ବିସ୍କୁଟ ପ୍ୟାକେଟରେ ଗଞ୍ଜେଇ, ବିମାନ ବନ୍ଦରରୁ ଜବତ ହେଲା ୪ କୋଟିର ମରିଜୁଆନା - MARIJUANA SEIZED FROM AIRPORT
ବିମାନରେ ଗଞ୍ଜେଇ ଚାଲାଣ ୪ କୋଟି ଟଙ୍କାର ମରିଜୁଆନା ଚାଲଣ ଜବତ କରିବା ସହ ଜଣେ ଅଣ ଓଡ଼ିଆ ଯୁବକ ଗିରଫ କଲା ଡିଆରଆଇ ଓ କଷ୍ଟମ ବିଭାଗ
Published : Jan 15, 2025, 9:42 PM IST
ଭୁବନେଶ୍ୱର: ବିମାନ ଯୋଗେ ହେଉଥିଲା ହାଇପ୍ରୋଫାଇଲ୍ ଗଞ୍ଜେଇ ଚାଲାଣ । ୪ କୋଟି ଟଙ୍କାର ଜର୍ମାନୀ ପ୍ରସ୍ତୁତ ମରିଜୁଆନା (ପ୍ରକ୍ରିୟାକୃତ ଗଞ୍ଜେଇ) ଚାଲଣ ଜବତ କରିବା ସହ ଜଣେ ଅଣଓଡ଼ିଆ ଯୁବକକୁ ଗିରଫ କଲା ରାଜସ୍ବ ଗୁଇନ୍ଦା ଓ କଷ୍ଟମ୍ ବିଭାଗ ।
- ୪ କୋଟି ଟଙ୍କାର ମରିଜୁଆନା ଜବତ:
ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ମରିଜୁଆନା ଚାଲାଣ ହେଉଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ଡିଆରଆଇ । ଏହାର ଆଧାର କରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାଞ୍ଚ ବେଳେ ଏକ ଯୁବକଙ୍କ ନିକଟରୁ କିଛି ବିସ୍କୁଟ ପ୍ୟାକେଟ ମିଳିଥିଲା । ଏତେଗୁଡିଏ ବିସ୍କୁଟ ପ୍ୟାକେଟ ଦେଖି ସନ୍ଦେହ କରି କଷ୍ଟମ ବିଭାଗ ଓ ଡିଆରଆଇ ଏହି ବିସ୍କୁଟ ପ୍ୟାକେଟ ଯାଞ୍ଚ କରିବାରୁ ସେଥିରୁ ମରିଜୁଆନା (ଗଞ୍ଜେଇ) ବାହାରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୪କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅନ୍ୟପଟେ ପୋଲିସ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯୁବକ ଜଣକ କେରଳର ହୋଇଥିବା ସୂଚନା ରହିଛି ।
- ପୂର୍ବ ଘଟଣାକ୍ରମ :
ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ମରିଜୁଆନା ଜବତ ହେବା ଘଟଣା ପ୍ରଥମ ନୁହେଁ, ଏହାପୁର୍ବରୁ ଗତ ୫ତାରିଖରେ ପଶ୍ଚିମବଙ୍ଗରର ଦୁଇ ମହିଳା ଭୁବନେଶ୍ୱର ଦେଇ ମରିଜୁଆନା ଚାଲାଣ କରୁଥିବା ବେଳେ କଷ୍ଟମ ବିଭାଗ ଦ୍ୱାରା ଧରାପଡିଥିଲେ । ଅବଦା ଖାତୁନ ଓ ନସିରା ବେଗମ ନାମକ ୨ ଜଣ ମହିଳାଙ୍କଠାରୁ ୯ କେଜି ୫୦୦ଗ୍ରାମର ମରିଜୁଆନା ଜବତ କରାଯାଇଥିଲା । ୨୦୨୨ମସିହା ଏପ୍ରିଲ ୧୫ତାରିଖରେ ଭୁବନେଶ୍ୱରରେ ଆମେରିକାନ୍ କୋକେନ ଜବତ ହୋଇଥିଲା । ଏଥିରେ ହାଇପ୍ରୋଫାଇଲ ଗ୍ୟାଙ୍ଗର ଲିଙ୍କ ରହିଥିବା ଜଣାପଡିଥିଲା ।
ଏହାମଧ୍ୟ ପଢନ୍ତୁ... ଗଜପତିରେ ଗ୍ରୀନ କ୍ଲିନ: ପାହାଡ଼ରେ ସୁଇମିଂ ପୁଲ୍ କରିଥିଲେ ଗଞ୍ଜେଇ ମାଫିଆ ଗଜପତିରୁ ବିପୁଳ ଗଞ୍ଜେଇ ଜବତ, ୨ ଜଣ କୋର୍ଟଚାଲାଣ ବନ୍ଧାହେଲା ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ ନିଲୁ, ଭୁବନେଶ୍ୱରରୁ ଧରିଲା ମୁମ୍ବାଇ NCB ଟିମ୍ |
ମରିଜୁଆନ ହେଉଛି ଏକ କୃତ୍ରିମ ପ୍ରକ୍ରିୟାକୃତ ଗଞ୍ଜେଇ । ବିଶେଷ କରି ଜର୍ମାନ୍ ଭଳି ଦେଶରେ ଏହା ଅଧିକ ମିଳିଥାଏ । ଓଡ଼ିଶାରୁ ଏହାର ରାକେଟ ଧରିବା ପରେ ମରିଜୁଆନ ବିଷୟରେ ସାମ୍ନାକୁ ଆସିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।