ETV Bharat / state

ପ୍ରବାସୀ ଭାରତୀୟ ଦିବସରେ କରିଥିଲେ ନୃତ୍ୟ ପରିବେଷଣ, ଏବେ ମିଳିଲା ମୃତଦେହ - STUDENT SUICIDE

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲ (ETV Bharat)
author img

By ETV Bharat Odisha Team

Published : Jan 13, 2025, 1:28 PM IST

Updated : Jan 13, 2025, 6:20 PM IST

ଭୁବନେଶ୍ବର: ରାଜଧାନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ମୃତଦେହ। ହଷ୍ଟେଲର ରୁମ ନମ୍ବର ୨୧ ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ପରିବାର ଲୋକ ଓ ପୋଲିସର ଛାନଭିନ। ମୃତକ ଜଣଙ୍କ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ । ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି। ପରିବାର ଲୋକଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଛାନଭିନ ଜାରି ରହିଛି । ଏହା ପ୍ରେମ ଜନିତ ନା ରାଗିଂ ଘଟଣା ନା ପରୀକ୍ଷା ଚାପରେ ଛାତ୍ରୀ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

ମିଳିଲା ମୃତଦେହ (ETV Bharat Odisha)

ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଗୈାର ମହନ ମହାନ୍ତି କହିଛନ୍ତି ‘‘ଆମର ଏଠି ଏଭଳି କିଛି ସମସ୍ୟା ଆଗରୁ ହୋଇନି। ଆଜି ସକାଳୁ ଏମିତି ଝିଅଟିଏ ଆତ୍ମହତ୍ୟା କରିଥିବା ନେଇ ଓ୍ବାର୍ଡେନ ଖବର ଦେଇଥିଲେ । ଖବର ପାଇ ଦେଖିଲୁ ଓ ପୋଲିସକୁ ଖବର ଦେଲୁ । ପିଲା ମଧ୍ୟ ସକାଳେ ତାକୁ ଦେଖିଛନ୍ତି ସେ ସକାଳୁ ରୁମ ବାହାରକୁ ଆସି ଫିଲ୍ଟରରୁ ପାଣି ନେଇଥିଲା । ସକାଳେ କ୍ଲାସ ଯିବା ପାଇଁ ଯେତେବେଳେ ପିଲା ଡାକିଛନ୍ତି ସେତେବେଳେ ତାର କବାଟ ବାଡେଇବା ପରେ କବାଟ ଖୋଲି ନଥିଲା। ସେ ଶୋଇପଡିଥିବା ଭାବି ଅନ୍ୟ ସହପାଠୀ ମାନେ କବାଟୁ ଧକ୍କା ପକାଇବା ପରେ ଖୋଲିଥିଲା। କବାଟ ଖୋଲିବା ପରେ ଝୁଲନ୍ତା ଅବସ୍ଥାରେ ଝିଅଟିକୁ ଦେଖିବାକୁ ପାଇଥିଲୁ। ଏନେଇ ପରିବାର ଲୋକଙ୍କୁ ଜଣେଇଥିଲୁ । ଗତକାଲି ତା’ର ପରୀକ୍ଷା ସରିଥିଲା । ସେ ଘରକୁ ଯିବାର ଥିଲା କ’ଣ ହେଲା କେଜାଣି ଆଜି ଏମିତି ଝିଅଟିକୁ ଦେଖିବାକୁ ମିଳିଥିଲା’’।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲ (ETV Bharat)

ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ।

ସେପଟେ କ୍ୟାପିଟାଲ ଥାନା ଥାନାଧିକାରି ଦୟାନିଧି ନାୟକ କହିଛନ୍ତି ‘‘ତାଙ୍କ ସ୍ଥାନୀୟ ଅଭିଭାବକଙ୍କୁ ଡକାଯାଇଛି। ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ। କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍‌ ମଧ୍ୟରେ ଛୁଟିରେ ଯାଇଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ।

