ଭୁବନେଶ୍ବର: ସରିଲା ଖଣ୍ଡଗିରି ଯାତ୍ରା ଓ ମେଳା ପାଇଁ କମିଶନରେଟ୍ ପୋଲିସର ବୈଠକ । 6ଟି ଯାତ୍ରା କମିଟିଙ୍କ ସହ ଆଲୋଚନା କଲେ ଜୋନ ଏସିପି ଓ ସ୍ଥାନୀୟ ଥାନା ଅଧିକାରୀ । 6ଟି ଯାତ୍ରା କମିଟିର ସମ୍ପାଦକ, ସଭାପତିଙ୍କ ସମେତ କର୍ପୋରେଟର, ସ୍ଥାନୀୟ ଥାନା ଅଧିକାରୀ ଓ ଜୋନ ଏସିପି ରହିବେ ସେଣ୍ଟ୍ରାଲ କୋର୍ଡିନେଟ୍ କମିଟି ସଦସ୍ୟ । କମିଟି ସହ ଅନନ୍ତ କେଶରୀ ଠାକୁରଙ୍କ ସଦସ୍ୟକୁ ନେଇ ଗଠନ ହେଲା ସେଣ୍ଟ୍ରାଲ କୋର୍ଡିନେଟ୍ କମିଟି । ଅଶ୍ଳୀଳ ନାଚ ନହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସୁଥିବା ସାଧୁ ସନ୍ଥଙ୍କ ସହ ଟ୍ରାଫିକ ଓ ପାର୍କିଂର ସୁବ୍ୟବସ୍ଥା ପାଇଁ ସମସ୍ତେ କିଭଳି ସହଯୋଗ କରିବେ ସେନେଇ ଆଲୋଚନା କରାଯାଇଛି ।
- ସେଣ୍ଟ୍ରେଲ କୋର୍ଡିନେଟ୍ କମିଟି:
ଏନଇ ଜୋନ 3 ଏସିପି ତାପସ ପ୍ରଧାନ କହିଛନ୍ତି,"ଖଣ୍ଡଗିରିରେ ଯାତ୍ରା କିପରି ସୁପରିଚାଳିତ ହୋଇପାରିବ, ଶାନ୍ତିଶୃଙ୍ଖଳାରେ ହୋଇପାରିବ, ଟ୍ରାଫିକ ପରିଚାଳନା କେମିତି ଠିକ ଭାବରେ କରାଯାଇପାରିବ ସେ ନେଇ 6ଟି ଯାତ୍ରା କମିଟି ଓ ସ୍ଥାନୀୟ କର୍ପୋର୍ଟରଙ୍କ ସହ ଆଲୋଚନା କଲୁ । ଏକ ସେଣ୍ଟ୍ରେଲ କୋର୍ଡିନେଟ୍ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କମିଟିରେ ଅନନ୍ତ କେଶରୀ ଠାକୁର ଓ ବାରଭୁଜା କମିଟିର ସଭାପତି ଓ ସମ୍ପାଦକ, 6ଟି ଯାତ୍ରା କମିଟିର ସଭାପତି ଓ ସମ୍ପାଦକ, ସ୍ଥାନୀୟ କର୍ପୋରେଟର, ଆଇଆଇସି, ଏସସିପି ସଦସ୍ୟ ରହିବେ । ଖଣ୍ଡଗିରି ଯାତ୍ରାକୁ ନେଇ ଯାହା ସମସ୍ୟା ହେବ ତାକୁ କେମିତି ଶାନ୍ତି ଶୃଙ୍ଖଳାରେ ଆଲୋଚନା କରାଯିବ ତାହା ସେଣ୍ଟ୍ରେଲ କୋର୍ଡିନେଟ୍ କମିଟିର ଦାୟିତ୍ବ ରହିବ । ଅଶ୍ଲୀଳ ନୃତ୍ୟକୁ ପ୍ରସୟ ଦିଆଯିବ ନାହିଁ । ଯଦି କେଉଁ ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ହୁଏ, ତେବେ ସେମାନେ ଆଇନ ଦ୍ବାରା ଦଣ୍ଡିତ ହେବେ ।
ଏହା ମଧ୍ୟ ପଢ଼ନ୍ତୁ...ଏଥର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ ଏହା ମଧ୍ୟ ପଢ଼ନ୍ତୁ...ଗୃହରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି |
- ଅଶ୍ଲୀଳ ନୃତ୍ୟ ମନା:
ସେପଟେ ୱାର୍ଡ଼ 67 କର୍ପୋରେଟର ସୁଜାତା ଛୋଟରାୟ କହିଛନ୍ତି, "ଖଣ୍ଡଗିରି କୁମ୍ଭମେଳା କିଭଳି ଶାନ୍ତି ଶୃଙ୍ଖଳାରେ ହେବ, ଯେପରି ଟ୍ରାଫିକ ସମସ୍ୟ ନ ହେବ ଓ ଭକ୍ତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ବୈଠକରେ ଆଲୋଚନା କରାଯାଇଛି । ଯାତ୍ରାରେ ଅଶ୍ଲୀଳ ନୃତ୍ୟ ହେବ ନାହିଁ ।" ତେବେ ଆସନ୍ତା ୪ ଫେବୃଆରୀରେ ଖଣ୍ଡଗିରି ମେଳା ଆରମ୍ଭ ହେବାକୁ ଥିବା ବେଳେ ୧୨ ତାରିଖରେ ହେବ ପୂର୍ଣ୍ଣାହୁତି । ୬ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ଯାଏଁ ଖଣ୍ଡଗିରିରେ ଯାତ୍ରା ଚାଲିବ ।
ଇଟିଭି ଭାରତ, ଭୁବନେଶ୍ବର