ETV Bharat / state

ଗଜପତିରେ ଭୋଗୀ ପାଳିଲେ ତେଲୁଗୁ ସମ୍ପ୍ରଦାୟ, ସବୁଠି ଉତ୍ସାହର ମାହୋଲ - BHOGI FESTIVAL

ପାରଳାଖେମୁଣ୍ଡିରେ ପୋଙ୍ଗଲ ଓ ମକର ସଂକ୍ରାନ୍ତିକୁ ମିଳିମିଶି ପାଳନ କରିଥାନ୍ତି ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ । ଆଜି ପାଳନ କରୁଛନ୍ତି ଭୋଗୀ ପର୍ବ ।

BHOGI FESTIVAL
BHOGI FESTIVAL (ETV BHARAT ODISHA)
author img

By ETV Bharat Odisha Team

Published : Jan 13, 2025, 1:32 PM IST

ଗଜପତି: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ରାତି ପାହିଲେ ଆରମ୍ଭ ହେବ ମକର ସଂକ୍ରାନ୍ତି ପର୍ବ । ଏହି ଦିନ ସୂର୍ଯ୍ୟ ତାଙ୍କ ଦିଗ ପରିବର୍ତ୍ତନ କରି ଉତ୍ତରାୟଣ ଗତି କରିଥାନ୍ତି । ଏହା ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଦକ୍ଷିଣ ଭାରତରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ଏହି ପର୍ବକୁ ପାଳନ କରିଥାନ୍ତି ଦେଶବାସୀ । ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡି଼ଆ ସମ୍ପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଖୁବ ଆନନ୍ଦ ଉଲାସର ସହ ସମସ୍ତେ ମିଳିମିଶି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ କରିଥାନ୍ତି । ବିଶେଷ କରି ଏଠାରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପୋଙ୍ଗଲ ଉତ୍ସବ ପୂର୍ବରୁ ଭୋଗୀ ଉତ୍ସବ ପାଳନ କରୁଛନ୍ତି ।

ଗଜପତିରେ ଭୋଗୀ ପାଳିଲେ ତେଲୁଗୁ ସମ୍ପ୍ରଦାୟ:

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ଭାଷାଭାଷୀର ଲୋକେ ବସବାସ କରୁଛନ୍ତି । ସମସ୍ତେ ପରସ୍ପରକୁ ସଂସ୍କୃତିକୁ ସମ୍ମାନ ଜଣାଇ ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଳନ କରିଥାନ୍ତି । ହିନ୍ଦୁ ସଂସ୍କୃତିରେ ବେଶ ମହତ୍ତ୍ବ ରଖେ ଏହି ପର୍ବ । ତେଲୁଗୁ ସମ୍ପ୍ରଦାୟର ଲୋକେ 4 ଦିନ ଧରି ଏହାକୁ ପାଳନ କରୁଥିବା ବେଳେ ଏହି ପର୍ବର ପ୍ରଥମ ଦିନକୁ ଭୋଗୀ କୁହାଯାଇଥାଏ । ପୋଙ୍ଗଲର ଦିନକ ପୂର୍ବରୁ ତେଲୁଗୁ ସମ୍ପ୍ରଦାୟର ଲୋକେ ଭୋଗୀ ଉତ୍ସବ ପାଳନ କରୁଛନ୍ତି । ଗତକାଲି ରାତି ଠାରୁ ଗତପତିରେ ଏହି ପର୍ବ ପାଳନ ଆରମ୍ଭ ହୋଇଯାଇଛି । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରିଥାନ୍ତି ସମସ୍ତେ । ଦ୍ବୀତିୟ ଦିନରେ ପାଣ୍ଡୁକୁ ବା ପୋଙ୍ଗଲ ପାଳନ କରିଥାନ୍ତି । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି ।

BHOGI FESTIVAL
BHOGI FESTIVAL (ETV BHARAT ODISHA)
BHOGI FESTIVAL (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ - PRAYAGRAJ MAHA KUMBH 2025

ଏହା ମଧ୍ୟ ପଢନ୍ତୁ-ଆନ୍ଧ୍ରର ଭ୍ରମ ସୃଷ୍ଟିକଲା ରାୟଗଡା, ଧୁମଧାମରେ ଭୋଗୀ ଉତ୍ସବ ପାଳିତ - Pongal

କାହିଁକି ପାଳନ ହୁଏ ପୋଙ୍ଗଲ ?

BHOGI FESTIVAL
BHOGI FESTIVAL (ETV BHARAT ODISHA)

ଏହି ଉତ୍ସବ ପାଳନର ଦୁଇଟି କାରଣ ରହିଥିବା କୁହାଯାଏ । ଗୋଟିଏ ପିତୃ ପୁରୁଷଙ୍କ ପିଣ୍ଡଦାନ ପାଇଁ କାରାଯାଉଥିବା ବେଳେ ଅନ୍ୟ କାରଣଟି ହେଉଛି ଚାଷୀମାନେ ହାଡଭଙ୍ଗା ଶୀତରେ କଷ୍ଟ କରି ଅମଳ କରିସାରିବା ପରେ ମଜା କରିବା ପାଇଁ ଏହା ପାଳନ କରାଯାଉଥିବା ମଧ୍ୟ କୁହାଯାଉଛି । ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରାଯାଇଥାଏ । ଏହା ବନ୍ଧୁ ମିଳନର ଅନ୍ୟ ଏକ ମାଧ୍ୟମ ହୋଇଥିବାରୁ ସମସ୍ତେ ଏହାକୁ ପାଳନ କରିବା ପାଇଁ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି ।

BHOGI FESTIVAL
BHOGI FESTIVAL (ETV BHARAT ODISHA)

ମକର ସଂକ୍ରାନ୍ତି ଓ ପୋଙ୍ଗଲକୁ ମିଳିମିଶି ପାଳନ କରିଥାନ୍ତି ଓଡି଼ଆ ଓ ତେଲୁଗୁ ସମ୍ପ୍ରଦାୟ:

ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଂଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ସମ୍ପ୍ରଦାୟର ଲୋକେ ବିଶେଷ ଭାବେ ବସବାସ କରିଥାନ୍ତି । ଉଭୟ ସଂପ୍ରଦାୟ ମଧ୍ୟରେ ରହିଛି ଭାଇଚାରାର ସଂପର୍କ । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମକର ଉତ୍ସବ । ମକର ଉତ୍ସବକୁ ଓଡିଆ ମାନେ ମକର ଚାଉଳ ଭୋଗ ଲାଗି କରି ପାଳନ କରୁଥିବା ବେଳେ ଏହାକୁ ତେଲୁଗୁ ମାନେ ମଧ୍ୟ କରିଥାନ୍ତି । ସେହିଭଳି ଏହି ସମୟରେ ତେଲୁଗୁ ସଂପ୍ରଦାୟର ମୁଖ୍ୟ ପର୍ବ ଭାବେ ପରିଚିତ ପୋଙ୍ଗାଲକୁ ତେଲୁଗୁ ମାନେ ଖୁବ ଧୁମ ଧାମରେ ପାଳନ କରୁଥିବା ବେଳେ ଓଡିଆ ମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.