ମୁମ୍ବାଇ: ବାଜିଲା ଆଇପିଏଲ 2025 ବିଗୁଲ । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହିତ ଦର୍ଶକ । ପୁଣି ଷ୍ଟାଡିୟମରେ ହେବ ଛକା ଚୌକାର ବର୍ଷା । ଠୁମକା ଲଗାଇବେ ଚିୟର ଗାର୍ଲ, ଦର୍ଶକଙ୍କ କରତାଳିରେ କମ୍ପିବ ଷ୍ଡାଡିୟମ । ନିଜ ପ୍ରିୟ ଖେଳାଳି ଓ ଟିମ୍କୁ ସପୋର୍ଟ କରିବାକୁ ଜମିବ ଦର୍ଶକଙ୍କ ଭିଡ । ଇଣ୍ଡିଆନ ପ୍ରିମିୟର ଲିଗର 18 ତମ ସଂସ୍କରଣ ମାର୍ଚ୍ଚ 23 ତାରିଖରୁ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା । ଏହାର ଫାଇନାଲ ମ୍ୟାଚ ମେ 25 ତାରିଖରେ ଖେଳାଯାଇପାରେ ବୋଲି କୁହାଯାଉଛି । ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ନେଇ ବିସିସିଆଇ ଜାନୁଆରୀ 18 ନଚେତ 19ରେ ଏକ ବୈଠକ କରିବ।
ପ୍ରକାଶ ପାଇନି କ୍ରୀଡାସୂଚୀ:
ଆଇପିଏଲର ନୂଆ ସିଜିନ ଆରମ୍ଭ ନେଇ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଉଦଘାଟନୀ କେଉଁଠାରେ ହେବ ଓ କେଉଁ ଦଳ ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେବେ ସେନେଇ କିଛି ସୂଚନା ଦିଆୟାଇ ନାହିଁ । ପରବର୍ତ୍ତି ସମୟରେ କ୍ରୀଡାସୂଚୀ ପ୍ରକାଶ ପାଇବ । ଆଇପିଏଲ 2024 ମାର୍ଚ୍ଚ 22 ତାରିଖରେ ଆରମ୍ଭ ହୋଇଥିଲା । ଉଦଘାଚନୀ ମୁକାବିଲାରେ ଆରସିବି ଓ ସିଏସକେ ମଧ୍ୟରେ ଖେଳାଯାଇଥିଲା । ଫାଇନାଲ୍ ମେ 26 ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। କୋଲକାତା ନାଇଟ୍ ରାଇଡର୍ସ ସନ୍ ରାଇଜର୍ସ ହାଇଦ୍ରାବାଦକୁ ହରାଇ ଟ୍ରଫି ହାତେଇଥିଲା ।
#WATCH | Mumbai: BCCI Vice President Rajeev Shukla says, " devajit saikia elected new bcci secretary and prabhtej singh bhatia elects as bcci treasurer...ipl is going to start from 23rd march..." pic.twitter.com/Jd6x7U8Hou
— ANI (@ANI) January 12, 2025
ମୁମ୍ବାଇରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ:
ଗତକାଲି ମୁମ୍ବାଇରେ ବିସିସିଆଇ ସ୍ୱତନ୍ତ୍ର ସାଧାରଣ ବୈଠକ ହୋଇଥିଲା । ଏଥିରେ ଯୋଗ ଦେଇଥିବା ରାଜୀବ ଶୁକ୍ଳା ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଆଇପିଏଲ 2025 ନେଇ ତାରିଖ ଘୋଷଣା କରିଥିଲେ। ଏହା ବ୍ୟତୀତ ବିସିସିଆର ନୂତନ ସଚିବଙ୍କ ନିଯୁକ୍ତି ସମ୍ପର୍କରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଆସାମର ଦେବଜିତ ସାଇକିଆଙ୍କୁ ବିସିସିଆଇର ନୂତନ ସଚିବ ଭାବରେ ନିର୍ବାଚିତ କରାଯାଇଛି।
ଆଇପିଏଲ ୨୦୨୫ ଅକ୍ସନ :
ନଭେମ୍ବର 24 ଓ 25 ତାରିଖରେ ସାଉଦି ଆରବର ଜେଦାହ ସହରରେ ଅନୁଷ୍ଠିତ ହୋଇଥିଲା । । 182 ଜଣ ଖେଳାଳିଙ୍କ ଉପରେ 639.15 କୋଟି ଟଙ୍କା ଖର୍ଚ୍ଚ କରିଥିଲେ 10 ଆଇପିଏଲ୍ ଫ୍ରାଞ୍ଚାଇଜ । 395 ଜଣ ଖେଳାଳିଙ୍କୁ କେହି କିଣି ନଥିଲେ । ୱିକେଟକିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତ ୨୭ କୋଟି ଟଙ୍କାରେ ବିକ୍ରି ହୋଇ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ଏହା ପରେ ଶ୍ରେୟସ ଆୟର ୨୬.୭୫ କୋଟି ଟଙ୍କା ଏବଂ ଭେଙ୍କଟେଶ ଆୟର ୨୩.୭୫ କୋଟି ଟଙ୍କରେ ନିଲାମି ହୋଇଥିଲେ ।