ETV Bharat / state

ପାଣି ପଞ୍ଚାୟତରେ ହେବ ନିର୍ବାଚନ ଓ ଅଡିଟ୍, ମୁଖ୍ୟମନ୍ତ୍ରୀ କଲେ ଘୋଷଣା - PANI PANCHAYATS PAKHYA

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-2025 ଉଦଯାପିତ । ୨୦୨୮-୨୯ ମଧ୍ୟରେ ୨,୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦଯାପିତ
ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦଯାପିତ (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 5:22 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-2025 ଉଦଯାପିତ ହୋଇଯାଇଛି । ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀ, ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ । ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି: ମୁଖ୍ୟମନ୍ତ୍ରୀ

ପାଣି ପଞ୍ଚାୟତ ପକ୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ କହିଛନ୍ତି,‘‘ଧାନ ଅମଳ ଶେଷ ପର୍ଯ୍ୟାୟରେ ଥିବା ବେଳେ ଅଦିନିଆ ବର୍ଷା ୧୬ ଟି ଉପକୂଳ ଜିଲ୍ଲାରେ ଅନେକ କ୍ଷୟ କ୍ଷତି କରିଛି । କ୍ଷେତରୁ ଘରକୁ ଧାନ ଆସି ପାରିଲାନାହିଁ । ଏହାର ଅନୁଧ୍ୟାନ ପାଇଁ ମନ୍ତ୍ରୀ ଅଧିକାରୀମାନେ ଖେତକୁ ଯାଇଥିଲେ । ମୁଁ ନିଜେ ମଧ୍ୟ ତିନି ଜିଲ୍ଲାକୁ ଯାଇ ପ୍ରକୃତ ସ୍ଥିତି ଦେଖିଥିଲି । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି । ରିପୋର୍ଟ୍ ଆଧାରରେ ୬ ଲକ୍ଷ ୬୬ ହଜାରରୁ ଅଧିକ ଚାଷୀଙ୍କୁ ୨୯୧ କୋଟି ଟଙ୍କା ଦେବାକୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ଜରିଆରେ କ୍ଷତିପୂରଣ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପରେ ବି କେହି ଚାଷୀ ବଞ୍ଚିତ ହେଲେ ସେମାନେ ବି ସାମିଲ ହେବେ । ଏହା ସହ ବୀମାଭୁକ୍ତ ଚାଷୀଙ୍କୁ ବିମା କମ୍ପାନୀ ମାନେ ବି ସହାୟତା ପ୍ରଦାନ କରିବେ ।’’

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦଯାପିତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ତଦନ୍ତ କରୁଛନ୍ତି 2ଟି ଟିମ୍ - DRONE OVER JAGANNATH TEMPLE

ପଥ ଉତ୍ସବରେ ଝୁମିଲା ସ୍ମାର୍ଟସିଟି, ନାଚିଲେ-ଗାଇଲେ ରାଜଧାନୀବାସୀ'

ଏଏଲଏଚ ଧ୍ରୁବ ହେଲିକପ୍ଟର କ୍ରାସ୍, 3 ମୃତ - ALH DHRUV CRASHED

  • ଜଳସେଚନ ପାଇଁ ନୂଆ ସରକାର ଅନେକ ପଦକ୍ଷେପ ନେଇଛନ୍ତି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ଚାଷୀଙ୍କୁ ଜଳ ଯୋଗାଣ ହେଲେ ଚାଷୀଙ୍କ ଅଧା ସମସ୍ୟା ସମାଧାନ ହେଇଯିବ । କିନ୍ତୁ ଏଥିପାଇଁ ୨୪ ବର୍ଷରେ ଯେତିକି ଉଦ୍ୟମ ହେବା କଥା ହୋଇନାହିଁ । ଜଳସେଚନ ପାଇଁ ନୂଆ ସରକାର ପ୍ରାଥମିକତା ଦେଉଛନ୍ତି । ଜଳସମ୍ପଦ ବିଭାଗ ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିଭିନ୍ନ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଉଛି । ଜଳ ପରିଚାଳନା ଯୋଜନା, ମୁଖ୍ୟମନ୍ତ୍ରୀ କେନାଲ୍‌ ଲାଇନ ଯୋଜନା ଜରିଆରେ ଜଳସେଚନ ପାଇଁ ଉଦ୍ୟମ କରାଯାଉଛି । ଜଳର ସୁବ୍ୟବହାର, ଜମିର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି । ପାଣି ପଞ୍ଚାୟତର ଏଥିରେ ପ୍ରମୁଖ ଭୂମିକା ରହିଛି । ଚଳିତବର୍ଷରୁ ୨୦୨୮ ମଧ୍ୟରେ ୮୦ ହଜାର ହେକ୍ଟର ଜମିକୁ ଜଳ ଯୋଗାଣ ସହ ପର୍ଯ୍ୟନ୍ତ ୨,୪୦୦ କିଲୋମିଟର କଂକ୍ରିଟ କର ନାଳି ନିର୍ମାଣ କରାଯିବ । କୃଷକ ରାଜ୍ୟର ବିକାଶ ମୂଳକ ସୁତ୍ରଧର । କୃଷି ବିକାଶ ପାଇଁ ୩୩ ହଜାର ୯୦୦ କୋଟି ବଜେଟ୍‌ ରହିଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.