ଓଡିଶା

odisha

ETV Bharat / sports

LSG ଛାଡ଼ି RCBକୁ ଫେରିବେ ରାହୁଲ ! ଗୋଏଙ୍କାଙ୍କୁ ଭେଟି କ'ଣ ଆଲୋଚନା କଲେ ? - IPL 2025 KL Rahul - IPL 2025 KL RAHUL

IPL 2025 Mega Auction : ରବିବାର LSG ମାଲିକଙ୍କୁ ଭେଟିଛନ୍ତି ଦଳର ଅଧିନାୟକ ତଥା ଷ୍ଟାର କ୍ରିକେଟର କେଏଲ୍‌ ରାହୁଲ । କ'ଣ ରାହୁଲ ସତରେ LSG ଛାଡ଼ି RCBରେ ଯୋଗଦେବେ ? ପଢ଼ନ୍ତୁ ପୂରା ଖବର,

IPL 2025 Mega Auction
IPL 2025 Mega Auction (IANS Photo)

By ETV Bharat Sports Team

Published : Aug 27, 2024, 1:33 PM IST

କୋଲକାତା : ଆଇପିଏଲ୍‌ 2025 ପାଇଁ ମେଗା ଅକ୍ସନ ସମ୍ଭବତଃ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ରିଟେନ କରିବେ ଓ କାହାକୁ ରିଲିଜ କରିବେ, ସେନେଇ ଆଲୋଚନା କରୁଛନ୍ତି । ସେହିଭଳି ଅନ୍ୟ ଦଳରୁ ଷ୍ଟାର ଖେଳାଳିଙ୍କୁ ଆଣି ନିଜ ଦଳରେ ସାମିଲ କରିବା ପାଇଁ ମଧ୍ୟ ସମାନ ବେଗରେ ଚାଲିଛି ଯୋଜନା । ଏହି କ୍ରମରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ ଦାବି କରାଯାଉଛି ଯେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଅଧିନାୟକ କେଏଲ୍‌ ରାହୁଲ LSG ଛାଡ଼ି ନିଜ ପୂରୁଣ ଦଳ ବିରାଟ କୋହଲିଙ୍କ RCBକୁ ଫେରି ପାରନ୍ତି । ଏହାରି ଭିତରେ ରାହୁଲ କୋଲକାତା ଯାଇ LSG ମାଲିକ ସଞ୍ଜୀବ ଗୋଏଙ୍କାଙ୍କୁ ଭେଟିଛନ୍ତି । ସେ ଦଳ ଛାଡ଼ିବାକୁ ଚାହୁଁଥିବା କିଛି ଦାବି କରୁଥିବାବେଳେ ଅନ୍ୟ କିଛି ରିପୋର୍ଟ ଅନୁସାରେ ସେ LSGରେ ରହିବାକୁ ଚାହୁଁଛନ୍ତି ।

ସଞ୍ଜୀବ ଗୋଏଙ୍କାଙ୍କୁ ଭେଟିଲେ ରାହୁଲ :-

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, କେଏଲ୍ ରାହୁଲ ଏବଂ ଏଲ୍‌ଏସ୍‌ଜି ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ବୈଠକ 1 ଘଣ୍ଟା ଧରି ଆଲିପୁରର ଜଜ୍ କୋର୍ଟ ରୋଡରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାହୁଲଙ୍କ ସମ୍ଭାବ୍ୟ ରିଟେନସନ ଏବଂ ପରବର୍ତ୍ତୀ ସିଜିନ ପାଇଁ ଖେଳାଳିଙ୍କ ସଂଯୋଜନା ଉପରେ ଆଲୋଚନା ହୋଇଥିଲା । କିନ୍ତୁ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାହୁଲ LSG ଛାଡ଼ିବାକୁ ଚାହୁଁଥିବା ଗୋଏଙ୍କାଙ୍କୁ ଜଣାଇଛନ୍ତି ।

