ପ୍ୟାରିସ (ଫ୍ରାନ୍ସ):ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ସର୍ବମୋଟ 6ଟି ପଦକ ଜିତିଛି । 117 ଖେଳାଳି ଭାରତ ପକ୍ଷରୁ ଏହି ମେଗା କ୍ରୀଡା ପ୍ରତିଯୋଗତିତାରେ ସାମିଲ ହୋଇଥିଲେ । ସୁଟିଂ, ରେସଲିଂ, ହକି, ଜାଭଲିନରେ ଭାରତ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ଜିତିଛି । ତେବେ ଆପଣ ଜାଣିଛନ୍ତି କି ଭାରତ ଟିକିଏ ଟିକିଏରେ ହାତରୁ ପାଞ୍ଚ ପାଞ୍ଚଟି ପଦକ ଖସାଇଛି । ଖେଳାଳି ମାନେ ଦମଦାର ପ୍ରଦର୍ଶନ କରି 4ର୍ଥ ସ୍ଥାନରେ ରହିଛନ୍ତି । ଯାହା ଦେଶ ପାଇଁ ଗମ୍ଭୀର ଚିନ୍ତାର ବିଷୟ ।
ମନୁ ଭାକର- ମହିଳା ଏକକ 25 ମିଟର ଏୟାର ପିସ୍ତଲ ସୁଟିଂ
ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଉପହାର ଦେଇଥିବା ଦେଶର ଷ୍ଟାର ଶୁଟର ମନୁ ଭାକର ଅଳ୍ପକେ ନିଜର ତୃତୀୟ ପଦକରୁ ବଞ୍ଚିତ ହୋଇଥିଲେ । ପୂର୍ବରୁ ସେ 10 ମିଟର ମହିଳା ଏକକ ଏୟାର ପିସ୍ତଲ ସୁଟିଂରେ ବ୍ରୋଞ୍ଜ ଜିତିବା ସହିତ 25 ମିଟର ମିଶ୍ରିତ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ ।
ଲକ୍ଷ୍ୟ ସେନ- ବ୍ୟାଡମିଣ୍ଟନ
ଭାରତର ବ୍ୟାଡମିଣ୍ଟନ ସେନସେସନ୍ ଲକ୍ଷ୍ୟ ସେନ୍ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲରୁ ଅଳ୍ପକେ ବଞ୍ଚତ ହୋଇଥିଲେ । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଦମଦାର ପ୍ରଦର୍ଶନ ସହିତ ସେମିକୁ ଉତୀର୍ଣ୍ଣ ହୋଇଥିଲେ କିନ୍ତୁ ସେମିରେ ପରାଜୟ ପରେ ବ୍ରୋଞ୍ଜ ପଦକ ପାଇଁ ଖେଳିଥିଲେ ମଧ୍ୟ ସେଥିରେ ମଧ୍ୟ ପରାଜିତ ହୋଇଥିଲେ ।