ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଭାରକୁ ଆଉ ଏକ ଝଟକା । ନିରାଶ କଲେ ଭାରୋଉତ୍ତୋଳନକାରୀ ମୀରାବାଈ ଚାନୁ । ପଦକ ପାଇଁ ଦାବିଦାର ଥିବା ଚାନୁ ମହିଳା 49 କିଲୋ ବର୍ଗରେ ପରାଜିତ ହୋଇଛନ୍ତି । ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଛନ୍ତି । ଫଳରେ ଦ୍ବିତୀୟ ଅଲିମ୍ପିକ୍ସ ପଦକ ଆଶା ଚାନୁଙ୍କ ଧୂଳିସାତ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ଚାନୁ ।
1 କିଲୋଗ୍ରାମ ପଛରେ ରହି ପଦକରୁ ବଞ୍ଚିତ ଚାନୁ :
ଟୋକିଓ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ପ୍ରଥମ ସ୍ନାଚରେ 85 କିଲୋ ଉଠାଇବାରେ ସଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ 88 କିଲୋ ଉଠାଇବେ ବିଫଳ ହୋଇଥିଲେ । ତୃତୀୟ ପ୍ରାୟସରେ 88 କିଲୋ ଉଠାଇବାରେ ସଫଳ ହୋଇଥିଲେ । ଏହାପରେ କ୍ଲିନ ଆଣ୍ଡ ଜର୍କରେ ପ୍ରଥମେ 111 କେଜି ଓଜନ ଉଠାଇବାକୁ ନିଷ୍ପତ୍ତି ନେଇ ବିଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ସଫଳ ହୋଇଥିଲେ । ତୃତୀୟ ପ୍ରୟାସରେ 114 କେଜି ଉଠାଇବାରେ ବିଫଳ ହୋଇଥିବାରୁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ବ୍ରୋଞ୍ଜ ଜିତିଥିବା ଥାଇଲାଣ୍ଡର ସୁରୋଦଚନାଙ୍କ ଠାରୁ ମାତ୍ର 1 କେଜି ପଛରେ ରହିଥିଲେ ଚାନୁ । ଏହି ଇଭେଣ୍ଟରେ ଚୀନର ଝିହୁଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ରୋମାନିଆକ ମିହାଏଲା ରୌପ୍ୟ ପଦକ ହାସଲ କରିଥିଲେ । ଚାନୁ 199 କେଜି (ସ୍ନାଚ 88, କ୍ଲିନ ଆଣ୍ଡ ଜର୍କ 111 କେଜି) ଓଜନ ଉଠାଇ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ।