ନ୍ୟୁୟର୍କ (ଆମେରିକା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବାବେଳେ ଭାରତ 2036 ଅଲିମ୍ପିକ୍ସ ଆୟୋଜନ ନେଇ ଏକ ବଡ଼ କଥା କହିଛନ୍ତି । ମୋଦି କହିଛନ୍ତି ଯେ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଯଥାସମ୍ଭବ ଚେଷ୍ଟା କରୁଛି । ଲଙ୍ଗ୍ ଦ୍ୱୀପରେ ଥିବା ନାସାଉ କଲିଜିୟମରେ 'ମୋଦି ଏବଂ ଆମେରିକା' କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିକାଶ ବର୍ତ୍ତମାନ ଭାରତରେ ଏକ 'ଜନ ଆନ୍ଦୋଳନ'ରେ ପରିଣତ ହୋଇଛି ।
2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ କରୁଛି ଯଥାସମ୍ଭବ ଚେଷ୍ଟା :-
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତ ଆଜି ସୁଯୋଗର ଭୂମି ପାଲଟିଛି । ଭାରତ ସୁଯୋଗକୁ ଅପେକ୍ଷା କରେ ନାହିଁ... ଏହା ସୁଯୋଗ ସୃଷ୍ଟି କରେ ।ଗତ 10 ବର୍ଷ ମଧ୍ୟରେ ଗୋଟିଏ ପୀଢ଼ିରେ 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଅଲିମ୍ପିକ୍ସ ଆୟୋଜନ କରିବାର ଇଚ୍ଛା ଏହି ଦୂରଦୃଷ୍ଟି ସମ୍ପନ୍ନ ନୀତିର ଏକ ଅଂଶ, ଯେଉଁଠାରେ ଦେଶ ଅଟକିବ ନାହିଁ ।"
ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି, "କିଛି ଦିନ ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଥିଲା । ଖୁବଶୀଘ୍ର, ଆପଣ ମଧ୍ୟ ଭାରତରେ ଅଲିମ୍ପିକ୍ସ ଦେଖିବେ । 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ସମସ୍ତ ପ୍ରକାର ପ୍ରୟାସ କରୁଛୁ ।"
ପୂର୍ବରୁ ମଧ୍ୟ ଦେଖାଇଥିଲେ ଅଲିମ୍ପିକ୍ସ ଆୟୋଜନ କରିବାର ଇଛା :-
ତେବେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିବା ଏହା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ, 78ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁବାବେଳେ ସେ କହିଥିଲେ, "ଭାରତର ସ୍ବପ୍ନ ହେଉଛି 2036 ଅଲିମ୍ପିକ୍ସ ଆୟୋଜନ କରିବା, ଆମେ ଏଥିପାଇଁ ପ୍ରସ୍ତୁତ ହେଉଛୁ ।