ଅନ୍ୟ ଜଣେ ଅଧ୍ୟାପକ ତଥା ସୁପରିଟେଣ୍ଡ ନିମାକାନ୍ତ ରାଉତରାୟ କହିଛନ୍ତି ‘‘ବହୁତ ଭଲ ପିଲା ଭଲ ପାଠ ପଢେ। ହେଲେ ଫିଜିକାଲି ଏତେ ଫିଟ ନଥିଲା । ନାଚେ ବେଳେବେଳେ ଚେତାଶୂନ୍ୟ ହୋଇଯାଏ। ଭଲ ନାଚ କରେ। ଭଲ ପିଲା ଥିଲା । ସବୁ ପିଲା ପରୀକ୍ଷା ସରିଲା ପରେ ଘରକୁ ପଳାଇଥିଲେ ରୁମ ମେଟ୍‌ ମାନେ ନଥିଲେ। କାହିଁକି ଏମିତି କଲା ସେଟା ତ ଭଗବାନ କହିବେ । ନାଚ କରୁ କରୁ ବସି ପଡିବ। ବହୁତ ଦୁର୍ବଳ ପିଲା ଥିଲା। ଏଭଳି ଘଟଣା ପ୍ରଥମ। ୬୪ମସିହାରୁ ଏହା ପ୍ରଥମ । କ’ଣ ତା ମନ ଭିତରେ ଥିଲା ଜଣା ନାହିଁ ।

ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ।ସେପଟେ କ୍ୟାପିଟାଲ ଥାନାଧିକାରି କହିଛନ୍ତି ‘‘ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ। କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍‌ ମଧ୍ୟରେ ଛୁଟିରେ ଯାଇଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ।

ପୋଲିସର ତଦନ୍ତ
ପୋଲିସର ତଦନ୍ତ (ETV Bharat)

ଏହି ଘଟଣାକୁ ନେଇ ଟ୍ବିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଛାତ୍ର ନେତା । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘‘ସଂଗୀତ ମହାବିଦ୍ୟାଳୟରେ ଅଧକ୍ଷଙ୍କ ଅନିୟମିତତା ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରି ଶହ ଶହ ଛାତ୍ର ପୂର୍ବରୁ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ’’।

ଏହା ମଧ୍ୟ ପଢନ୍ତୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ କଲା ଯୁବ କଂଗ୍ରେସ - Youth Congress Press Conference

ଏହା ମଧ୍ୟ ପଢନ୍ତୁ ୧୧ ଦିନରେ ରାଜ୍ୟରେ ଆଖି ବୁଜିଲେଣି ୧୦ ଚାଷୀ

ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଛନ୍ତି

ଗତବର୍ଷ ସ୍ବାମୀଙ୍କ ଠୁ ଧୋକା ଖାଇ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଥିଲା । ମୃତ ସାମ୍ବାଦିକା ଜଣକ ସ୍ବାମୀଙ୍କ ପରକିୟା ସମ୍ପର୍କ ପାଇଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏପରିକି ଦୁଇ ଜଣ ଝିଅଙ୍କ ସହିତ ତାଙ୍କ ସ୍ବାମୀ ଫେରାର ହେବା ପାଇଁ ଯୋଜନା କରିଥିବା ସାମ୍ବାଦିକା ଜଣକ ଜାଣିବାକୁ ପାଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ସୋସିଆଲ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଥିଲେ ମୃତ ସାମ୍ବାଦିକା ।

ପୋଲିସର ତଦନ୍ତ
ପୋଲିସର ତଦନ୍ତ (ETV Bharat)

ସେହିପରି ଗତ 2023ରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା ସଫ୍ଟୱେର ଇଞ୍ଜିନିୟର ମୃତ୍ୟୁ ଘଟଣା । ସଫ୍ଟୱେୟାର ଇଞ୍ଜିନିଅର ଜଣକ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଜିତ ମହାପାତ୍ରକୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଥିଲା ।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା

ଏହା ପୂର୍ବରୁ ଗତ 2022ରେ ବିଜେବି କଲେଜର ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବିଜେବି କଲେଜ ହଷ୍ଟେଲରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ଛାତ୍ରୀ। ତିନି ସନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହିନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ସୁଇସାଇଡ ନୋଟରେ ଲେଖିଥିଲେ ।

Last Updated : Jan 13, 2025, 6:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.