ଓଡିଶା

odisha

ETV Bharat / sports

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହିଟ୍ ମ୍ୟାନଙ୍କ ମସ୍ତି, ଭିଡିଓ ଦେଖିଲେ ହସି ହସି ଗଡିବେ - ROHIT SHARMA FUN WITH ODISHA CM

ଭାରତୀୟ ଅଧିନାୟକ ରୋହିତ ଶର୍ମା ମଜାଳିଆ ମୁଡରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମସ୍ତି ।

ROHIT SHARMA  WITH ODISHA CM
ROHIT SHARMA WITH ODISHA CM (IANS Photo)

By ETV Bharat Odisha Team

Published : Feb 10, 2025, 8:09 PM IST

ଭୁବନେଶ୍ବର:ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରୋହିତଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମଜା କରୁଥିବାର ଦେଖାଯାଉଛି । ଏହି ଭିଡିଓଟି କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ପରେ ଫୋନରୁ ଫୋନ ଭାଇରାଲ ହେଉଛି । ରୋହିତଙ୍କୁ ପୋଷ୍ଟ ମ୍ୟାଚ୍ ଉପସ୍ଥାପନା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ମଜାଳିଆ ମୁଡରେ ଦେଖିବାକୁ ମିଳିଥିଲା।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ରୋହିତ ଶର୍ମାଙ୍କ ମଜା-

ରୋହିତ ଶର୍ମାଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ପସନ୍ଦ କରୁଛନ୍ତି । ଏହା ସହିତ, କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଏହି ମଜାଦାର ଭିଡିଓ ଦେଖିବା ପରେ ନିଜ ହସକୁ ରୋକି ପାରୁନାହାଁନ୍ତି । ପ୍ରକୃତରେ ଏହି ଭିଡିଓରେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମଜାଳିଆ ଢଙ୍ଗରେ ସହ ହାତ ମିଳାଉଥିବାର ଦେଖାଯାଉଛି ।

ଏହା ବି ପଢନ୍ତୁ- ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟର ଖୋଳତାଡ଼, OCAକୁ କାରଣ ଦର୍ଶାଅ ନୋଟିସ - BARABATI FLOODLIGHT GLITCHES

ଭିଡିଓ ଦେଖି ପ୍ରଶଂସକ ଖୁସ୍-

ଭାରତୀୟ ଅଧିନାୟକ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଉପରକୁ ଉଠାଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦେଖି ପୁରା ଷ୍ଟାଡିୟମ ଲୋକଙ୍କ ତାଳିରେ କମ୍ପି ଉଠିଥିଲା । ମୁଖ୍ୟମନ୍ତ୍ରୀ ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କୁ ଜଣେ ବିଜେତା ପରି ଅଭିନନ୍ଦନ ଜଣାଇଥିଲେ । ମ୍ୟାଚ୍ ଦେଖିବାକୁ ଆସିଥିବା ପ୍ରଶଂସକମାନେ ଏସବୁ ଦେଖି ହସି ପାରି ନାହାଁନ୍ତି ।

ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ର ପରିସ୍ଥିତି କିପରି ଥିଲା ?

ରବିବାର ଦିନ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା, ଯାହାକୁ ଟିମ୍ ଇଣ୍ଡିଆ ୪ ୱିକେଟରେ ଜିତିଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ଖେଳି 304 ରନ୍ କରିଥିଲା । ଜବାବରେ, ଭାରତ ୪୪.୩ ଓଭରରେ ୩୩ ବଲ୍ ବାକି ଥାଇ ୬ ୱିକେଟ୍ ହରାଇ ୩୦୮ ରନ୍ କରି ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ରୋହିତ ଶର୍ମା ୧୨ ଚୌକା ଏବଂ ୭ ଛକା ସହାୟତାରେ ୧୧୯ ରନ୍‌ର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି ।

ABOUT THE AUTHOR

...view details