ETV Bharat / state

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ତୁଳସୀକ୍ଷେତ୍ର, ଶ୍ରୀଜୀଉଙ୍କୁ ଲାଗି ହେଲା ୮୪ ପ୍ରକାର ବ୍ୟଞ୍ଜନ - MAKAR SANKRANTI

ମକର ସଂକ୍ରାନ୍ତିରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ । ଶ୍ରୀଜୀଉଙ୍କ ନିକଟରେ ଲାଗି ହେଲା ମକର ଚାଉଳ । ମକର ବେଢା ପରିକ୍ରମା ସହ ୮୪ ପ୍ରକାର ବ୍ୟଞ୍ଜନ ଲାଗି ।

Baladevjew Temple
Baladevjew Temple (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 5:49 PM IST

କେନ୍ଦ୍ରାପଡ଼ା: ଆଜି ଦେଶବ୍ୟାପୀ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି । କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମୋକ୍ଷପ୍ରାପ୍ତି ସହ ନୂଆ ଚାଉଳ (ମକର ଚାଉଳ) ଶ୍ରୀଜିଉଙ୍କ ନିକଟରେ ଲାଗି କରିବା ପାଇଁ କାହିଁ କେତେ ଦୂରରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

  • ୮୪ ବ୍ୟଞ୍ଜନ ଲାଗି:

ଶ୍ରୀଜୀଉଙ୍କ ନିକଟରେ ଆଜି ଦିନ ତମାମ ମା' ସାନ୍ତାଣୀ ଆଣିଥିବା ୮୪ ବ୍ୟଞ୍ଜନ ଲାଗି କରାଯିବାର ପରମ୍ପରା ଅନ୍ୟତମ । ଆଜି ଦିନର ମାହାତ୍ମ୍ୟ ସମ୍ପର୍କରେ ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି," ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ଆଜି ଦିନରେ ନୂଆ ଚାଉଳ ସହ ଗୁଡ଼, କଦଳୀ, ଛେନା, କ୍ଷୀର ଓ ନଡ଼ିଆ ଆଦି ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଲାଗି କଲେ ବର୍ଷ ସାରା ଚାଷୀର ଦୁଃଖ ଦୂର ହୋଇ ଭଲ ଫସଲ ହୋଇଥାଏ । ଏଥିରୁ ଚଷା ପୁଅ ବର୍ଷକଯାକର ରୋଜଗାର ପାଇଥାଏ । ଆଜି ଦିନରେ ସୂର୍ଯ୍ୟଙ୍କ ମକର ରାଶିକୁ ଚଳନ ଓ ଉତ୍ତରାୟଣ ଗତି ଯୋଗୁଁ ଦିନ ବଡ଼ ହେଉଥିବାରୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କ ଆରାଧନା କରିଥାନ୍ତି ଭକ୍ତ ।"

Baladevjew Temple (ETV Bharat Odisha)
  • ମକର ବେଢ଼ା ପରିକ୍ରମା:

ଗତକାଲି (ସୋମବାର) ବିଳମ୍ବିତ ରାତିରେ ଶ୍ରୀଜିଉମାନେ ୫ଥର ବେଢ଼ା ପରିକ୍ରମା କରିବା ସହ ରାତିରେ ବଡ଼ସିଂହାର ବେଶ ପରେ ଆଜି ସକାଳୁ ମଙ୍ଗଳ ଆଳତିରେ ଦ୍ୱାର ଖୋଲାଯିବା ପରେ ଦର୍ଶନ ଜାରି ରହିଛି । ମକର ବେଢ଼ା ପରିକ୍ରମା କଲେ ସାତଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହାବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ମାସନ୍ତ ଦିନ ଶ୍ରୀମନ୍ଦିର ଫେରିଥାନ୍ତି । ଝିଅ ବାପଘରୁ ଫେରିବା ସମୟରେ ଯେପରି ଶାଶୁଘରକୁ କିଛି ନା କିଛି ସାମଗ୍ରୀ ଧରି ଆସିଥାଏ, ଠିକ ସେହିପରି ମା'ଲକ୍ଷ୍ମୀ ସାନ୍ତାଣୀ ବାପଘରୁ ଫେରିବା ସମୟରେ ୮୪ ପ୍ରକାର ଖାଦ୍ୟପେୟ ଆଣିଥିବା ବେଳେ ଏହି ବ୍ୟଞ୍ଜନକୁ ପ୍ରଭୁ ଶ୍ରୀ ବଳଦେବ ଓ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପରଷି ଦେଇଥାଆନ୍ତି ।

Baladevjew Temple
Baladevjew Temple (ETV Bharat Odisha)
Baladevjew Temple
Baladevjew Temple (ETV Bharat Odisha)

ଏହା ବି ପଢନ୍ତୁ...ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ...ଆଜି ପବିତ୍ର ମକର ସଂକ୍ରାନ୍ତି; ଜାଣନ୍ତୁ କଣ ରହିଛି ପୂଜାବିଧି, କାହିଁକି ହୁଏ ମକର ଚାଉଳ ଭୋଗ ?

ଆଜି ଭୋର ସମୟରୁ ମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇ ଅପରାହ୍ନରେ ମକର ବେଢ଼ା ପରିକ୍ରମା ପରେ 4ଟି ପଡାର ମୁରବୀମାନଙ୍କୁ ବସାଯାଇ ରୂପାଥାଳିରେ ଏହି ବ୍ୟଞ୍ଜନ ବଣ୍ଟା ଯାଇଥିଲା । ଚର୍ମ ଚକ୍ଷୁରେ ଭଗବାନଙ୍କ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଝାଞ୍ଜ, ମୃଦଙ୍ଗ ଆଉ କୀର୍ତ୍ତନ ସ୍ୱରରେ ଭକ୍ତ ବଡ଼ବାଡ଼ ମଣିମା ମଣିବିଗ୍ରହଙ୍କ ଶରଣାପନ୍ନ ହୋଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.