ETV Bharat / sports

ଅବସର ଚର୍ଚ୍ଚା ପରେ ମୁହଁ ଖୋଲିଲେ ରୋହିତ, ସିଡନୀ ଟେଷ୍ଟ ନ ଖେଳିବାର କାରଣ କହିଲେ - ROHIT SHARMA ON TEST RETIREMENT

ସିଡନୀ ଟେଷ୍ଟରୁ କାହିଁକି ବାଦ ପଡ଼ିଲେ ରୋହିତ ଶର୍ମା ? ଟେଷ୍ଟରୁ ଅବସର ଚର୍ଚ୍ଚା ପରେ କଣ କହିଲେ, ଜାଣନ୍ତୁ ...

ROHIT SHARMA
ROHIT SHARMA ((x screengrab))
author img

By ETV Bharat Odisha Team

Published : Jan 4, 2025, 10:48 AM IST

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ ମ୍ୟାଚ ନ ଖେଳିବା ଓ ଟେଷ୍ଟରୁ ଅବସର ଘୋଷଣା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା । ଟେଷ୍ଟରୁ ଅବସର ନେଇ ନାହିଁ, ସିଡନୀ ଟେଷ୍ଟରୁ ମୁଁ ଓହରି ଯାଇଛି, ଦଳର ହିତ ପାଇଁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ହିଟ ମ୍ୟାନ । ଖେଳର 2 ମାସ କିମ୍ବା 6 ମାସରେ ଫର୍ମ ବଦଳି ପାରେ ବୋଲି କହିଛନ୍ତି ।

ବର୍ଡର-ଗାଭାସ୍କର ସିରିଜରେ ରୋହିତ:

ବର୍ଡର ଗାଭାସ୍କର ଟ୍ରଫିର 3ଟି ମ୍ୟାଚ ରୋହିତ ଖେଳିଥିଲେ । ତାଙ୍କ ଅଧିନାୟକତ୍ବରେ ଦଳ 2ଟି ମ୍ୟାଚରେ ପରାଜିତ ହେବା ସହ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ରୋହିତଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା । 5ଟି ଇନିଂସ ଖେଳି ମାତ୍ର 31 ରନ କରି ଖରାପ ଫର୍ମରେ ରହିଥିଲେ । ଯେଉଁଥିପାଇଁ ସିଡନୀ ଟେଷ୍ଟର ଏକାଦଶରୁ ସେ ବାଦ୍‌ ପଡିଛନ୍ତି । ଏଥିସହ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ଏହା ମଧ୍ୟ ପଢ଼ନ୍ତୁ- ସିଡନୀରେ ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ - INDIA VS AUSTRALIA 5TH TEST

'ମୁଁ ଅବସର ନେବି ନାହିଁ':

ଷ୍ଟାର ସ୍ପୋର୍ଟସକୁ ରୋହିତ ଶର୍ମା କହିଛନ୍ତି, ''ସିଡନୀ ଟେଷ୍ଟ ନଖେଳିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା । ତା ମାନେ ନୁହେଁ ଯେ ମୁଁ ଅବସର ନେବି । ମୁଁ ଏହି ଫର୍ମାଟରୁ ଅବସର ନେବି ନାହିଁ । ମାଇକ୍, ପେନ୍ କିମ୍ବା ଲାପଟପ୍ ପାଖରେ ବସିଥିବା ବ୍ୟକ୍ତି ଯାହା ଲେଖନ୍ତି କିମ୍ବା କୁହନ୍ତି, ଏଥିରେ କିଛି ଫରକ ପଡେନାହିଁ । ସେମାନେ ଆମ ପାଇଁ ନିଷ୍ପତ୍ତି ନେଇ ପାରିବେ ନାହିଁ । ବ୍ୟାଟରୁ ଏବେ ରନ ଆସୁନି ସତ, କିନ୍ତୁ 2ରୁ 6 ମାସ ପରେ ବ୍ୟାଟରୁ ରନ ଆସିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ମୁଁ କଣ କରୁଛି ତା ମୁଁ ଜାଣିପାରୁଛି '' ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ବ୍ୟାଟରଙ୍କ ଫ୍ଲପ ସୋ ଜାରି; ୧୮୫ରେ ଅଲ ଆଉଟ ଟିମ୍ ଇଣ୍ଡିଆ, ସ୍କଟ ବୋଲାଣ୍ଡଙ୍କୁ ୪ ଓ୍ବିକେଟ - IND VS AUS 5TH TEST

'ଫର୍ମରେ ଥିବା ଖେଳାଳିଙ୍କ ଆବଶ୍ୟକତା ରହିଛି':

ରୋହିତ ଆହୁରି ମଧ୍ୟ କହିଛନ୍ତି, "କୋଚ୍ ଏବଂ ଚୟନକର୍ତ୍ତାଙ୍କ ସହ ମୋର ଆଲୋଚନା ବହୁତ ସରଳ ଥିଲା । ମୋ ବ୍ୟାଟ୍ ରନ୍ ଆସୁନଥିଲା , ମୁଁ ଫର୍ମରେ ନାହିଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ, ତେଣୁ ଫର୍ମରେ ଥିବା ଖେଳାଳିଙ୍କ ଆବଶ୍ୟକତା ରହିଛି । ବହୁ ଖେଳାଳି ଭଲ ଫର୍ମରେ ମଧ୍ୟ ନାହାନ୍ତି । ଏଥିପାଇଁ ମୁଁ ଭାବିଲି ଖରାପ ଫର୍ମରେ ଥିବା ଖେଳାଳିଙ୍କୁ ଏକାଦଶରେ ରଖାଯିବ ନାହିଁ । ସେମାନେ ମୋତେ କହିଥିଲେ ଯେ ତୁମେ ଏତେ ବର୍ଷ ଧରି ଖେଳୁଛି, ତୁମର ବିଚାରଧାରା ତାହା ସର୍ବୋତ୍ତମ । ''

ମେଲବର୍ଣ୍ଣ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନ୍ତିମ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ ଏକଦାଶରେ ସ୍ଥାନ ମିଳିପାରିନଥିଲା । କାହିଁକିନା ଟେଷ୍ଟ ସିରିଜରେ 5ଟି ଇନିଂସ ଖେଳି ମାତ୍ର ୩୧ ରନ କରିଛନ୍ତି । ଫର୍ମରେ ନଥିବା କାରଣରୁ ତାଙ୍କୁ ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରି ନାହିଁ । ତାଙ୍କ ସ୍ଥାନରେ ବୁମରାଙ୍କ କାନ୍ଧରେ ଦଳର ଦାୟିତ୍ବ ଦିଆଯାଇଥିଲା । ଖରାପ ଫର୍ମ ପରେ ରୋହିତ ଟେଷ୍ଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.