ଓଡିଶା

odisha

By ETV Bharat Sports Team

Published : 4 hours ago

ETV Bharat / sports

Watch: ଧୋନିଙ୍କ ସହ ନିଜକୁ ତୁଳନା କଲେ 'କିଙ୍ଗ୍‌ ଖାନ'; ନିଜ ଅବସରଙ୍କୁ ନେଇ ଦେଲେ ମଜାଦାର ଉତ୍ତର - Shah Rukh Khan on MS Dhoni

Shah Rukh Khan on MS Dhoni : IIFA ପୁରସ୍କାର ସମାରୋହରେ ବଲିଉଡର 'କିଙ୍ଗ' ଶାହାରୁଖ ଖାନ ନିଜକୁ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍‌ ଧୋନିଙ୍କ ସହ ତୁଳନା କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

Shah Rukh Khan and MS Dhoni
Shah Rukh Khan and MS Dhoni (AFP Photo Photos)

ଆବୁଧାବି (ୟୁଏଇ) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି 4 ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । କିନ୍ତୁ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର 'ମେରୁଦଣ୍ଡ' ଏବେ ବି ଧୋନି । ଆଗାମୀ ଆଇପିଏଲ 2025 ପୂର୍ବରୁ କ୍ରିକେଟରଙ୍କ ରିଟେନ୍‌ସନ ପାଇଁ ବିସିସିଆଇ ଶନିବାର ନୂଆ ନିୟମ ପ୍ରଣୟନ କରିଛି, ଯେଉଁଠାରେ କ୍ରିକେଟରମାନେ 5 ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିଲେ, ସେମାନଙ୍କୁ ଫ୍ରାଞ୍ଚାଇଜ ଚାହିଁଲେ ଅନ୍‌କ୍ୟାପଡ୍‌ ଖେଳାଳି ଭାବେ ରଖିପାରିବେ । ଏହାରି ଭିତରେ ଧୋନିଙ୍କୁ CSK ରିଟେନ କରିବା ନେଇ କଳ୍ପନାଜଳ୍ପନା ମଧ୍ୟରେ 'ବଲିଉଡ୍‌ର କିଙ୍ଗ' ଭାବେ ପରିଚିତ ଶାହାରୁଖ ଖାନଙ୍କ ଧୋନିଙ୍କୁ ନେଇ ଏକ ମନ୍ତବ୍ୟ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଧୋନିଙ୍କ ସହ ନିଜକୁ ତୁଳନା କଲେ ଶାହରୁଖ ଖାନ :-

ଆଇପିଏଲ୍‌ ଦଳ କୋଲକାତା ନାଇଟ୍ ରାଇଡର୍ସ (KKR) ମାଲିକ, 'କିଙ୍ଗ୍‌ ଖାନ' ନିକଟରେ ଏକ ଲୋକପ୍ରିୟ ପୁରସ୍କାର ସମାରୋହ IIFA କାର୍ଯ୍ୟକ୍ରମ ସମୟରେ ମାହିଙ୍କ ବିଷୟରେ ଏଭଳି ଏକ ମନ୍ତବ୍ୟ ଦେଇଥିଲେ, ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଶାହାରୁଖ ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସହ ନଜର ଆସିଛନ୍ତି । ଯେତେବେଳେ କରଣ ଶାହାରୁଖଙ୍କୁ ତାଙ୍କ ବଲିଉଡ୍‌ରୁ ଅବସର ଯୋଜନା ବିଷୟରେ ପଚାରିଥିଲେ, 'ବଲିଉଡର ବାଦଶାହା' ନିଜକୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତୁଳନା କରିଥିଲେ ।

ଶାହରୁଖ ଖାନ କହିଥିଲେ, "ମୁଁ ଏକ ଭିନ୍ନ ପ୍ରକାରର କିମ୍ବଦନ୍ତୀ । ଧୋନି ଏବଂ ମୁଁ ବହୁତ ସମାନ । 'ନାଁ' କହିବା ପରେ ମଧ୍ୟ ଆମେ 10ଟି ଆଇପିଏଲ୍ ଖେଳି ସାରିଲୁଣି ।"

ଭିକି କୌଶଲ କଲେ ଶାହରୁଖଙ୍କ ସମର୍ଥନ :-

ବିଶ୍ବ ବିଜେତା ଅଧିନାୟକଙ୍କ ବିଷୟରେ ଶାହାରୁଖଙ୍କ ମନ୍ତବ୍ୟ ଇଣ୍ଟରନେଟ୍‌ରେ ଖୁବ ଭାଇରାଲ ହୋଇଛି । ଶାହାରୁଖଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ ଅଭିନେତା ଭିକି କୌଶଲ । ଭାଇରାଲ ଭିଡିଓରେ ଶାହାରୁଖଙ୍କ ପରେ ଭିକି କହୁଛନ୍ତି, "କିମ୍ବଦନ୍ତୀ ଅବସର ନିଅନ୍ତି, ହେଲେ 'କିଙ୍ଗ' ସବୁଦିନ ପାଇଁ ଖେଳନ୍ତି ।" ଧୋନିଙ୍କ ବିଷୟରେ ଶାହାରୁଖଙ୍କ ମଜାଳିଆ ମନ୍ତବ୍ୟ ନେଟିଜେନ୍ସଙ୍କ ହୃଦୟକୁ ସ୍ପର୍ଶ କରିଛି । ପ୍ରତିକ୍ରିୟାରେ ସମସ୍ତେ କହୁଛନ୍ତି, 'ପ୍ରକୃତରେ ଉଭୟ କିଙ୍ଗ ଅଟନ୍ତି ।' ପ୍ରକାଶ ଥାଉ, ଶାହାରୁଖ ଏହା ଏକ ନକାରାତ୍ମକ ଢଙ୍ଗରେ କହି ନାହାଁନ୍ତି, କିନ୍ତୁ ଧୋନିଙ୍କ ସହ ତାଙ୍କ ନିଜର ଥିବା ସମାନତା ବୁଝାଇବାକୁ ଯାଇ ଏପରି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details