ETV Bharat / bharat

ମହାକୁମ୍ଭ ପାଇଁ ଅସମ୍ଭାଳ ଭିଡ, ରେଳ ଷ୍ଟେସନରେ ଦଳାଚକଟା ସ୍ଥିତି - MAHA KUMBH 2025 RUSH

ଝାନ୍ସି ରେଳ ଷ୍ଟେସନରେ ଦଳାଚକଟା ସ୍ଥିତି । ଅଳ୍ପକେ ବର୍ତ୍ତିଲେ ଯାତ୍ରା । କାରଣ ସମ୍ପର୍କରେ ଏମିତି କହିଲା ରେଳ ବିଭାଗ ।

Maha Kumbh 2025 Rash
Maha Kumbh 2025 Rash (ETV Bharat)
author img

By ETV Bharat Odisha Team

Published : Jan 14, 2025, 5:42 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଝାନ୍ସୀର ବୀରାଙ୍ଗନା ଲକ୍ଷ୍ମୀବାଈ ରଲୱେ ଷ୍ଟେସନରେ ଦଳାଚକଟା । ମହାକୁମ୍ଭରେ ସାମିଲ ହେବାକୁ ଯାଉଥିବା ଯାତ୍ରୀମାନେ ଗତକାଲି (ସୋମବାର) ରାତିରେ ଟ୍ରେନରେ ଚଢିବା ବେଳେ ଏଭଳି ଦଳାଚକଟା ସ୍ଥିତି ଘଟିଛି । ଅନିୟନ୍ତ୍ରିତ ଭିଡରେ ଫସିଗଲେ 3 ଯାତ୍ରୀ । ଜଣେ ମହିଳାଙ୍କ ସମେତ 2 ଜଣ ବ୍ୟକ୍ତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଚଳନ୍ତା ଟ୍ରେନରେ ଚାପି ହେବା ପୂର୍ବରୁ ସେଠାରେ ଉପସ୍ଥିତ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

  • ଅଳ୍ପକେ ବର୍ତ୍ତିଲେ 3 ଯାତ୍ରୀ:

ରେଳ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାର, ଓରାଇରୁ ଆସିଥୁବା ପ୍ରୟାଗରାଜ-ଝାନ୍ସୀ ରିଂ ଟ୍ରେନ ବୀରଙ୍ଗନା ଲକ୍ଷ୍ନୀବାଈ ରଲୱେ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇଥିଲେ । ପରେ ଏହି ଟ୍ରେନକୁ ପ୍ଲାଟଫର୍ମ ନମ୍ବର 8କୁ ସ୍ଥାନାନ୍ତର କରାଯାଉଥିଲା । ଟ୍ରେନଟି ଚାଲିବା ମାତ୍ରେ ଭୁଲବଶତଃ ଏହା ପ୍ରୟାଗରାଜକୁ ଯାଉଥିବା ଭାବି ଯାତ୍ରୀମାନେ ଏହି ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ । ଫଳରେ ପ୍ରବଳ ଗହଳିଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏହା ଭିତରେ ଚଳନ୍ତା ଟ୍ରେନରେ ଚାପି ହେବାକୁ ଯାଉଥିବା କିଛି ଲୋକଙ୍କୁ ସେଠାରେ ଉପସ୍ଥିତ ଅନ୍ୟମାନେ ବଞ୍ଚାଇ ଦେଇଥିଲେ । ଫଳରେ 3 ଜଣଙ୍କ ପ୍ରାଣ ଅଳ୍ପରେ ରକ୍ଷା ପାଇଯାଇଛି । ସେପଟେ ଟ୍ରେନ୍‌ ଲୋକୋ-ପାଇଲଟ ମଧ୍ୟ ଯାତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ଟ୍ରେନକୁ ଅଟକାଇ ଦେଇଥିବା ଦେଖିବାକୁ ମିଳିଥିଲା ।

  • ଭୁଲ ବୁଝାମଣାରୁ ଅଘଟଣ:

ଏନେଇ ରେଳବାଇ ଜନସମ୍ପର୍କ ଅଧିକାରୀ ମନୋଜ ସିଂ ସ୍ପଷ୍ଟ କରିଛନ୍ତି ଯେ, ଏକ ଭୁଲ ବୁଝାମଣା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଷ୍ଟସନରେ ରିଂ ଟ୍ରେନ ପହଞ୍ଚିଥିବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ଯାତ୍ରୀମାନେ ଭୁଲବଶତଃ ଭାବି ନେଇଥିଲେ ଯେ, ଟ୍ରେନଟି ଷ୍ଟେସନରୁ ଛାଡ଼ିବାକୁ ଯାଉଛି । ଏଭଳି ଦ୍ବନ୍ଦ୍ବ ପାଇଁ ଦଳାଚକଟା ହୋଇଥିଲା । "ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମହାକୁମ୍ଭ ମେଳାରେ ଷ୍ଟିଭ ଜବ୍ସଙ୍କ ପତ୍ନୀ, ଏମିତି ଆସିଲେ ନଜର

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ

  • ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ:

ସେପଟେ ଏଭଳି ଅଘଟଣ ଘଟିବା ପରେ ଷ୍ଟେସନରେ ସୁରକ୍ଷା ବ୍ୟସବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । ଭବିଷ୍ୟତରେ ଯେପରି ଏଭଳି ଅଘଟଣର ପୁନରାବୃତ୍ତି ନହୁଏ ଓ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବା ପାଇଁ କୁହାଯାଇଛି । ବିଶେଷ କରି ମହାକୁମ୍ଭ ସମୟରେ ଭିଡ ପରିଚାଳନା ପାଇଁ ରେଳ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.