ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଟାର୍ଗେଟରେ ଟି20 ବିଶ୍ବକପର ଭାରତ-ପାକିସ୍ତାନ ମ୍ୟାଚ । ଏହି ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଧମକ ଆସିଛି । ଆତଙ୍କବାଦୀ ସଂଗଠନ ISISK ଏହି ଧମକ ଦେଇଛି । ଆତଙ୍କବାଦୀ ସଂଗଠନ ଏକ ପୋଷ୍ଟର ଜାରି କରି ତୁମେ ମ୍ୟାଚକୁ ଅପେକ୍ଷା କରି ରହିଛ, ଆମେ ତୁମକୁ ଅପେକ୍ଷା କରିଛୁ ବୋଲି ଉଲ୍ଲେଖ ରହିଛି । ଏନେଇ ନାସାଉ କାଉଣ୍ଟି ପୋଲିସ କମିଶନର ପାଟ୍ରିକ ରାୟଡର ଏହି ସୂଚନା ଦେଇଥିଲା । ଆସନ୍ତା ଜୁନ 2 ତାରଖରୁ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ଟି20 ବିଶ୍ବକପ । ଜୁନ 9 ତାରିଖରେ ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପାରମ୍ପରିକ ପ୍ରତିଦ୍ବନ୍ଦି ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଆତଙ୍କବାଦୀ ଆକ୍ରମଣ ଧମକ ଆସିବା ପରେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।
T-20 ବିଶ୍ବକପ: ଭାରତ-ପାକିସ୍ତାନ ମ୍ୟାଚରେ ହେବ ଆତଙ୍କବାଦୀ ଆକ୍ରମଣ ! - T20 World Cup - T20 WORLD CUP
T20 World Cup: ଟି-20 ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚରେ ହୋଇ ପାରେ ଆତଙ୍କବାଦୀ ଆକ୍ରମଣ । ଧମକ ଦେଲା ଆତଙ୍କୀ ସଂଗଠନ ISISK । ଅଧିକ ପଢନ୍ତୁ
Published : May 31, 2024, 10:08 AM IST
ସୋସିଆଲ ମିଡିଆରେ ବାଇରାଲ ହେଉଥିବା ଆଇଏସଆଇଏସକେ ଗୋଷ୍ଠୀ ଏକ ପୋଷ୍ଟରରେ ନାସାଉ ଷ୍ଟାଡିୟମ ନାମ ସହିତ ଭାରତ ବନାମ ପାକିସ୍ତାନ ମ୍ୟାଚର ତାରିଖ ଦର୍ଶାଯାଇଛି । “ଆପଣ ମ୍ୟାଚ୍ ପାଇଁ ଅପେକ୍ଷା କରିଛନ୍ତି, ଆମେ ତୁମ ପାଇଁ ଅପେକ୍ଷା କରୁଛୁ'' । ଦ୍ବିତୀୟ ଧାଡିଟି ନାଲି ରଙ୍ଗରେ ଲେଖା ହୋଇଛି । ଯାହା ରକ୍ତର ଛିଟା ସଦୃଶ ମନେ ହେଉଛି । ଏଥି ସହ ଜଣେ ଆତଙ୍କୀ ବନ୍ଧୁକ ଧରି ପଛପଟୁ ଛିଡା ହୋଇଥିବା ଫଟୋ ରହିଛି । ଉପରେ ଡ୍ରୋନ ମଧ୍ୟ ଉଡୁଛି । ଏହି ଫଟୋକୁ ଦେଖିଲେ ବନ୍ଧୁକ ଓ ଡ୍ରୋନରେ ଆତଙ୍କୀ ଆକ୍ରମଣ କରିବା ନେଇ ଯୋଜନା ରଖିଥିବା ଅନୁମାନ କରାଯାଉଛି ।
ସୁରକ୍ଷା ବ୍ୟବସ୍ଥା ନେଇ ନାସାଉ କାଉଣ୍ଟି ପୋଲିଲସ କମିଶନର କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଯେ, ଜୁନ 9 ତାରିଖରେ ଷ୍ଟାଡିୟମ ଭିତରେ ଓ ବାହାରେ ସୁରକ୍ଷାକୁ ନେଇ କୌଣସି ସମସ୍ୟା ହେବ ନାହିଁ । ସୁରକ୍ଷକୁ କଡାକଡି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ଆମେରିକାରେ ଟି20 ବିଶ୍ବକପର ଆୟୋଜନ କରାଯାଇଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏଥି ପାଇଁ ଟିକେଟ ବିକ୍ରି ଜାରି ରହିଛି ।