ETV Bharat / state

ସମସ୍ତ ବ୍ୟବସ୍ଥା ସରିଛି, ଶୃଙ୍ଖଳିତ ହେବ ଧାଡି ଦର୍ଶନ : ଆଇନ୍‌ ମନ୍ତ୍ରୀ - DHADI DARSHAN

ଆଇନମନ୍ତ୍ରୀ କହିଲେ ସମସ୍ତ ବ୍ୟବସ୍ଥା ସରିଛି । ଦର୍ଶନ ଶୃଙ୍ଖଳିତ ହେବ । କେହି ଦର୍ଶନ ନପାଇ ଫେରିବେନି ।

ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି: ଆଇନ ମନ୍ତ୍ରୀ
ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି: ଆଇନ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 6:34 PM IST

ପୁରୀ: ଚଳିତ 20 ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି । ଏହା ଦ୍ୱାରା ଦର୍ଶନ ଶୃଙ୍ଖଳିତ ହେବ । ନୂଆବର୍ଷରୁ ଧାଡି ଦର୍ଶନ ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବାରୁ ଟ୍ରାଏଲ୍‌ ରନ୍‌ କଥା ଚିନ୍ତା ହୋଇଥିଲା । ହେଲେ 20 ତାରିଖରୁ ସିଧାସଳଖ ଧାଡି ଦର୍ଶନ ହେବ । ଏଥର ବିନା ଟ୍ରାଏଲ୍‌ ରନରେ ଶ୍ରୀମନ୍ଦିରର ଧାଡି ଦର୍ଶନ ଆରମ୍ଭ ହେବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

  • ସମସ୍ତେ ଦର୍ଶନର ସୁଯୋଗ ପାଇବେ: ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି,‘‘ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ଶୃଙ୍ଖଳିତ ହେବ । ଭକ୍ତମାନଙ୍କୁ ଦର୍ଶନ କରିବାରେ ସୁବିଧା ହେବ । ଦର୍ଶନ କରିଲା ବେଳକୁ କୌଣସି ବଧାବିଗ୍ନ ରହିବ ନାହିଁ, ସେହିଭଳି ଆଧାରରେ ଧାଡି ଵ୍ୟଵସ୍ଥା କରାଯାଉଛି । ‘ରାମପ’ରେ ଧାଡ଼ିରେ ଚଢି ଦର୍ଶନ କଲେ କୌଣସି ଭକ୍ତ ଦର୍ଶନ ନକରି ଫେରିବେନାହିଁ ।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗି ଯୋଜନା କରାଯାଉଛି । ଏଥିରେ କାଠର ରାମ୍ପ ପକାଯିବା ନେଇ ପ୍ରସ୍ତାବ ରହିଛି ।’’

ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି: ଆଇନ ମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

୨୦ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ପରିକ୍ରମା ପ୍ରକଳ୍ପର ଡିଜାଇନରେ ହେବ ପରିବର୍ତ୍ତନ

ଆଜି ପୌଷ ପୂର୍ଣ୍ଣିମା: ରଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ - PAUSH PURNIMA RITUALS IN PURI

  • ମକର ନୀତି ପାଇଁ ବନ୍ଦ ରହିଛି ରତ୍ନଭଣ୍ଡାର ମରାମତି କାମ:-

ସେହିପରି ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ଶେଷ ହେବ । ତାପରେ ଆରମ୍ଭ ହେବ ଗଣତି ମଣତି । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା । ‘ଏଏସଆଇ’ 3 ମାସ ସମୟ ମାଗିଥିଲା କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି । ଏବେ ମକର ପାଇଁ ନୀତିକାନ୍ତି ପ୍ରଭାବିତ ନହେବା ପାଇଁ ମରାମତି ବନ୍ଦ ରହିଛି । 17 ତାରିଖରୁ ପୁଣି ଆରମ୍ଭ ହୋଇଯିବ। ଆଶା କରୁଛୁ ମାର୍ଚ୍ଚ ପୂର୍ବରୁ ମରାମତି କାମ ସରିବା ପରେ ବାହାରେ ଥିବା ରତ୍ନକୁ ଭିତରକୁ ନେଇ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏବେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ବରିଷ୍ଠ ଅଧିକାରୀମାନେ ରତ୍ନଭଣ୍ଡାର ମରାମତି କାମ ଜାରି ରଖିଛନ୍ତି । ଯଥାଶୀଘ୍ର ଏହି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ ଦିନମାନଙ୍କରେ ଭକ୍ତଙ୍କ ଭିଡକୁ ଦେଖି ମରାମତି କାମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.