ETV Bharat / state

ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ - CM KENDUJHAR VISIT

ମକର ସଂକ୍ରାନ୍ତି ଅବସରରେ ପାଟଣା ବୈତରଣୀ ନଦୀର ଅନୁସିୟା ଘାଟରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ
ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 1:29 PM IST

Updated : Jan 14, 2025, 5:46 PM IST

କେନ୍ଦୁଝର: ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପାଟଣା ବୈତରଣୀ ନଦୀର ଅନୁସିୟା ଘାଟରେ ମକର ସ୍ନାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଡ଼ ପରେ ପରମେଶ୍ଵର ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ମକର ସଂକ୍ରାନ୍ତିରେ ବୁଡ ପକାଇଲେ କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି ।

  • ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମକର ସଂକ୍ରାନ୍ତି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଛନ୍ତି । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ନିକଟରେ ଥିବା ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି ।

CM mohan Majhi Kendujhar Visit (ETV Bharat Odisha)
  • ମକର ପିଠା ଖାଇଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ଗତକାଲି(ସୋମବାର) ଭୁବନେଶ୍ୱର ଫେରିବା ପରେ ଆଜିଠୁ ତିନିଦିନିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈତରଣୀରେ ମକର ସ୍ନାନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ୟାମ ସୁନ୍ଦରପୁର ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ମକର ପିଠା ଖାଇଥିଲେ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସଂସ୍କୃତିକୁ ମନେପକାଇ ବୈତରଣୀରେ ବୁଡ ପକାଇଛନ୍ତି ।

ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ
ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ରାଜ୍ୟର ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝର ଜିଲ୍ଲାର କିଭଳି ବିକାଶ ହେବ ଓ ଜିଲ୍ଲାକୁ ଶିଳ୍ପ ଆସିବ ସେନେଇ ଠାକୁରଙ୍କ ପାଖରେ ପ୍ରାର୍ଥନା କଲି । ଏଥିସହ ଓଡ଼ିଶାର ସର୍ବ ମଙ୍ଗଳ କାମନା କରିବା ସହ ଓଡ଼ିଶା ବିକାଶ କାମକୁ ତ୍ୱରାନ୍ବିତ କରିବା ପାଇଁ ସର୍ବୋପରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ କାମ ଆଗେଇ ଚାଲିଛି । ଗତକାଲି ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସହ ଯୋଡିଛୁ । ଏହାଦ୍ବାରା ୧ କୋଟି ୩ ଲକ୍ଷ ଲୋକେ ଉପକୃତ ହେବେ । ଦିଲ୍ଲୀରେ ଏନେଇ MoU ସ୍ୱାକ୍ଷର ହୋଇଛି ।"

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝରରେ ମକର ପାଳିବେ ମୁଖ୍ୟମନ୍ତ୍ରୀ; ଆଜିଠାରୁ ୩ ଦିନିଆ ଜିଲ୍ଲା ଗସ୍ତ କରିବେ - CM KENDUJHAR VISIT

ଏହା ମଧ୍ୟ ପଢନ୍ତୁ...OMFEDକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ରାଷ୍ଟ୍ରପତି - COW INDUCTION

ଏହା ମଧ୍ୟ ପଢନ୍ତୁ...ବନ୍ଦୀ ସଂଗ୍ରାମୀ ପାଇବେ ପେନସନ ଓ ମେଡ଼ିକାଲ ଖର୍ଚ୍ଚ, ଏମିତି କରନ୍ତୁ ଆବେଦନ - PENSION FOR EMERGENCY DETAINEES

  • ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଏହି ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରାଠାରେ ଓ ନିଜ ଗ୍ରାମ ରାଇକଳାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଜିଲ୍ଲା ସର୍କିଟ ହାଉସରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jan 14, 2025, 5:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.