ETV Bharat / state

ଓଡ଼ିଶା ଐତିହ୍ୟ ଗାଁ ବୁଲିବେ ସିଙ୍ଗାପୁର ରାଷ୍ଟ୍ରପତି, ଦେଖିବେ କୋଣାର୍କ ସୂର୍ଯ୍ୟମନ୍ଦିର - SINGAPORE PRESIDENT ODISHA VISIT

ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ଆସନ୍ତାକାଲିଠୁ ସେ 5 ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ 2 ଦିନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ।

SINGAPORE PRESIDENT
SINGAPORE PRESIDENT (ETV Bharat)
author img

By ETV Bharat Odisha Team

Published : Jan 13, 2025, 10:22 PM IST

Updated : Jan 13, 2025, 10:33 PM IST

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ଆସନ୍ତାକାଲି(ଜାନୁଆରୀ 14)ଠୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସେ । ଭାରତ-ସିଙ୍ଗାପୁର ଦ୍ବିପାକ୍ଷିକ ସମ୍ପର୍କ 60 ବର୍ଷ ପୂରଣ କରିଥିବା ବେଳେ ଶାନମୁଗରତ୍ନମଙ୍କ ଭାରତ ଗସ୍ତ ବେଶ ଗୁରୁ୍ତ୍ବବହନ କରୁଛି । ତେବେ ଶାନମୁଗରତ୍ନମ ଏହି 5 ଦିନିଆ ଗସ୍ତରେ ଫୋକସରେ ରହିଛି ଓଡ଼ିଶା । ଏହି ଅବସରରେ ଆସନ୍ତା 17 ଓ 18 ଜାନୁଆରୀ ସେ ଓଡ଼ିଶା ଗସ୍ତରେ ରହିବେ । ଓଡ଼ିଶାର କଳାସଂସ୍କୃତିକୁ ପାଖରୁ ଦେଖିବେ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀର ପଟ୍ଟଚିତ୍ର ଓ କଳାକୃତିର ଗାଁ ରଘୁରାଜପୁର ଯିବାର କାର୍ଯ୍ୟକ୍ରମ ରହିଛି ।

2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି:

ରଘୁରାଜପୁର
ରଘୁରାଜପୁର (ETV Bharat Odisha)

ବିଶ୍ୱବାସୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଐତିହ୍ୟ । ସୁଦୂର ସିଙ୍ଗାପୁରରୁ ଆକୃଷ୍ଟ କରିଛି ରଘୁରାଜପୁର ଗାଁ ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର । ବିଶ୍ବ ଦରବାରରେ ଚର୍ଚ୍ଚିତ ଓଡ଼ିଶାର ଐତିହ୍ୟ ଗାଁ ଦେଖିବାକୁ ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ପୁରୀର ପଟ୍ଟଚିତ୍ର ଓ କଳାକୃତ୍ତିର ଗାଁ ରଘୁରାଜପୁର ଗାଁ ବୁଲିବାକୁ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଦେଖିବାକୁ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଏନେଇ ଓଡ଼ିଶାର ଦୁଇ ଦିନିଆ କାର୍ଯ୍ୟକ୍ରମରେ ଏମିତି କିଛି ରହିଛି କାର୍ଯ୍ୟକ୍ରମ ।

ଜାନୁଆରୀ 17 ଓ 18ରେ ବୁଲିବେ ଓଡ଼ିଶା:

ଆସନ୍ତା ୧୭ରୁ ୧୮ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତ ଗସ୍ତରେ ଆସନ୍ତା ୧୪ରୁ ଆସୁଥିବା ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଆସନ୍ତା ୧୭ରୁ ୧୮ତାରିଖ ଦୁଇ ଦିନ ଧରି ଓଡିଶା ଗସ୍ତ ରହିବ । ଯେଉଁଠି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଲିବା କାର୍ଯ୍ୟକ୍ରମ ରହିଛି ।

ରଘୁରାଜପୁର
ରଘୁରାଜପୁର (ETV Bharat Odisha)

ଓଡ଼ିଶାରେ ରହିଛି ଏସବୁ କାର୍ଯ୍ୟକ୍ରମ:

ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । କାରଣ ଭୁବନେଶ୍ୱରରେ ଆସନ୍ତା ୧୭ରେ ପହଁଚିବା ପରେ ଏକ ତାରକା ହୋଟେଲରେ କାର୍ଯ୍ୟକ୍ରମ ସହ ସେଠାରେ ତାଙ୍କ ସହ ଓଡ଼ିଶାର ଅର୍ଥନୈତିକ ଓ ବ୍ୟବସାୟିକ କାରବାରର ସୁଯୋଗ ଆଦି ଦିଗରେ ଅନେକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଭୁବନେଶ୍ବରରେ ସ୍ଥାପିତ ସିଙ୍ଗାପୁର ITEES( ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ସର୍ଭିସେସ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭ୍ୟାକସିନ ପ୍ରସ୍ତୁତକାରି କମ୍ପାନୀ ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭୁବନେଶ୍ୱର ସ୍ଥିତ ରାଜଭବନରେ ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ରଘୁରାଜପୁର
ରଘୁରାଜପୁର (ETV Bharat Odisha)
  • ବ୍ୟବସାୟିକ ପ୍ରତିନିଧିଙ୍କୁ ଭେଟିବେ ସିଙ୍ଗାପୁର ରାଷ୍ଟ୍ରପତି
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରହିଛି ସାକ୍ଷାତ କାର୍ଯ୍ୟକ୍ରମ
  • ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରୀଭୋଜନ କାର୍ଯ୍ୟକ୍ରମ
  • ମଞ୍ଚେଶ୍ବର ସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟରରେ ସିଙ୍ଗାପୁର ITEES ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି
  • ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ଯୋଗଦାନ କାର୍ଯ୍ୟକ୍ରମ
ରଘୁରାଜପୁର
ରଘୁରାଜପୁର (ETV Bharat Odisha)

ବୁଲିବେ ରଘୁରାଜପୁର:

କେବଳ ସେତିକି ନୁହେଁ ପୁରୀ ସ୍ଥିତ ବିଶ୍ବ ପ୍ରସିଦ୍ଧ ହସ୍ତଶିଳ୍ପ ଗ୍ରାମ ରଘୁରାଜପୁର ଗାଁରେ ମଧ୍ୟ ବୁଲାବୁଲି କାର୍ଯ୍ୟକ୍ରମ ରହିଛି । ରଘୁରାଜପୁରରେ ରଙ୍ଗତୁଳୀରେ କାରୁକାର୍ଯ୍ୟ,ରଙ୍ଗୀନ ମୁଖା,କାଠ କଣ୍ଢେଇ,କାଚ ବୋତଲ ଅତ୍ୟାଧୁନିକ କାରୁକାର୍ଯ୍ୟ ସହ ତାଳପତ୍ରରେ ତିଆରି ପଟ୍ଟଚିତ୍ର ଯାହାକି ବିଶ୍ବପ୍ରସିଦ୍ଧ କାରିଗରୀର ଝଲକ ଦେଖିବା ସହ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ମ୍ୟୁଜିୟମ ମଧ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି ।

କେଉଁଠି ଅବସ୍ଥିତ ରଘୁରାଜପୁର ଗାଁ ?

ଭାର୍ଗବୀ ନଦୀ କୂଳରେ ଅବସ୍ଥିତ ଏହି ଗାଁ । ପୁରୀ ସହରଠୁ ମାତ୍ର ୧୪ କିଲୋମିଟର ଦୂର ଓ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ କଡ଼ରେ ଅର୍ଥାତ ୩୧୬ ଜାତୀୟ ରାଜପଥର ଚନ୍ଦନପୁର ଠାରୁ ଦେଢ କିଲୋମିଟର ଦୂରରେ ରହିଛି ରଘୁରାଜପୁର ଗାଁ ।

ଏହା ମଧ୍ୟ ପଢନ୍ତୁ:

Best Tourism Village Award: ପଟ୍ଟଚିତ୍ରର ଗାଁକୁ ସମ୍ମାନ, ରଘୁରାଜପୁରକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା

ଶାମ୍ବ ଦଶମୀରେ ଚଳଚଞ୍ଚଳ କୋଣାର୍କ, ପର୍ଯ୍ୟଟକଙ୍କୁ ଫ୍ରି-ଏଣ୍ଟ୍ରି

ସିଙ୍ଗାପୁରର ନିବେଶକଙ୍କୁ ଓଡିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ

ସିଙ୍ଗାପୁରର ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ

ବୁଲିବେ ବ୍ଲାକପାଗୋଡା:

ସେହିପରି ବ୍ଲାକ ପାଗୋଡା ଭାବେ ପରିଚିତ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାର କାର୍ଯ୍ୟକ୍ରମ ରହିଛି । ଯେଉଁଠି ୧୩ଶହ ଖ୍ରୀଷ୍ଟାବ୍ଦର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ବାରା ପ୍ରସ୍ତୁତ ସୂର୍ଯ୍ୟ ଦେବତାଙ୍କ ପାଇଁ ଏକ ରଥର ପ୍ରସ୍ତୁତ ଯାହାର ଝଲକ ଓ କାରୁକାର୍ଯ୍ୟ ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । କଳିଙ୍ଗର ସ୍ଥାପତ୍ୟ ଓ କାରୁକାର୍ଯ୍ୟରେ ତିଆରି ବିଶ୍ବବିଖ୍ୟାତ ମନ୍ଦିର ବୁଲି ଦେଖିବେ ।

କୋଣାର୍କ ସୂର୍ଯ୍ୟ ମନ୍ଦିର
କୋଣାର୍କ ସୂର୍ଯ୍ୟ ମନ୍ଦିର (ETV Bharat Odisha)
ରଘୁରାଜପୁର ଗାଁ ସମ୍ପର୍କରେ... ରଘୁରାଜପୁର ଏମିତି ଏକ ଗାଁ... ଯେଉଁଠି ଘରେ ଘରେ ପରିବାର ସହ ମହିଳା ଓ ପୁରୁଷ ମିଶି କିପରି ହସ୍ତଶିଳ୍ପୀର କଳାକାରିଗରି କରି ଜୀବିକା ନିର୍ବାହ କରନ୍ତି । ଗୋଟିପୁଅ ନୃତ୍ୟ ଓ ପଟ୍ଟଚିତ୍ର ପାଇଁ ବିଶ୍ବ ପ୍ରସିଦ୍ଧ ଏହି ଗାଁ । ପୌରାଣିକ କଥାବସ୍ତୁ ମଥୁରା ବିଜୟ ପାରମ୍ପରିକ ଝଲକ ଭଳି ଅନେକ ପଟ୍ଟଚିତ୍ର ଏଠାରେ ଅତି ସୁନ୍ଦର୍ ଭାବେ ପ୍ରସ୍ତୁତ କରାଯାଏ । ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପ୍ରବାଦ ପୁରୁଷ ପଟ୍ଟକଳାର ଡ଼ ଜଗନ୍ନାଥ ଦାସ ପାଇଁ ମଧ୍ୟ ଚର୍ଚ୍ଚିତ ଏହି ଗାଆଁଟି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 13, 2025, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.