ୍ଟ ଇଣ୍ଡିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

ଦୁଲୀପ ଟ୍ରଫିରେ ହାସଲ କରିଥିଲେ ଦମଦାର ଶତକ :-

ନିକଟରେ, ମୁଶୀର୍ ଦୁଲୀପ୍ ଟ୍ରଫିରେ ଇଣ୍ଡିଆ 'ବି' ପାଇଁ ଖେଳୁଥିବାବେଳେ 181 ରନର ଚମତ୍କାର ଇନିଂସ ଖେଳିଥିଲେ । ଏହା ତାଙ୍କର ପ୍ରଥମ ଦୁଲୀପ୍ ଟ୍ରଫି ମ୍ୟାଚ୍ ଥିଲା । ଏହାପୂର୍ବରୁ ଅଣ୍ଡର-19 ବିଶ୍ବକପରେ ଭାରତ ପାଇଁ ଖେଳୁଥିବାବେଳେ ମୁଶୀର ଆଫ୍ରିକାରେ 2 ଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ଘରୋଇ କ୍ରିକେଟରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.