ETV Bharat / state

ଜିଲ୍ଲାପାଳ-ଏସପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡା ବାର୍ତ୍ତା; ‘ଆମ କାମ ୮ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କର’ - Collector SP Conference - COLLECTOR SP CONFERENCE

Collector SP Conference: ଆମ କାମ ୮ରୁ ୧୦ ଘଣ୍ଟା ନୁହେଁ, ଲୋକଙ୍କ ଅଭିଯୋଗ ରାତି ୨ଟାରେ ବି ଶୁଣିବାକୁ ପଡିବ । ମହିଳା ଶିଶୁଙ୍କ ପ୍ରତି ହିଂସା ଏବଂ ନିର୍ଯାତନାକୁ ରୋକିବାକୁ ପଡିବ । ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (ଏସପି) ସମ୍ମିଳନୀରେ କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Odisha Police Conference
Odisha Police Conference (ETV Bharat Odisha)
author img

By ETV Bharat Odisha Team

Published : Sep 28, 2024, 1:30 PM IST

ଭୁବନେଶ୍ବର: ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ସେବା ଓ ସୁରକ୍ଷାର ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାପାଳ ସମ୍ମିଳନୀ ଦ୍ବିତୀୟ ଦିବସରେ ଓଡିଶା ପୋଲିସ ବରିଷ୍ଠ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀ ଆଜି ଶେଷ ହେଉଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିକାଶର ରୋଡ ମ୍ୟାପ ପ୍ରସ୍ତୁତିର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ । ରାଜ୍ୟରେ କିପରେ ଲୋକଙ୍କୁ ସଠିକ୍ ସମୟରେ ସେବା ଯୋଗାଇବା ସହିତ ମହିଳା ଏବଂ ଶିଶୁଙ୍କ ପ୍ରତି ହିଂସା, ନିର୍ଯାତନା କମିବ ଏହା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

‘ଭାରତରେ ଓଡ଼ିଶା ପୋଲିସ ଏକ ନମ୍ବର ହେବ’-

"ପୋଲିସର ମନ୍ତ୍ର ସେବା ଓ ସୁରକ୍ଷା । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ । ୮ରୁ୧୦ ଘଣ୍ଟା ନୁହେଁ ୨୪ ଘଣ୍ଟା କାମ କରନ୍ତୁ । ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟା ସମାଧାନ ହୁଏ । ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ । ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେ କଷ୍ଟ କରନ୍ତି । ରାତି ଦୁଇଟାରେ ଯଦି କିଏ ଅଭିଯୋଗ ନେଇ ଆସୁଛି ତା ଅଭିଯୋଗକୁ ମଧ୍ୟ ଶୁଣନ୍ତୁ," ବୋଲି ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ବି ପଢନ୍ତୁ-ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

ଏହା ବି ପଢନ୍ତୁ- ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ, ଦୁର୍ନୀତିକୁ ସାଲିସ୍‌ କରାଯିବ ନାହିଁ: ମୋହନ ମାଝୀ - state level Collectors Conference

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବେ ଜିଲ୍ଲାପାଳ - Collectors Conference

ଏହା ବି ପଢନ୍ତୁ- ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

CM Mohan majhi
CM Mohan majhi (ETV Bharat Odisha)
Collector SP Conference
Collector SP Conference (ETV Bharat Odisha)

ପୋଲିସ ଡିଜିଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ-

ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । "ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳିବା ଦରକାର । ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ପୋଷଣ କରନ୍ତୁ । ମହିଳାଙ୍କ ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳୁ । ମହିଳା ବିରୋଧୀ ଅପରାଧ ନେଇ ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କର । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ଦେବାକୁ ନିର୍ଦ୍ଦେଶ । ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯିବା ଉଚିତ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ଆମ କାମ ୮/୧୦ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କରନ୍ତୁ । ଏପଟେ ମଡର୍ଣ୍ଣ ପୋଲିସିଂ ଉପରେ ଗୁରୁତ୍ୱ ଦେବା, ଓଡ଼ିଶା ପୋଲିସକୁ ଏକ ନମ୍ୱର କରିବା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

‘ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ’

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ 1043 ପଦବୀ ବିଶିଷ୍ଟ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । "ଏଥିପାଇଁ ନିଷ୍ପତ୍ତି ହୋଇଛି, ପ୍ରକ୍ରିୟା ଜାରି ରହିଛି । ଥାନାକୁ ନୂଆ ୯ ହଜାର ମୋଟର ସାଇକେଲ ପ୍ରଦାନ ସହ ୨ ଚକିଆ ଓ ୪ ଚକିଆ ଯାନ ପ୍ରଦାନ କରାଯିବ । ଶ୍ରୀମନ୍ଦିର ପାଇଁ 1143 ସ୍ୱତନ୍ତ୍ର ବାଟାଲିୟନ କରିବେ ସରକାର । ୧୦ଟି ମେଡିକାଲ କଲେଜରେ ୧୦ଟି ଫାଣ୍ଡି ପ୍ରତିଷ୍ଠା କରାଯିବ । ୧୦ଟି ନୂଆ ଓଡ୍ରାଫ ୟୁନିଟ ତିଆରି ହେବ ପ୍ରତି ଜିଲ୍ଲା ରେ ଗୋଟିଏ ୟୁନିଟ ଖୋଲିବ। OSSF ପାଇଁ ୩ଟି ନୂଆ ବାଟାଲିୟନ ଗଠନ ହେବ। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.