ଓଡିଶା

odisha

ETV Bharat / sports

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା, ଗୋବିନ୍ଦଙ୍କ କାନ୍ଧରେ ଅଧିନାୟକ ଭାର - SYED MUSHTAQ ALI TROPHY

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ୧୮ ଜଣିଆ ଟିମ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଆସନ୍ତା ୨୩ ତାରିଖରୁ ବିଦର୍ଭ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଓଡିଶା ।

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା
ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା (ETV Bharat Odisha)

By ETV Bharat Odisha Team

Published : Nov 21, 2024, 6:21 PM IST

କଟକ: ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ୧୮ ଜଣିଆ ଟିମ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଗୋବିନ୍ଦ ପୋଦାରଙ୍କୁ ମିଳିଲା ଅଧିନାୟକ ପଦ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓସିଏ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ । ଚଳିତବର୍ଷ ଦଳ ଭଲ ପ୍ରଦର୍ଶନ କରିବା ନେଇ ବେଶ ଆଶାବାଦୀ ଓଡିଶା କ୍ରିକେଟ ସଂଘ ।

ଓଡ଼ିଶା ଟିମରେ କେଉଁମାନେ ରହିଛନ୍ତି ?

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା (ETV Bharat Odisha)

ଉଭୟ ଯୁବ ଓ ଅଭିଜ୍ଞଙ୍କୁ ମିଳିଛି ଦଳରେ ସ୍ଥାନ । ଯଦି ବ୍ୟାଟିଂ ଟପ ଅର୍ଡର ଉପରେ ନଜର ପକାଇବା ତେବେ ତେବେ ସ୍ୱସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଗୌରବ ଚୌଧୁରୀ, ପ୍ରବୀନ ଲୋହା ,ରାକେଶ ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳ ଭଳି ବ୍ୟାଟର ଦଳରେ ରହିଛନ୍ତି । ସେହିପରି ବୋଲିଂ ଲାଇନ ଅପରେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସ, ହର୍ଷିତ ରାଠୋଡ଼ ପ୍ରମୁଖ ଦଳରେ ରହିଛନ୍ତି ।

୫ ନୂଆ ମୁହଁ:

ଚଳିତ ଥର ଦଳରେ ୫ ଜଣ ନୂଆ ମୁହଁକୁ ସ୍ଥାନ ଦେଇଛି ଓସିଏ ଚୟନ କମିଟି । ସୁଭମ ଶତ୍ରୁଜିତ, ସମ୍ବିତ କୁମାର ବରାଳ, ପ୍ରଦୀପ ପ୍ରଧାନ, ଜମଲା ଭଞ୍ଜନ ମହାପାତ୍ର ଓ ଅଂଶୁମାନ ବେଜ । ବିସିସିଆଇ ଘରୋଇ ସିଜିନର ଟି 20 ଫର୍ମାଟର ମେଗା ଟୁର୍ଣ୍ଣାମେଣ୍ଟ ହେଉଛି ମୁସ୍ତାକ ଅଲି ଟ୍ରଫି ।

ଏହା ମଧ୍ୟ ପଢନ୍ତୁ...କମିଲା ବାରବାଟୀ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଟିକଟ ଦର

ଏହା ମଧ୍ୟ ପଢନ୍ତୁ...ଐତିହାସିକ ବିଜୟ ପରେ ଓଡ଼ିଶା ଫେରିଲେ ହକି ଟିମ, ଭୁବନେଶ୍ବରରେ ଭବ୍ୟ ସ୍ବାଗତ

ଏହା ମଧ୍ୟ ପଢନ୍ତୁ...ରଣଜୀ ଟ୍ରଫି: ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଓଡିଶା

କାହା ବିପକ୍ଷରେ ଖେଳିବ ଓଡ଼ିଶା ?

ଆସନ୍ତା ୨୩ ତାରିଖରୁ ବିଦର୍ଭ ବିପକ୍ଷରେ ଓଡିଶା ତାର ପ୍ରଥମ ମ୍ୟାଚ ଖେଳିବ । ଏହାପରେ ରେଲୱେ,ପୁଡୁଚେରୀ, ଛତିଶଗଡ଼,ଆସାମ ଓ ଚଣ୍ଡୀଗଡ଼ ବିପକ୍ଷରେ ଖେଳିବ ଓଡିଶା । ତେବେ ଏହି ଟିମ ଚୟନ ପୂର୍ବରୁ ଓଡିଶା ଅନେକ ଅଭ୍ୟାସ ମ୍ୟାଚ ଖେଳାଯାଇଛି । ବିଭିନ୍ନ ଗ୍ରାଉଣ୍ଡରେ ହୋଇଥିବା କ୍ୟାମ୍ପରୁ ହିଁ ଟିମ ଚୟନ କରଯାଇଛି । ଯୁବ ଓ ଅଭିଜ୍ଞଙ୍କୁ ନେଇ ଏହି ଦଳ ଗଠନ ହୋଇଛି । ଚଳିତବର୍ଷ ଦଳ ନିଶ୍ଚୟ ଟି ୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ ଓ ଚୟନ କମିଟି ମୁଖ୍ୟ ଅମୀୟ ରାଏ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details