ମୁମ୍ବାଇ: ହସ୍ପିଟାଲରେ ଜନ୍ମଦିନ ପାଳିଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ସେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଆକୃତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେଡିକାଲ ଷ୍ଟାଫମାନଙ୍କ ଦ୍ୱାରା ସେଠାରେ ହିଁ ତାଙ୍କ ୫୩ତମ ଜନ୍ମଦିନ ପାଳନ କରାଯାଇଛି । ଯାହାକୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ କାମ୍ବଲି ।
ହସ୍ପିଟାଲରେ ଜନ୍ମ ଦିନ ପାଳିଲେ ପୂର୍ବତନ କ୍ରିକେଟର:
ଭାରତର ପୂର୍ବତନ ଭେଟେରାନ କ୍ରିକେଟର ବିନୋଦ କାମ୍ବଲି ନିକଟରେ ନିଜର ୫୩ତମ ଜନ୍ମଦିନ ପାଳନ କରିଛନ୍ତି । ଜାନୁଆରୀ ୧୮ ତାରିଖ ଦିନ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଆକୃତି ହସ୍ପିଟାଲରେ ନିଜ ପତ୍ନୀ ଓ ପିଲାଙ୍କ ସହ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସୂଚନା ଅନୁଯାୟୀ, କାମ୍ବଲି ଆକୃତି ହସ୍ପିଟାଲକୁ ରୋଟିନ ଚେକ ଅପ ପାଇଁ ଯାଇଥିଲେ । ଏହି ସମୟରେ ହସ୍ପିଟାଲ ଷ୍ଟାଫମାନେ ସେଠାରେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରିଥିଲେ । ଏଥିସହ ଏକ କାମ୍ବଲି ଓ ତାଙ୍କ ପତ୍ନୀଙ୍କ ଏକ ସୁନ୍ଦର ଫୋଟ ହସ୍ପିଟାଲ ତରଫରୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା ।
ସ୍ୱାସ୍ଥ୍ୟଗତ ଅସୁସ୍ଥତା ପାଇଁ ହସ୍ପିଟାଲରେ କାମ୍ବଲି:
କାମ୍ବଲି ୪ ଦିନ ପୂର୍ବେ ଆକୃତି ହସ୍ପିଟାଲରେ ରୁଟିନ ଚେକ-ଅପ ପାଇଁ ଭର୍ତ୍ତି ହୋଇଥିଲେ । ସେ ଦୁର୍ବଳ ଅନୁଭବ କରୁଥିବାରୁ ଡାକ୍ତର ତାଙ୍କୁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ତେବେ ସେ ହସ୍ପିଟାଲରେ ଥିବାରୁ ସେଠାରେ ତାଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ସମୟରେ ଡାକ୍ତର ଶୈଳେଶ ଠାକୁରଙ୍କ ସହ ଅନ୍ୟ ଡାକ୍ତର ଓ ଷ୍ଟାଫମାନେ ଉପସ୍ଥିତ ଥିଲେ । କାମ୍ବଲି ସେଠାରେ କେଟ କାଟିବା ସହ ତାଙ୍କୁ ଏକ ଫୁଲ ତୋଡା ଓ ଫୋଟୋ ଗିପ୍ଟ ମିଳିଥିଲା । ଏହାଦେଖି ସେ ବେଶ ଭାବବିହ୍ୱଳ ହୋଇପଡିଥିଲେ । ଏଥିସହ ହସ୍ପିଟାଲ ଷ୍ଟାଫଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।
କାମ୍ବଲିଙ୍କ କ୍ରିକେଟ କ୍ୟାରିୟର:
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ ଗଣପତ କାମ୍ବଲି ବାମ ହାତି ବ୍ୟାଟର ଥିଲେ । ୧୯୯୧ ଅକ୍ଟୋବର ୧୮ରେ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ କ୍ରିକେଟର କ୍ୟାରିୟର ଆରମ୍ଭ କରିଥିଲେ ଓ ୨୦୦୦ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ୧୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିବା ବେଳେ ସେଥିରୁ ୨୪୭୭ ରନ ସଂଗ୍ରହ କରିଥିଲେ । ଏଥିସହ ୧୭ଟି ଟେଷ୍ଟ ମ୍ୟାଚରେ ସେ ୧୦୮୪ ରନ୍ ସଂଗ୍ରହ କରିଥିଲେ ।
- ବିନୋଦ ଗଣପତ କାମ୍ବଲି ଥିଲେ ବାମ ହାତି ବ୍ୟାଟ୍ସମ୍ୟାନ
- ୧୯୯୧ ଅକ୍ଟୋବର ୧୮ରେ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ କ୍ରିକେଟର କ୍ୟାରିୟର ଆରମ୍ଭ କରିଥିଲେ
- ୨୦୦୦ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ
- ୧୦୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ କାମ୍ବଲି
- କାମ୍ବଲିଙ୍କ ଖାତାରେ ୨୪୭୭ ଦିନିକିଆ ରନ
- ୧୭ ଟେଷ୍ଟ ମ୍ୟାଚ ଖେଳି ୧୦୮୪ ରନ ସଂଗ୍ରହ କରିଛନ୍ତି କାମ୍ବଲି