ଓଡିଶା

odisha

ETV Bharat / sports

କଟକରେ ରାଜ୍ୟସ୍ତରୀୟ ଟେବୁଲ ଟେନିସ ଚମ୍ପିଆନସିପ, ଯୋଗ ଦେଲେ 500ରୁ ଊର୍ଦ୍ଧ୍ବ ଖେଳାଳି - ODISHA TABLE TENNIS CHAMPIONSHIPS

ଆରମ୍ଭ ହୋଇଛି 30 ତମ ଆନ୍ତଃଜିଲ୍ଲା ଓ ରାଜ୍ୟସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା । ସବ ଜୁନିୟର, ଜୁନିଅର ଓ ସିନିୟର୍ ବର୍ଗର ଖେଳାଳି ଏହି ଚମ୍ପିଆନସିପରେ ଭାଗ ନେଇଛନ୍ତି ।

ODISHA TABLE TENNIS CHAMPIONSHIPS
ODISHA TABLE TENNIS CHAMPIONSHIPS (ETV Bharat Odisha)

By ETV Bharat Odisha Team

Published : Nov 6, 2024, 6:51 PM IST

କଟକ: ରାଜ୍ୟରେ ବଢୁଛି ଟେବୁଲ ଟେନିସର କ୍ରେଜ । ଆଉ ଏକ ପାଦ ଆଗେଇଲା ରାଜ୍ୟ ଟେବୁଲ ଟେନିସ ସଂଘ । ତୃଣମୂଳ ସ୍ତରର ଖେଳାଳି ରାଜ୍ୟ ପାଇଁ ଆଣିବେ ଗୌରବ । ଏନେଇ ଆଜିଠୁ ରାଜ୍ୟ ବେଟୁଲ ଟେନିସ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଛି 30 ତମ ଆନ୍ତଃଜିଲ୍ଲା ଓ ରାଜ୍ୟସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା ।

ଟେବୁଲ ଟେନିସ ପ୍ରତିଯୋଗିତା:

ODISHA TABLE TENNIS CHAMPIONSHIPS (ETV Bharat Odisha)

କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍କୁଲ ଓ ରାଜ୍ୟ ରାଙ୍କିଂ ଟେବୁଲ୍ ଟେନିସ ଚାମ୍ପିଅନସିପ ଆରମ୍ଭ ହୋଇଛନ୍ତି । ଯାହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ । ଏହି ଚମ୍ପିଆନସିପରେ ରାଜ୍ୟର ପାଖାପାଖି ୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି । ସବ ଜୁନିୟର, ଜୁନିଅର ଓ ସିନିୟର୍ ବର୍ଗର ଖେଳାଳି ଏହି ଚମ୍ପିଆନସିପରେ ଭାଗ ନେଇଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଚୟନ ହେବା ସହ ଜାତୀୟ ରାଙ୍କିଂରେ ସ୍ଥାନ ପାଇବେ ବୋଲି ସୂଚନା ମିଳିଛି ।

'ଖେଳାଳିଙ୍କ ମନୋବଳ ବଢିବ':

ଏନେଇ ରାଜ୍ୟ ଟେବୁଲ୍ ଟେନିସ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା କହିଛନ୍ତି," ରାଜ୍ୟରେ ବର୍ତ୍ତମାନ ଟେବୁଲ ଟେନିସକୁ ନେଇ ବଢୁଛି କ୍ରେଜ । କାହିଁକି ନା ଜିଲ୍ଲାସ୍ତରରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି । ସେମାନଙ୍କୁ ଭଲ ପ୍ରଶିକ୍ଷଣ ଦିଆଗଲେ ସେମାନେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ପାରିବେ । ତେଣୁ ଏଭଳି କ୍ରୀଡା ପ୍ରତିଯୋଗିତାରେ ନିଶ୍ଚୟ ଭଲ ଖେଳାଳି ଚୟନ ହେଇପାରିବେ । ଏହି ପ୍ରତିଯୋଗିତାରେ ଦ୍ବାରା ଖେଳାଳିଙ୍କ ମନୋବଳ ବଢିବା ସହ ଆଗାମୀ ଦିନରେ ଜଣେ ଦକ୍ଷ ଖେଳାଳି ହେବାର ଆଶା ରଖିପାରିବେ ।"

ଏହା ମଧ୍ୟ ପଢନ୍ତୁ ...କ୍ରିକେଟପ୍ରେମୀଙ୍କ ପକେଟକୁ ବାଧୁଛି ! OCA ଟିକେଟ ମୂଲ୍ୟରେ ରିହାତି ଦାବି

ଏହା ମଧ୍ୟ ପଢନ୍ତୁ ...2036 ଅଲିମ୍ପିକ୍ସ ଆୟୋଜନ ପାଇଁ IOCକୁ ଚିଠି, ଏହି ସହରରେ କରାଇବାକୁ IOAର ଲକ୍ଷ୍ୟ

ସେ ଆହୁରି ମଧ୍ୟ କହିଛନ୍ତି," ପୂର୍ବରୁ ଓଡିଶାରେ ଟେବୁଲ ଟେନିସକୁ ନେଇ ସ୍କୋପ ନଥିଲା । ଯେଉଁଥି ପାଇଁ ଅନେକ ଖେଳାଳି ବଣ ମଲ୍ଲି ପରି ଆଗକୁ ଆସି ପାରୁନଥିଲେ । ବର୍ତ୍ତମାନ ସମୟରେ ସଂଘ ଓ ରାଜ୍ୟ କ୍ରୀଡ଼ାରେ ବିକାଶର ଧାରା ବୃଦ୍ଧି ହେବା ସହ ନୂତନ ଜ୍ଞାନ କୌଶଳ ସହ ଭିତ୍ତିଭୂମିରେ ମଧ୍ୟ ବିକାଶ ହେଲାଣି । ତେଣୁ ପ୍ରତ୍ୟେକ ଖେଳାଳି ବର୍ତ୍ତମାନ ନିଜର ଭବିଷ୍ୟ ଗଡ଼ିବାରେ କୌଣସି ସମସ୍ୟା ନାହିଁ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details