ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହାର୍ଟବ୍ରେକ୍ । ଅଳ୍ପକେ ହାତରୁ ଖସିଗଲା ଆଉ ଏକ ମେଡାଲ । ଭାରତକୁ ଏହି ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଦୁଇ ଦୁଇଟି ମେଡାଲ ଦେଇଥିବା ଷ୍ଟାର ଶୁଟର ମନୁ ଭାକର ନିଜ ତୃତୀୟ ମେଡାଲରୁ ଅଳ୍ପ ଦୂରରେ ରହିଯାଇଛନ୍ତି । ମହିଳା 25 ମିଟର ପିସ୍ତଲ ଫାଇନାଲ୍ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସତ୍ତ୍ବେ 4ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ମନୁ ଭାକର । ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ମନୁ । ହେଲେ ଶେଷ ପର୍ଯ୍ୟାୟରେ ସେ 4ର୍ଥ ସ୍ଥାନରେ ରହି ପଦକ ରେସ୍ରୁ ବାହାର ହୋଇଯାଇଥିଲେ ।
ଗୋଟିଏ ସଟ୍ରେ ଭାଙ୍ଗିଲା ହୃଦୟ :-
ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ମହିଳା 25 ମିଟର ପିସ୍ତଲ ଶୁଟିଂରେ ମନୁ ଭାକର ପଦକ ନିକଟତର ହୋଇଥିଲେ । ଗୋଟିଏ ମୁହୂର୍ତ୍ତରେ ଏପରି ଲାଗୁଥିଲା ଯେ ସେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତି ଯାଇପାରନ୍ତି । ସେ ଆରମ୍ଭରୁ କ୍ରମାଗତ ଦ୍ବିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଯେତେବେଳେ ଶେଷ 4ଟି ଶୁଟର ବାକି ରହିଲେ, ସେତେବେଳେ ମନୁଙ୍କ କେବଳ ଗୋଟିଏ ଶର୍ଟି ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲା । ଏହା ସହିତ ସେ 4ର୍ଥ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛନ୍ତି ।