ଓଡିଶା

odisha

ETV Bharat / sports

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୩୯ଟି ଦଳ - STATE LEVEL BADMINTON TOURNAMENT

ନୂଆପଡା ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ପୁରୁଷ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ।

STATE LEVEL BADMINTON TOURNAMENT
STATE LEVEL BADMINTON TOURNAMENT (ETV Bharat Odisha)

By ETV Bharat Odisha Team

Published : Jan 15, 2025, 1:29 PM IST

Updated : Jan 15, 2025, 2:34 PM IST

ନୂଆପଡା:ଉଦଘାଟିତ ହେଲା ରାଜ୍ୟସ୍ତରୀୟ ପୁରୁଷ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୩୯ଟି ଦଳ । ନୂଆପଡା ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଗତକାଲି (ମଙ୍ଗଳବାର) ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ପୁରୁଷ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଡକ୍ଟର ମଧୁସୂଦନ ଦାସ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

STATE LEVEL BADMINTON TOURNAMENT (ETV Bharat Odisha)

ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ:

ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାର ବିଭିନ୍ନ ଜିଲ୍ଲାରୁ 39ଟି ଦଳ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ପ୍ରଥମ ମ୍ୟାଚ୍ ସୋନପୁର ଏବଂ ଖଡ଼ିଆଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଡ଼ିଆଳ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ଗ୍ରାମାଞ୍ଚଳର ମେଧାବୀ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ାର ପ୍ରଚାର ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା:

ଜିଲ୍ଲାପାଳ ଡକ୍ଟରମଧୁସୂଦନ ଦାସ କହିଛନ୍ତି,"ନୂଆପଡା ଜିଲ୍ଲାରେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ହେବା ଏକ ଗର୍ବର କଥା । ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ତିଆରି କରିବା । ଯାହାଦ୍ବାର ସେମାନେ ଜାତୀୟସ୍ତରରେ ତଥା ଆନ୍ତର୍ଜାତିକ ସ୍ତରରେ କେବଳ ଆମ ଜିଲ୍ଲା ପାଇଁ ନୁହେଁ ବରଂ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିପାରିବେ ।"

ଏହା ମଧ୍ୟ ପଢନ୍ତୁ:

କଟକରେ ହେବ ସିନିୟର ଜାତୀୟ କବାଡି ଚମ୍ପିଆନସିପ, ଭାଗ ନେବେ 35 ଟିମ

ବାଜିଲା IPL 2025 ବିଗୁଲ, ମାର୍ଚ୍ଚ 23ରୁ କମ୍ପିବ ଷ୍ଟାଡିୟମ

ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ: ଓଡ଼ିଶାକୁ ୪ ସ୍ୱର୍ଣ୍ଣ, ୨ ରୌପ୍ୟ

ସେହିପରି ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି,"ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଜିଲ୍ଲାରୁ ୪୫ଟି ଦଳ ଭାଗ ନେଇଛନ୍ତି । ନୂଆପଡ଼ାରେ ବ୍ୟାଡ଼ମିଣ୍ଟନ ଖେଳ ସେତେଟା ପ୍ରଚଳିତ ନାହିଁ କିନ୍ତୁ ଅନେକ ପ୍ରତିଭା ରହିଛନ୍ତି । ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସେମାନେ କିଭଳି ରାଜ୍ୟ ଏବଂ ଜାତୀୟସ୍ତରରେ ଅଂଶ ଗ୍ରହଣ କରି ଆଗକୁ ବଢିବେ, ତାହା ଆମର ଲକ୍ଷ୍ୟ । "ସେହିପରି ଏହି କାର୍ଯ୍ୟକ୍ରମରେ ଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ସମ୍ମାନୀତ ଅତିଥି ଭାବରେ ନୂଆପଡା ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

Last Updated : Jan 15, 2025, 2:34 PM IST

ABOUT THE AUTHOR

...view details