ଓଡିଶା

odisha

ଭାରତକୁ ମିଳିବ ଆଉ ଏକ ପଦକ, 3000 ମିଟର ଷ୍ଟିପଲଚେଜ ଫାଇନାଲରେ ଅବିନାଶ - Paris Olympics 2024

By ETV Bharat Sports Team

Published : Aug 6, 2024, 9:12 AM IST

Updated : Aug 6, 2024, 10:29 AM IST

Paris Olympics 2024: ପୁରୁଷ 3000 ମିଟର ଷ୍ଟିପଲଚେଜ ଦୌଡ଼ରେ ଇତିହାସ ରଚିଲେ ଭାରତୀୟ ଧାବକ ଅବିନାଶ । ପଞ୍ଚମ ସ୍ଥାନରେ ରହି ଫାଇନାଲକୁ କଲେ ପ୍ରବେଶ । ଅଧିକ ପଢନ୍ତୁ

Avinash Sable
Avinash Sable (ANI Photo)

ପ୍ୟାରିସ:ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପଦକ ଆଶା ଦେଲେ ଧାବକ ଅବିନାଶ ସାବଲେ । ପୁରୁଷ 3000 ମିଟର ଷ୍ଟିପଲଚେଜ ଦୌଡ଼ରେ ଅବିନାଶ ସାବଲେ ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡ ହିଟ୍‌ 2ରେ ଦୌଡ ଆରମ୍ଭ କରି 8:15:43 ସେକେଣ୍ଡରେ 3000 ମିଟର ଷ୍ଟିପଲଚେଜ ରେସ ଶେଷ କରି ପଞ୍ଚମ ସ୍ଥାନରେ ରହିଥିଲେ ଅବିନାଶ । ଏହା ପରେ ସେ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଆସନ୍ତା ଅଗଷ୍ଟ 8 ତାରିଖରେ ଭାରତୀୟ ସମୟ ରାତି 1ଟା 13 ମିନିଟରେ ଫାଇନାଲ ରେସ୍ ଖେଳାଯିବ ।

ଅଲିମ୍ପିକ୍ସରେ ଇତିହାସ ରଚିଲେ ଅବିନାଶ:ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଧାବକ ଅବିନାଶ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ 3000 ମିଟର ଷ୍ଟିପଲଚେଜ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଆଜି ଓଡ଼ିଆ ପୁଅ କିଶୋରଙ୍କ ଭାଗ୍ୟ ପରୀକ୍ଷା, ମ୍ୟାଚ ପୂର୍ବରୁ ଏମିତି କହିଲେ - Paris Olympics 2024

ଭାରତକୁ ପଦକ ଦେବେ ଅବିନାଶ:ସୋମବାର ବିଳମ୍ବିତ ରାତିରେ ପୁରୁଷ 3000 ମିଟର ଷ୍ଟିପଲଚେଜ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିର ମୋଟ 3ଟି ହିଟ୍‌ ହୋଇଥିବା ବେଳେ ଶ୍ରେଷ୍ଠ 5 ଜଣ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ହିଟ୍‌ 2ର ପ୍ରଥମ ସ୍ଥାନରେ ରହିଥିଲେ ମରକ୍କୋର ମହମ୍ମଦ ଟିଣ୍ଡଫ । ସେ 8 ମିନିନ 10.62 ସେକେଣ୍ଡରେ ରେସ ଶେଷ କରିଥିଲେ । ଅବିନାଶ ଏହି ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜୀବିତ ହୋଇଛି । ଦେଶ ପାଇଁ ପଦକ ଆଣିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ଅବିନାଶ ।

ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ଜିତିଥିଲେ ଅବିନାଶ: ଏସିଆନ୍‌ ଗେମ୍ସ 2023ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ଭାରତୀୟ ଧାବକ ଅବିନାଶ ସାବଲେ । ପୁରୁଷ 300 ମିଟର ଷ୍ଟିପଲଚେଜ ଦୌଡ଼ରେ ସାବଲେ 8:19:53 ସମୟ ସହ ପ୍ରଥମ ସ୍ଥାନ ହାସଲ କରି ଭାରତକୁ ସ୍ଵର୍ଣ୍ଣ ପଦକ ଭେଟି ଦେଇଥିଲେ । ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସେ ଏହି ଇଭେଣ୍ଟରେ ସ୍ଵର୍ଣ୍ଣ ଜିତିଥିଲେ ।

Last Updated : Aug 6, 2024, 10:29 AM IST

ABOUT THE AUTHOR

...view details