ETV Bharat / entertainment

ଦୁର୍ଘଟଣା ପରେ ବି କାର୍ ରେସିଂରେ ବାଜି ମାରିଲେ ଅଜିତ କୁମାର, ଛୁଟୁଛି ଶୁଭେଚ୍ଛାର ସୁଅ - AJITH KUMAR WON CAR RACING

ଦୁର୍ଘଟଣା ପରେ ବି ଅଜିତ କୁମାର ଦୁବାଇ 24H କାର୍ ରେସିଂରେ ବିଜୟ ହାସଲ କରିଛନ୍ତି । ଯାହାକୁ ନେଇ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Rajinikanth, Samantha, Others Celebrate Ajith Kumar's Win at Dubai 24H Racing Event
Rajinikanth, Samantha, Others Celebrate Ajith Kumar's Win at Dubai 24H Racing Event (Photo: ANI)
author img

By ETV Bharat Entertainment Team

Published : Jan 13, 2025, 1:31 PM IST

ହାଇଦ୍ରାବାଦ: ଦୁର୍ଘଟଣା ପରେ ବି କାର୍ ରେସିଂରେ ବାଜି ମାରିଲେ ସାଉଥ ଲୋକପ୍ରିୟ ତାରକା ଅଜିତ କୁମାର । ଅଭିନେତା ଦୁବାଇ 24H କାର୍ ରେସିଂରେ ଅଂଶଗ୍ରହଣ କରି ବିଜୟ ହାସଲ କରିଛନ୍ତି । କହିରଖୁଛୁ କି, ବ୍ରେକ୍ ଫେଲ୍ ହେବା ଯୋଗୁଁ ଅଭିନେତା ଅଭ୍ୟାସ ସମୟରେ ଏକ ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଏହା ପରେ ମଧ୍ୟ ଅଜିତ ଅଭ୍ୟାସ ଜାରି ରଖିଥିଲେ । ଯାହା ପରେ କାର ରେସିଂରେ ସାମିଲ ହୋଇ ତୃତୀୟ ସ୍ଥାନ ଅଦିକାର କରିଛନ୍ତି । ଯାହାକୁ ନେଇ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଦୁର୍ଘଟଣା ପରେ ମଧ୍ୟ ବିଜୟୀ ହେଲେ ଅଜିତ କୁମାର

ତାମିଲ ସୁପରଷ୍ଟାର ଅଜିତ କୁମାର 24 ଘଣ୍ଟା ଦୁବାଇ 2025 କାର ରେସିଂରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଖୁସି କରିଛି । ଏହି ବିଜୟ ଅଭିନେତା ଏବଂ ତାଙ୍କ ପ୍ରଶଂସକ ଉଭୟଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ । ଅଜିତ କୁମାର ରେସିଂ 991 ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ପରିଚାଳକ ସୁରେଶ ଚନ୍ଦ୍ର ଏହାକୁ ଏକ୍ସରେ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ, ଅଭିନେତାଙ୍କୁ GT4 ବର୍ଗରେ "ସ୍ପିରିଟ୍ ଅଫ୍ ଦ ରେସ୍" ମାନ୍ୟତା ମଧ୍ୟ ମିଳିଛି । ଚନ୍ଦ୍ରା କହିଛନ୍ତି, 'ବ୍ରେକ୍ ଫେଲ୍ ଯୋଗୁଁ ହୋଇଥିବା ଦୁର୍ଘଟଣା ପରେ ଏହା ଏକ ମହାନ ପ୍ରତ୍ୟାବର୍ତ୍ତନ ।'

ପ୍ରଥମଥର କାର ପ୍ରତିଯୋଗିତାରେ ନେଇଥିଲେ ଭାଗ

କିଛି ଦିନ ପୂର୍ବେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଜିତ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । କ୍ଲିପରେ, ଅଜିତଙ୍କ କାର୍ ବାରିକେଡରେ ପିଟି ହୋଇଥିବା ଦେଖିବାକୁ ମିଳିଥିଲା । ତଥାପି, ଅଭିନେତାଙ୍କର କୌଣସି ଆଘାତ ହୋଇନଥିଲା ଏବଂ ସେ ସୁରକ୍ଷିତ ଥିଲେ । ଦୁବାଇ କାର୍ ରେସିଂ ଚାମ୍ପିଅନସିପ୍ ହେଉଛି ପ୍ରଥମ କାର୍ ରେସିଂ ସିରିଜ୍ ଯେଉଁଥିରେ ଅଜିତଙ୍କ କମ୍ପାନୀର ଟିମ ଅଂଶଗ୍ରହଣ କରିଥିଲେ। ଏହି ସିରିଜ୍ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହୋଇଥିଲା ।

samantharuth prabhu post
samantharuth prabhu post (instagram)

ଏହା ମଧ୍ୟ ପଢନ୍ତୁ: ଅଜିତ କୁମାରଙ୍କ କାର୍ ଦୁର୍ଘଟଣାଗସ୍ତ, 180 ବେଗରେ ଚଳାଉଥିଲେ ଗାଡି

ସେଲିବ୍ରିଟିଙ୍କ ଠାରୁ ଛୁଟିଲା ଶୁଭେଚ୍ଛାର ସୁଅ

ଦୁବାଇ 24H ରେସିଂ ଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ କରିବା ପାଇଁ ଅଜିତ କୁମାରଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ସାଉଥ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ସାମନ୍ଥା ରୁଥ ପ୍ରଭୁ, ଆର ମାଧବନ, ନାଗା ଚୈତନ୍ୟଙ୍କ ଭଳି ଅନେକ ବଡ଼ ଫିଲ୍ମ ବ୍ୟକ୍ତିତ୍ୱ ଅଜିତ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.