ETV Bharat / state

ହୀରାକୁଦ@69, ଚର୍ଚ୍ଚାରେ ଜୟ ନାରାୟଣଙ୍କ ଡ୍ୟାମ ଲାଭ ବୟାନ - HIRAKUD DAM FOUNDATION DAY

୬୯ ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ, ପ୍ରତିଷ୍ଠା ଦିବସରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଜୋର

Hirakud dam 69th Foundation day
Hirakud dam 69th Foundation day (ETV Bharat Odisha)
author img

By ETV Bharat Odisha Team

Published : Jan 13, 2025, 10:55 PM IST

ସମ୍ବଲପୁର: 69ତମ ପ୍ରତିଷ୍ଠା ଦିବସ ପାଳିଛି ସମ୍ବଲପୁର ହୀରାକୁଦ ଡ୍ୟାମ । ଏହି ଅବସରରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଜୟନାରାୟଣ ମିଶ୍ର । ତେବେ ଏହି ପ୍ରତିଷ୍ଠା ଦିବସରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hirakud dam 69th Foundation day
Hirakud dam 69th Foundation day (ETV Bharat Odisha)

69 ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ:

69 ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ । 1957 ମସିହା ଜାନୁଆରୀ 13 ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା l ଏହାକୁ ଏସିଆର ଦୀର୍ଘତମ ମାଟି ବନ୍ଧ ବୋଲି ବିବେଚନା କରାଯାଏ l ତେବେ ପ୍ରତିଷ୍ଠା ଦିବସ ଅବସରରେ ହୀରାକୁଦ ଡ୍ୟାମର ରାଇଟ ଡ଼ାଇକ ପାର୍ଶ୍ଵରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୀରାକୁଦ ଡ୍ୟାମର ପ୍ରତିଷ୍ଠା ଦିବସ ପାଳନ କରିଥିଲେ ଓ ଏଠାରେ ଥିବା ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ l

'ହୀରାକୁଦ ବିସ୍ଥାପନ ପୃଥିବୀର ସବୁଠାରୁ ବଡ଼ ବିସ୍ଥାପନ':

ହୀରାକୁଦ ଡ୍ୟାମର 69ତମ ପ୍ରତିଷ୍ଠା ଦିବସରେ ଜୟନାରାୟଣ ମିଶ୍ର କହିଛନ୍ତି, " ହୀରାକୁଦ ଡ୍ୟାମ ବନ୍ୟା ନିୟନ୍ତ୍ରଣରେ କୌଣସି ଲାଭ ଦେଲା ଭଳି ଲାଗୁନି କାରଣ ପ୍ରତ୍ୟେକ ବର୍ଷ ଉପକୂଳ ଓଡିଶାରେ ବନ୍ୟା ହେଉଛି ଏବଂ ଏହି ବନ୍ଧ ପାଇଁ ସମ୍ବଲପୁରରେ ଅଯଥାରେ ବନ୍ୟା ହେଉଛି l ଗୋଟିଏ ସାଧାରଣ ଲୋକ ହିସାବରେ ମୋ ପାଖରେ ଯେଉଁ ଅଧ୍ୟୟନ ଅଛି ବନ୍ୟା ନିୟନ୍ତ୍ରଣ ଆଦୌ ସନ୍ତୋଷଜନକ ନୁହେଁ l ସେତେବେଳେ ମହାନଦୀର ଓଡିଶା ଓ ଛତିଶଗଡ଼ ସୀମାରେ ବନ୍ଧ ହେବାର ଥିଲା l ଏନେଇ ଅଯୋଧ୍ୟା ନାଥ କୋଶଲାଙ୍କ ସହ 2ଟି ରିପୋର୍ଟ ଥିଲା l ସେହି ରିପୋର୍ଟଗୁଡିକୁ ଚାପି ଦିଆଯାଇଛି l ସେଠାରେ ବନ୍ଧ ହୋଇଥିଲେ ଏହିଭଳି ଭାବରେ ଲୋକେ ହୁଏତ ବିସ୍ଥାପିତ ହୋଇ ନଥାନ୍ତେ l ସେ ସମୟରେ ଆମେ ପ୍ରଥମ ପ୍ରଥମ ସ୍ୱାଧୀନତା ପାଇଥିଲୁ l ସେତେବେଳେ ଏହି ଅଞ୍ଚଳରେ ମୁଖ୍ୟତଃ ଆଦିବାସୀମାନେ ରହୁଥିଲେ l ସେତେବେଳେ କେବଳ ଯାହା ପାଖରେ ଜମି ପଟ୍ଟା ଥିବ ତାଙ୍କୁ ହିଁ କ୍ଷତିପୂରଣ ମିଳିବ l ସେତେବେଳେ ଲୋକଙ୍କୁ ବନ୍ଧୁକ ମୁନରେ ରାତି ଅଧରେ ଉଠାଇ ବିସ୍ଥାପିତ କରାଗଲା l ହୀରାକୁଦ ବିସ୍ଥାପନ ପୃଥିବୀର ସବୁଠାରୁ ବଡ଼ ବିସ୍ଥାପନ l"

