ମୁମ୍ବାଇ: ସଶକ୍ତ ହେଲା ଭାରତୀୟ ନୌସେନା । ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନଏସ ସୁରତ’, ‘ଆଇଏନଏସ ନୀଳଗିରି’ ଓ ‘ଆଇଏନଏସ ବାଘଶୀର’ । ଆଜି ପଶ୍ଚିମ ନୌସେନା କମାଣ୍ଡ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ବୁଧବାର) ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ୩ ଯୁଦ୍ଧ ଜାହାଜକୁ ସମର୍ପିତ କରିଛନ୍ତି ।
- ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦରେ ବିଶ୍ବାସ କରେ: ମୋଦି
ଏହି ଅବସରରେ ମୋଦି କହିଛନ୍ତି," ଆଜି ଭାରତ ସମଗ୍ର ବିଶ୍ୱ ବିଶେଷ କରି ଗ୍ଲୋବାର ସାଉଥରେ ଏକ ବିଶ୍ୱାସଯୋଗ୍ୟ ଓ ଦାୟିତ୍ୱସମ୍ପନ୍ନ ବନ୍ଧୁ ଭାବେ ପରିଚୟ ଲାଭ କରିଛି । ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦ ଭାବନରେ କାର୍ଯ୍ୟ କରିଥାଏ । ବୈଶ୍ୱିକ ସୁରକ୍ଷା, ଅର୍ଥନୀତି ଓ ଭୂ-ରାଜନୈତିକ ଗତିଶୀଳତାକୁ ଏକ ଦିଗ ଦେଖାଇବାରେ ଭାରତ ଭୂମିକା ବେଶ ଅଧିକ । ଆର୍ଥିକ ଓ ସାମରିକ କ୍ଷେତ୍ରରେ ଏହା ବେଶ ମହତ୍ତ୍ୱପୂର୍ଣ୍ଣ । ଏକବିଂଶ ଶତାବ୍ଦୀର ଭାରତର ସୈନ୍ୟ ସାମର୍ଥ୍ୟ ମଧ୍ୟ ଅଧିକ ସକ୍ଷମ ଓ ଆଧୁନିକ ହେଉ, ଏହା ଦେଶର ପ୍ରାଥମିକତା । ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର ଓ ମହାକାଶ ସମସ୍ତ କ୍ଷେତ୍ରରେ ଭାରତ ନିଜର ସ୍ୱାର୍ଥକୁ ସୁରକ୍ଷିତ କରୁଛି । ଏଥିପାଇଁ ନିରନ୍ତର ସୁଧାର କରାଯାଉଛି ।"
मुंबई में नौसेना के कार्यक्रम में देश की रक्षा क्षमताओं का साक्षी बनने का सुअवसर मिला। pic.twitter.com/xNJefmi9kK
— Narendra Modi (@narendramodi) January 15, 2025
- ଆର୍ମନିର୍ଭରଶୀଳତା ମନ୍ତ୍ର ଆପଣାଇଛି ଭାରତୀୟ ସଶସ୍ତ୍ର ବଳ:-
ସେ ଆଉ ମଧ୍ୟ କହିଛନ୍ତି,"ଗତ ୧୦ ବର୍ଷ ମଧ୍ୟରେ ଭାରତର ୩ ସେନା ଆର୍ମନିର୍ଭରଶୀଳତା ମନ୍ତ୍ର ଆପଣାଇଛନ୍ତି । ସଙ୍କଟ ସମୟରେ ଅନ୍ୟ ଦେଶ ଉପରେ ଭାରତର ନିର୍ଭରତା କମିିଛି । ଗତ ୧୦ ବର୍ଷ ମଧ୍ୟରେ ନୌସେନାରେ ୩୩ ଜାହାଜ ଓ ୭ ବୁଡାଜାହାଜକୁ ସାମିଲ କରାଯାଇଛି । ଏହି ୪୦ ନୌସେନା ଜାହାଜ ମଧ୍ୟରେ ୩୯ ଭାରତୀୟ ସିପୟାର୍ଡରେ ନିର୍ମାଣ କରାଯାଇଛି । ଆଜି ଭାରତର ପ୍ରତିରକ୍ଷା ଉତ୍ପାଦନ 1,25 ଲକ୍ଷ କୋଟିରୁ ଅଧିକ । ଆମେ ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛେ । ଏହା ଆମ ପାଇଁ ଗର୍ବର ବିଷୟ ଯେ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଭାରତରେ ନିର୍ମାଣ ହୋଇଛି ।"
"ଆଜି ଭାରତର ଭାରତୀୟ ନୈସେନାର ଗୌରବଶାଳୀ ଇତିହାସ ଓ ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଦିନ । ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୈସେନାକୁ ନୂଆ ଶକ୍ତି ଓ ନୂତନ ଭିଜନ ଦେଇଥିଲା । ଆଜି ଏକବିଂଶ ଶତାବ୍ଦୀରେ ନୈସେନାକୁ ଆହୁରୀ ଶକ୍ତିଶାଳୀ କରିବା ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ଏକ ଡେଷ୍ଟ୍ରୟର, ଏକ ଫ୍ରିଗେଟ୍, ଏକ ସବ-ମେରାଇନକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି ।"
हम आज इसलिए स्पेस और डीप सी, दोनों जगह देश की क्षमताओं को बढ़ाने में निरंतर जुटे हुए हैं… pic.twitter.com/23Q8DQCXXu
— Narendra Modi (@narendramodi) January 15, 2025
ଏହି ଯୁଦ୍ଧ ଜାହାଜଗୁଡିକର ବିଶେଷତା:
ଏହି ତିନୋଟି ପ୍ରମୁଖ ଯୁଦ୍ଧ ଜାହାଜ ପ୍ରତିରକ୍ଷା ତଥା ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ । INS ସୁରତ, P15B ଗାଇଡେଡ୍ ମିସାଇଲ୍ ପରିବହନ କରିବା ପାଇଁ କ୍ଷମତା ସମ୍ପନ୍ନ । ଡେଷ୍ଟ୍ରୟର ବର୍ଗର ଏହା ଚତୁର୍ଥ ତଥା ଅନ୍ତିମ ଜାହାଜ । ଏହା ବିଶ୍ୱର ବୃହତ୍ତମ ଏବଂ ଅତ୍ୟାଧୁନିକ ଡେଷ୍ଟ୍ରୟର ଜାହାଜ ମଧ୍ୟରେ ସ୍ଥାନ ପାଇଛି । ଏହାର 75 ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।
INS ନୀଳଗିରି, P17A ଷ୍ଟିଲ୍ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ, ‘ଭାରତୀୟ ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଦ୍ୱାରା ଏହା ଡିଜାଇନ୍ କରାଯାଇଛି । ସେହିଭଳି INS ବାଘଶୀର, P75 ସ୍କର୍ପିନ୍ ପ୍ରୋଜେକ୍ଟର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