ଗୋଟିଏ ରାତିରେ 2ଟି ଲୁଟ, ATM ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା - ATM LOOT

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 15, 2025, 10:25 PM IST

ବୌଦ୍ଧ: ATM ତାଡ଼ି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗୋଟିଏ ରାତିରେ ଦୁଇ ଦୁଇଟି ସ୍ଥାନ ଲୁଟ୍‌ । ଗତକାଲି ରାତିରେ ଏକ ଲୁଟେରା ଗ୍ୟାଙ୍ଗ ବୌଦ୍ଧ ଥାନା ଅଞ୍ଚଳର 2ଟି ସ୍ଥାନରେ 2ଟି ଏଟିଏମ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ଓ ବିରନରସିଂପୁର ଠାରେ ଥିବା SBIର 2ଟି ATMରୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଲୁଟ କରିଛନ୍ତି । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଗାଡ଼ିରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ଧରି ଗ୍ୟାସ୍‌ କଟର୍‌ ଯୋଗେ ‘ଏଟିଏମ’ ତାଡି ଏସବୁ ଲୁଟ୍‌ କରିଛନ୍ତି । ଉଭୟ ଲୁଟ୍‌ ସ୍ଥାନରେ ବୌଦ୍ଧ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଗତ କିଛି ଦିନ ହେଲା ବୌଦ୍ଧରେ ଲୁଟପାଟ ପରିମାଣ ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବେ ବୌଦ୍ଧ ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥ ମନ୍ଦିରରେ ଦାନହୁଣ୍ଡିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ । ଗତକାଲି ରାତିରେ ପୁଣି ଥରେ ଏକ ଲୁଟେରା ଗ୍ୟାଙ୍ଗ ବୌଦ୍ଧ ଥାନାର ଦୁଇଟି ସ୍ଥାନରେ 2ଟି ‘ଏଟିଏମ’ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ...ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ

ଏହାମଧ୍ୟ ପଢ଼ନ୍ତୁ...ମଣପୁରମ ଲୁଟ ପଛରେ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.