ହାଇଦ୍ରାବାଦ : ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଆସନ୍ତା ବର୍ଷ ଫେବୃଆରୀରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ହେଲେ ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅର୍ଥ ଅଭାବର ସମ୍ମୁଖୀନ ହୋଇଛି । ଏଭଳି ପରିସ୍ଥିତିରେ ଖର୍ଚ୍ଚରୁ ବଞ୍ଚିବା ପାଇଁ PCB ନୂଆ ଫ୍ଲଡଲାଇଟ୍ କିଣିବା ପରିବର୍ତ୍ତେ ଭଡାରେ ଆଣିବାକୁ ନିଷ୍ପତ୍ତି ନେଇଛି ।
ଭଡ଼ାରେ ଫ୍ଲଡଲାଇଟ୍ ଲଗାଇବାକୁ ଟେଣ୍ଡର ଆମନ୍ତ୍ରଣ କରିଛି ପିସିବି :-
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନକୁ ସମସ୍ତ କ୍ରିକେଟ ଫିଲ୍ଡରେ ନୂଆ ଫ୍ଲଡଲାଇଟ ଲଗାଇବାକୁ ପଡିବ, ଯାହା ବୋର୍ଡକୁ ଚିନ୍ତାରେ ପକାଇ ଦେଇଛି । ଖର୍ଚ୍ଚରୁ ବଞ୍ଚିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ନୂଆ ଫ୍ଲଡଲାଇଟ କିଣିବା ପରିବର୍ତ୍ତେ ସେଗୁଡ଼ିକୁ ଏକ ବର୍ଷ ପାଇଁ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛି । କରାଚି ଏବଂ ଲାହୋର ପଡିଆରେ ଏକ ବର୍ଷ ପାଇଁ ଫ୍ଲଡ୍ଲାଇଟ ଭଡ଼ାରେ ଲଗାଇବାକୁ ପିସିବି ଟେଣ୍ଡର ଆମନ୍ତ୍ରଣ କରିଛି । ଏହା ବ୍ୟତୀତ କରାଚି ଏବଂ ଲାହୋର ପଡିଆରେ ପୂର୍ବରୁ ସ୍ଥାପିତ ହୋଇଥିବା ପୁରୁଣା ଫ୍ଲଡଲାଇଟ ଗୁଡ଼ିକୁ ହଟାଇ କ୍ୱେଟା ଏବଂ ରାୱଲପିଣ୍ଡି ଷ୍ଟାଡିୟମରେ ଲଗାଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ପାୱାରକଟ୍ର ସମାଧାନ ପାଇଁ ଭଡ଼ାରେ ଆସିବ ଜେନେରେଟର :-