ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର ଅଷ୍ଟମ ଦିନ ଭାରତ ପାଇଁ ନୈରାଶ୍ୟଜନକ ଥିଲା । ଭାରତୀୟ ଷ୍ଟାର ଶୁଟର ମନୁ ଭାକର ମହିଳା 25 ମିଟର ପିସ୍ତଲ ଫାଇନାଲ ଇଭେଣ୍ଟରେ 4ର୍ଥ ସ୍ଥାନରେ ରହିବା ଓ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ କ୍ବାର୍ଟର ଫାଇନାଲରେ ହାରିଯିବା ଦେଶର ଅନ୍ୟ ପଦକ ଜିତିବାର ଆଶାକୁ ନଷ୍ଟ କରିଦେଇଥିଲା । କିନ୍ତୁ ଆଜି, ନବମ ଦିନରେ ଭାରତ ପଦକ ନିଶ୍ଚିତ କରିବା ପାଇଁ ଗୋଟିଏ ପାଦ ଆଗକୁ ବଢ଼ିବାର ସୁଯୋଗ ପାଇବ । କାରଣ ଆଜି ଷ୍ଟାର ସଟ୍ଲର ଲକ୍ଷ୍ୟ ସେନ ସେମିଫାଇନାଲ ମୈଦାନକୁ ଓହ୍ଲାଇ ଭାରତ ପାଇଁ ପଦକ ଆଣିବାକୁ ଆଉ ଗୋଟିଏ ପାଦ ଆଗକୁ ଯିବାର ସୁଯୋଗ ପାଇବେ । ଲୋଭଲିନା ବୋର୍ଗୋହେନଙ୍କୁ ମଧ୍ୟ ଆଜି ପୋଡ଼ିୟମରେ ଦେଖିବାକୁ ମିଳିବ । କ୍ବାର୍ଟରଫାଇନାଲ୍କୁ ଓହ୍ଲାଇବ ଭାରତୀୟ ହକି ଦଳ । ଆଜିର ଏହି ଦମଦାର ଦିନର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ ନଜର ପକାନ୍ତୁ,
4 ଅଗଷ୍ଟ (ରବିବାର) ଭାରତୀୟ ଆଥଲେଟଙ୍କ ଅଲିମ୍ପିକ୍ କ୍ରୀଡ଼ାସୂଚୀ :-
ଶୁଟଂ: ଭାରତ ପାଇଁ ଶୁଟିଂରେ 25 ମିଟର ରାପିଡ୍ ଫାୟାର ପୁରୁଷ ଯୋଗ୍ୟତା ପର୍ଯ୍ୟାୟ-1 ଖେଳାଯିବ । ଏଥିରେ ବିଜୟବୀର୍ ସିଦ୍ଧୁ ଏବଂ ଅନିଶ ବନୱାଲାଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ଏହାପରେ ସ୍କିଟ୍ ମହିଳା ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ଦିନରେ ରାୟଜା ଢିଲ୍ଲନ୍ ଏବଂ ମହେଶ୍ବରୀ ଚୌହାନଙ୍କୁ ଦେଖିବାକୁ ମିଳିବ ।
- 25 ମିଟର ରାପିଡ୍ ଫାୟାର ପୁରୁଷ ଯୋଗ୍ୟତା ପର୍ଯ୍ୟାୟ-1 (ବିଜୟବୀର୍ ସିଦ୍ଧୁ ଏବଂ ଅନିଶ ବନୱାଲା) - ଦିନ 12:30
- ସ୍କିଟ୍ ମହିଳା ଯୋଗ୍ୟତା ପର୍ଯ୍ୟାୟ Day-2 (ରାୟଜା ଢିଲ୍ଲନ୍ ଏବଂ ମହେଶ୍ବରୀ ଚୌହାନ) - ଦିନ 1
ହକି: ପ୍ୟାରିସ ଅଲିମ୍ପିକ୍ସ 2024ର ନବମ ଦିନରେ କ୍ବାର୍ଟର ଫାଇନାଲରେ ଭାରତୀୟ ହକି ଦଳ ଗ୍ରେଟ୍ ବ୍ରିଟେନ ସହ ମୁହାଁମୁହିଁ ହେବାକୁ ଯାଉଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ମ୍ୟାଚ୍ ପହଞ୍ଚି ପଦକ ଦୌଡ଼ରେ ଗୋଟିଏ ପାଦ ଆଗକୁ ଯିବାର ସୁଯୋଗ ପାଇବ । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ମୋଟ 5ଟି ମ୍ୟାଚ୍ ଖେଳିଥିଲା, ସେଥିମଧ୍ୟରୁ 3ଟି ମ୍ୟାଚ୍ ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ଓ ଗୋଟିଏ ହାରିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ସହ ମ୍ୟାଚ୍ ଅମିମାଂସିତ ରହିଥିଲା । ଅନ୍ୟପଟେ ବେଲଜିୟମ ଠାରୁ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଦଳ କ୍ବାର୍ଟର ଫାଇନାଲରେ ଦମ ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
- ପୁରୁଷ ହକି କ୍ବାର୍ଟର ଫାଇନାଲ (ଭାରତ ବନାମ ଗ୍ରେଟ୍ ବ୍ରିଟେନ) - ଦିନ 1:30
ଆଥଲେଟିକ୍ସ: ଭାରତ ପାଇଁ ଆଥଲେଟିକ୍ସରେ ପାରୁଲ ଚୌଧୁରୀ ମହିଳା 3000 ମିଟର ଷ୍ଟିପଲ୍ଚେଜ୍ ରାଉଣ୍ଡ-1ରେ ଦମ ଲଗାଇବେ । ଅନ୍ୟପଟେ ପୁରୁଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟରେ ଜେସୱିନ ଆଲଡ୍ରିନ୍ ନଜର ଆସିବେ । ଭାରତୀୟ ପ୍ରଶଂସକମାନେ ଉଭୟଙ୍କଠାରୁ ଆଥଲେଟିକ୍ସରେ ଉତ୍କୃଷ୍ଟ ପ୍ରଦର୍ଶନ ଆଶା ରଖିଛନ୍ତି ।
- ମହିଳା 3000 ମିଟର ଷ୍ଟିପଲଚେଜ୍ ରାଉଣ୍ଡ -1 (ପାରୁଲ ଚୌଧୁରୀ) - ଦିନ 1:35
- ପୁରୁଷ ଲମ୍ବ ଡିଆଁ ଯୋଗ୍ୟତା ପର୍ଯ୍ୟାୟ (ଜେସୱିନ ଆଲଡ୍ରିନ୍) - ଦିନ 2:30