କଟକ: ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡାଇବା ଏକ ପରମ୍ପରା । କିନ୍ତୁ କିଛି ଅମାନିଆ ଓ ଅସମ୍ବେଦନଶୀଳଙ୍କ ଯୋଗୁଁ ଏହା ଅନେକଙ୍କ ପାଇଁ କାଳ ସାଜୁଛି । ବିଶେଷ କରି ମାଞ୍ଜା ସୂତାକୁ ନେଇ କଟକରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ସପ୍ତାହକ ମଧ୍ୟରେ ମାଞ୍ଜା ସୂତାରେ କଟି 3 ଜଣ ଆହତ ହୋଇଛନ୍ତି । ସେପଟେ ମାଞ୍ଜା ସୂତା ବ୍ୟବହାରକୁ ରୋକିବା ନେଇ କଟକ କମିଶନରେଟ ପୋଲିସ ତତ୍ପରତା ଦେଖାଇବା ସହ ବିଭିନ୍ନ ଗୁଡି ଦୋକାନ ଗୁଡିକରେ ଚଢାଉ କରିଛି ।
ମାଞ୍ଜା ସୂତାରେ ଗୁଡ଼ି ଉଡାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ:
କାହିଁକି ମାରାତ୍ମକ ମାଞ୍ଜା ସୂତା:
![avoid Manja thread](https://etvbharatimages.akamaized.net/etvbharat/prod-images/13-01-2025/od-ctc-narayan-kiteadvisiory-7204486_13012025143104_1301f_1736758864_359.jpg)
ସାଧାରଣତଃ କଲିକତାରୁ ଆମଦାନୀ ହେଉଥିବା ମାଞ୍ଜା ସୂତା ମୁଖ୍ୟତଃ ଝୋଲା ସାହି, ନନ୍ଦିସାହି, ଚୌଧୁରୀବଜାର, ପିଠାପୁର ଅଞ୍ଚଳରେ ବିକ୍ରି ହେଉଛି । ଏହି ଅଞ୍ଚଳରେ ଥିବା ଗୋଦାମରେ ମାଞ୍ଜା ସୂତା ହୋଲ୍ସେଲ୍ ମୂଲ୍ୟରେ ବିକ୍ରି ହୋଇଥାଏ । ମକର ସଂକ୍ରାନ୍ତି ବେଳେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହେଉଥିବାରୁ ଗୁଡ଼ିକୁ କାଟିବା ପାଇଁ ପ୍ରତିଯୋଗୀମାନେ ଏହି ମାଞ୍ଜା ସୂତା ବ୍ୟବହାର କରିଥାନ୍ତି । ସୂତାରେ ଅଠା ବୋଳି ଏଥିରେ କାଚ ଗୁଣ୍ଡର ଲେପ ଦିଆଯାଇଥାଏ । ସେଥିପାଇଁ ସାଧାରଣ ଗୁଡ଼ି ସୂତା ଅପେକ୍ଷା ଏହି ମାଞ୍ଜା ସୂତା ଅଧିକ ମାରାତ୍ମକ ହୋଇଥାଏ ।
ମାଞ୍ଜା ସୂତା ବ୍ୟବହାର ନେଇ କଣ କହିଥିଲେ ହାଇକୋର୍ଟ !
![avoid Manja thread](https://etvbharatimages.akamaized.net/etvbharat/prod-images/13-01-2025/od-ctc-narayan-kiteadvisiory-7204486_13012025143104_1301f_1736758864_292.jpg)
![avoid Manja thread](https://etvbharatimages.akamaized.net/etvbharat/prod-images/13-01-2025/od-ctc-narayan-kiteadvisiory-7204486_13012025143104_1301f_1736758864_170.jpg)
ମାଞ୍ଜା ସୂତା ବ୍ୟବହାରକୁ ନେଇ ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, " ମାଞ୍ଜା ସୂତା ବ୍ୟବହାର ଉପରେ ସଠିକ ଭାବରେ କଟକଣା ଲାଗୁ ନ ହେବାରୁ ଗତ ୧୦ ବର୍ଷ ମଧ୍ୟରେ ୨୪ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମାଞ୍ଜା ସୂତା ଲାଗି ଗତ ୨୦୧୪ ମସିହାରେ ଜଣେ ଆହତ ହୋଇଥିବା ବେଳେ ୨୦୧୫ ମସିହାରେ ୩ ଜଣ ଆହତ ହୋଇଥିଲେ ଏବଂ ଜଣଙ୍କର ଜୀବନ ଯାଇଥିଲା । ୨୦୧୬ ମହିହାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ୨୦୧୯ରେ ଦୁଇ ଜଣ ଆହତ ହୋଇଥିଲେ, ୨୦୨୧ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ । ୨୦୨୨ରେ ୩ ଜଣ, ୨୦୨୩ରେ ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୨୪ରେ ୬ ଜଣ ଆହତ ହୋଇଥିଲେ ଏବଂ ଚଳିତବର୍ଷ ଆରମ୍ଭରୁ ୩ ଜଣ ଆହତ ହୋଇଛନ୍ତି ।
![avoid Manja thread](https://etvbharatimages.akamaized.net/etvbharat/prod-images/13-01-2025/od-ctc-narayan-kiteadvisiory-7204486_13012025143104_1301f_1736758864_737.jpg)
ଏହାମଧ୍ୟ ପଢନ୍ତୁ... ନିୟମକୁ ଫୁ କରି ଗୁଡି ଉଡାଇଲେ ଅମାନିଆ, ମାଞ୍ଜା ସୂତା ଲାଗି ୩ ଆହତ ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଭଦ୍ରକ, ଗୁଡି ଉଡ଼ାଇଲେ ଲୋକେ |
ଗୁଡି ସୂତାରେ କଟି ଆହତ
ଗୁଡି ସୂତାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କଟକ ଜିଲ୍ଲା ୪୨ମୌଜା ଅଞ୍ଚଳର ସୀତାରାମ ତାଣ୍ଡି ଗୁରୁବାର ଦିନ ବାଇକରେ ଫେରୁଥିବା ବେଳେ ଗୁଡି ସୂତା ତାଙ୍କ ବେକରେ ଲାଗି ଯାଇଥିଲା । ବେକରେ ଆଘାତ ଲାଗିଥିଲେ ମଧ୍ୟ ଗାଡି ସ୍ପିଡ କମ ଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ ସୀତାରାମ । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ପଦ୍ମଲୋଚନ କହିଛନ୍ତି, "ମାଞ୍ଜା ସୂତା ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ତାହା ବିକ୍ରି ହେଉଛି ।ବ୍ୟବସାୟୀମାନେ ନିୟମ ଭାଙ୍ଗି ମାଞ୍ଜା ସୂତା ବିକ୍ରି କରୁଛନ୍ତି । ପୋଲିସ ଓ ପ୍ରଶାସନ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।ଯାହା ଫଳରେ ବଡ ଅଘଟଣ ରୋକାଯାଇ ପାରନ୍ତା ।"
![avoid Manja thread](https://etvbharatimages.akamaized.net/etvbharat/prod-images/13-01-2025/od-ctc-narayan-kiteadvisiory-7204486_13012025143104_1301f_1736758864_570.jpg)