ନୂଆଦିଲ୍ଲୀ:କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ଆଜି ଶେଷ ମ୍ୟାଚ ଖେଳିବେ ଭାରତୀୟ ଫୁଟବଲ ଟିମ ଅଧିନାୟକ ସୁନୀଲ ଛେତ୍ରୀ । ଫିଫା ବିଶ୍ବକପ ଯୋଗ୍ୟାତା ପର୍ଯ୍ୟାୟ ପାଇଁ ଭାରତ ଓ କୁଏତ ମଧ୍ୟରେ ଆଜି ଲଢେଇ ହେବ । ଶେଷ ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହୋଇ ଛେତ୍ରୀଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଆଜି ପରଠାରୁ ସୁନୀଲ ଛେତ୍ରୀଙ୍କୁ ଆଉ ଫୁଟବଲ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ ନାହିଁ । ଗତ ମାସରେ ସେ ଫୁଟବଲ ଖେଳରୁ ଅବସର ଘୋଷଣା କରିଥିଲେ । 19 ବର୍ଷର ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଛେତ୍ରୀ ।କ୍ୟାରିୟରର ଶେଷ ମ୍ୟାଚ ହୋଇଥିବାରୁ ଛେତ୍ରୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ସେ ଷ୍ଟାଡୟମରେ ଗୋଲ ବର୍ଷା କରିପାରନ୍ତି ବୋଲି ଆଶା କରାଯାଉଛି ।
ମ୍ୟାଚ ପୂର୍ବରୁ ସୁନୀଲ ଛେତ୍ରୀ କହିଛନ୍ତି, ଏହି ମ୍ୟାଚ ଜିତିବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ମୋର ଏହା ଶେଷ ମ୍ୟାଚ। ଆମେ ବାସ୍ତବରେ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛୁ ।ଏହା ସହଜ ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ । ଆମେ ଜବରଦସ୍ତ ସମର୍ଥନ ମିଳିବ । ଯଦି ଆମେ ଏହି ମ୍ୟାଚ ଜିତିବୁ ତେବେ ଆମେ ତୃତୀୟ ରଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିବୁ । ଅବସର ପରେ ପୁଣି ଫୁଟବଲ ଜଗତକୁ ଫେରିବାକୁ କୌଣସି ଯୋଜନା ନାହିଁ । ମୁଁ ଏବେ ଖେଳ ଦେଖିବି । 19 ବର୍ଷରେ ମୋର ଯାତ୍ରା ବହୁତ ଭଲ ଥିଲା । ଆଗକୁ ମୁଁ ଜଣେ ପ୍ରଶଂସକ ଭାବରେ ଯିବି ଏବଂ ଖେଳ ସମୟରେ ଦଳକୁ ସମର୍ଥନ କରିବି । ''