ETV Bharat / state

କଟନୀ ଛଟନୀ ନେଇ ଛିଡୁନି ଚାଷୀ-ମିଲର ଦ୍ଵନ୍ଦ୍ୱ, ମଣ୍ଡିରେ ପଡିଛି ଧାନ - ANGUL MANDI ISSUE

ଧାନର FAQ ମାନକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ, କଟନୀଛଟନୀ ବିରୋଧ କରିବାରୁ ମଣ୍ଡିରେ ପଡିରହିଲା ଧାନ

Paddy procurement in Angul
Paddy procurement in Angul (ETV Bharat Odisha)
author img

By ETV Bharat Odisha Team

Published : Jan 15, 2025, 8:39 PM IST

ଅନୁଗୋଳ: ଧାନର ‘FAQ’ ମାନକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ । ଯାହାକୁ ନେଇ ମଣ୍ଡିରେ ପଡିରହୁଛି ଧାନ । ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ବ୍ଲକ ଖଲାରୀ କୃଷି ସମବାୟ ସମିତିରେ । ‘FAQ’ ମାନର ଧାନ ନହେଲେ ମିଲର ଧାନ ଉଠାଉ ନଥିବା ବେଳେ FAQ ମାନର ଧାନ ନହେଲେ ୫ପ୍ରତିଶତ କାଟିବାକୁ କହୁଛି । ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।

  • କଟନୀ- ଛଟନୀ ନେଇ ଅସନ୍ତୋଷ ଚାଷୀ:

ଧାନର FAQ ମାନକୁ ନେଇ ଚାଷୀ ଓ ମିଲର ମଧ୍ୟରେ କଥା କଟାକଟି । ମଣ୍ଡିରେ ଧାନ ନଦେଇ ଅସନ୍ତୋଷ ପ୍ରକାଶ କରି ଚାଷୀ ଫେରିଯାଇଛନ୍ତି । ଅଭିଯୋଗ ଅନୁଯାୟୀ, ଧାନର ‘FAQ’ମାନ ଯାଞ୍ଚ ନେଇ ୫ ପ୍ରତିଶତ ଧାନ କାଟିବାକୁ ମିଲର କହିଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଥିଲେ । ୫ ପ୍ରତିଶତ ବଦଳରେ ୪ ପ୍ରତିଶତ କାଟିବାରେ ରାଜି ହୋଇଥିଲେ ମଧ୍ୟ ମିଲର ଏଥିରେ ରାଜି ହୋଇନଥିଲା । ଯାହାକୁ ନେଇ ମିଲର ଏବଂ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଚାଷୀମାନେ ମଣ୍ଡିରେ ଧାନ ନଦେଇ ଫେରିଯାଇଥିଲେ ।

Paddy procurement in Angul (ETV Bharat Odisha)
  • ମିଲର ଚାଷୀ ମଧ୍ୟରେ ବିବାଦ

ଏନେଇ ନିତ୍ୟାନନ୍ଦ ଦେହୁରୀ ନାମକ ଚାଷୀ କହିଛନ୍ତି," ମିଲର କହୁଛନ୍ତି ଧାନ ୫ପ୍ରତିଶତ କାଟିଲେ ନେବାପାଇଁ କିନ୍ତୁ ଚାଷୀମାନେ ୪ ପ୍ରତିଶତ ଧାନ କାଟିବାକୁ କହିଥିଲେ । ଏହାକୁ କିନ୍ତୁ ମିଲର ରାଜି ହେଲେ ନାହିଁ । ଯେଉଁଥିପାଇଁ ଧାନ ଉଠିପାରିଲା ନାହିଁ । ସରକାର ଧାନ କଟନି ଛଟନୀ ପାଇଁ ମନା କରିଛନ୍ତି । କିନ୍ତୁ ମିଲର ପାଇଁ ଆମେ ୪ ପ୍ରତିଶତ ଧାନ କାଟିବାକୁ ରାଜି ହୋଇଥିଲୁ । କିନ୍ତୁ ମିଲର କହୁଛନ୍ତି ୫ ପ୍ରତିଶତ ନହେଲେ ଧାନ ନେବୁନାହିଁ ।" ସେହିପରି ଛେଳିଆପଡା ସରପଞ୍ଚ କହିଛନ୍ତି,"ଧାନ FAQ ମାନ ଠିକ୍‌ ରହିଥିଲେ ବି କେବଳ ଧାନରେ ଧୂଳି ରହିବା ଯୋଗୁଁ ରଙ୍ଗ ଖରାପ ଦେଖାଗଲେ ସେ ଧାନ ନେବା ପାଇଁ ମିଲର ରାଜି ହେଉନି । ଧାନ ୪ ପ୍ରତିଶତ କାଟିବାକୁ ଚାଷୀ ରାଜି ହେଲେ ବି ମିଲର ମନମୁଖୀ ଦେଖାଇ ଧାନ ଉଠାଇବାକୁ ମନା କରିଦେଉଛି । ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଆମେ ଦାବି କରୁଛୁ ।"

ଏହାମଧ୍ୟ ପଢନ୍ତୁ...

ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ

ନୟାଗଡ଼ରେ ଧାନ କିଣା, FAQ ମାନ ଧାନରେ ହେବନି କଟନୀ ଛଟନୀ: ଜିଲ୍ଲାପାଳ

ମଣ୍ଡି ବୁଲିବ ବିଧାନସଭା ଷ୍ଟାଣ୍ଡିଂ କମିଟି, କଟନୀ ଛଟନୀ ଉପରେ ରହିବ ନଜର

ମଣ୍ଡି ବୁଲିଲେ ନେତା, ଧାନ କିଣାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

  • ଏମିତି କହିଲେ ସ୍ଥାନୀୟ ବିଧାୟକ:-

ଅନ୍ୟପଟେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି, "ସରକାରଙ୍କ ଯେଉଁ ନିୟମ ରହିଛି ସେହି ଅନୁଯାୟୀ ଧାନ ନିଆଯିବ । ଚାଷୀଙ୍କ ଯେପରି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ମିଲରମାନଙ୍କୁ ଧାନ ଉଠାଇବାପାଇଁ କୁହାଯାଇଛି ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.