'କେତେ ଲାଭ ଦେଇଛି ହୀରାକୁଦ ଡ୍ୟାମ, ସମୀକ୍ଷା ହେବା ଉଚିତ୍'

ସେ ଆଉ ମଧ୍ୟ କହିଛନ୍ତି, "ଡ୍ୟାମ କେତେ ଲାଭ ଦେଲା ଓଡ଼ିଶାବାସୀଙ୍କ ପାଇଁ ତାର ସମୀକ୍ଷା ହେବା କଥା l ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ ଉତ୍ପାଦନରେ କେତେ ଲାଭ ଦେଲା ଆଉ କେତେ ଲାଭ ଦେଇ ପାରିଥାନ୍ତା ଏହା ଉପରେ ସମୀକ୍ଷା ହେବା ଉଚିତ l ଏହି ଡ୍ୟାମ ଯୋଗୁଁ ପୂର୍ବ ଓଡିଶା, ପଶ୍ଚିମ ଓଡିଶା ଲୋକଙ୍କ ଭିତରେ ପାର୍ଥକ୍ୟ ସୃଷ୍ଟି ହେଲା l ଲୋକଙ୍କ ମନ ଭିତରେ ପୂରେଇଦିଆ ଗଲା ଯେ ଉପକୂଳ ଅଞ୍ଚଳକୁ ବଞ୍ଚେଇବା ପାଇଁ ଆମମାନଙ୍କୁ ବୁଡାଯାଉଛି l ବିସ୍ଥାପିତମାନଙ୍କୁ ନ୍ୟାୟ ମିଳି ପାରିନାହିଁ l"

ହୀରାକୁଦର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ପ୍ରମୁଖ ଯୋଗ ଦେଇଥିଲେ l

ଏହାମଧ୍ୟ ପଢନ୍ତୁ...

ହୀରାକୁଦ ପ୍ରଶଂସାରେ ବଲିଉଡ ଗାୟକ ଶାନ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ପର୍ଯ୍ୟଟକଙ୍କ ଫେବରିଟ୍ ହୀରାକୁଦ, ପିକନିକ ସାଙ୍ଗକୁ ଜଳଭଣ୍ଡାରରେ ଜଳ କ୍ରୀଡ଼ା

ବିଶ୍ବ ପର୍ଯ୍ୟଟନସ୍ଥଳୀ ହେବ ହୀରାକୁଦ ଜଳଭଣ୍ଡାର ! ଆରମ୍ଭ ହେଲା ମାଟି ପରୀକ୍ଷା

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା

ବିଷାକ୍ତ ହେଉଛି ହୀରାକୁଦ ଆର୍ଦ୍ରଭୂମି ! ଉପରମୁଣ୍ଡରୁ ଆସୁଛି ଶିଳ୍ପାୟନ ବର୍ଜ୍ୟବସ୍ତୁ, ପଟୁରେ ବସିଲାଣି କ୍ୟାନସର ସୃଷ୍ଟିକାରୀ କଣିକା

ସୂଚନାଯୋଗ୍ୟ, ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଜଳ ସେଚନ, ବନ୍ୟା ନିୟନ୍ତ୍ରଣ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ତିଆରି ହୋଇଥିଲା l ଆଉ ବର୍ତ୍ତମାନ ଏହା ଶିଳ୍ପ ଅନୁଷ୍ଠାନ ମାନଙ୍କୁ ପାଣି ଯୋଗାଇବା ସହ ପର୍ଯ୍ୟଟନର ବିକାଶରେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.