'LSGରେ ରହିବାକୁ ଚାହୁଁଛନ୍ତି ରାହୁଲ' :-

ଅନ୍ୟପଟେ ନ୍ୟୁଜ୍ ଏଜେନ୍ସି ପିଟିଆଇ ମଧ୍ୟ ଦାବି କରିଛି ଯେ ରାହୁଲ ଏଲ୍‌ଏସ୍‌ଜିରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ୱିକେଟ୍‌ କିପର-ବ୍ୟାଟରଙ୍କୁ ଫ୍ରାଞ୍ଚାଇଜ୍ କୌଣସି ପ୍ରତିଶ୍ରୁତି ଦେଇ ନାହିଁ । ଏହି ବିଷୟରେ ଅବଗତ ଥିବା ଜଣେ ଆଇପିଏଲ୍ ପରିଚାଳନା ପରିଷଦ ସଦସ୍ୟ ନିଜ ପରିଚୟ ପ୍ରକାଶ ନକରିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି, "ହଁ, ରାହୁଲ କୋଲକାତା ଆସି ଆରପିଜି ମୁଖ୍ୟାଳୟରେ ଡଃ ଗୋଏଙ୍କାଙ୍କୁ ଭେଟିଥିଲେ । ସେ ଡକ୍ଟର ଗୋଏଙ୍କାଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ LSGରେ ରହିବାକୁ ଚାହୁଁଛନ୍ତି । ତଥାପି, ବିସିସିଆଇ ଏକ ରିଟେନସନ ନିୟମ ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ LSG କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ ।

ରାହୁଲଙ୍କ ଉପରେ ରାଗି ଯାଇଥିଲେ ଗୋଏଙ୍କା :-

ପ୍ରକାଶ ଥାଉ, ଆଇପିଏଲ୍ 2024ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଲକ୍ଷ୍ନୌ ବୋଲରମାନଙ୍କୁ ନିର୍ଦ୍ଧୁମ ପ୍ରହାର କରି LSGକୁ ଶୋଚନୀୟ ଭାବେ ପରାସ୍ତ କରିଥିଲେ । ଏହି ଲଜ୍ଜାଜନକ ପରାଜୟ ପରେ ଗୋଏଙ୍କା ଅଧିନାୟକ ରାହୁଲଙ୍କ ଉପରେ ଖୁବ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଆଇପିଏଲ୍ ମ୍ୟାଚ୍ ପରେ ରାହୁଲଙ୍କ ସହ ଗୋଏଙ୍କାଙ୍କର ଆନିମେଟେଡ୍ ଚାଟ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅନେକେ ଭାବିଥିଲେ ଯେ ଏହାପରେ ଆଇପିଏଲ୍ 2025ରେ LSG ସହିତ ରାହୁଲ ରହିବେ ନାହିଁ ।

RCBକୁ ରାହୁଲ ଆସିବା ଚର୍ଚ୍ଚା :-

ଅନ୍ୟପଟେ କେଏଲ୍‌ ରାହୁଲ ନିଜ ପୂରୁଣା ଦଳ, ତଥା ସାଥି ଖେଳାଳି ବିରାଟ କୋହଲିଙ୍କ ଆର୍‌ସିବିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଅନେଚ ଚର୍ଚ୍ଚା ହେଉଛି । ୱିକେଟକିପର-ବ୍ୟାଟର ପୂର୍ବରୁ ଅନେକ ଥର ସ୍ବୀକାର କରିଛନ୍ତି ଯେ, ଆର୍‌ସିବି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଅନେକ ସମୟରେ ସେ ବିରାଟ କୋହଲିଙ୍କର ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ତେବେ ଆର୍‌ସିବି ବର୍ତ୍ତମାନର ଅଧିନାୟକ ଫାଫ୍‌ ଡୁପ୍ଲେସିସଙ୍କୁ ରିଲିଜ କରି ରାହୁଲଙ୍କୁ ଅଧିନାୟକ ମଧ୍ୟ କରିପାରେ ବୋଲି ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି । ତେବେ ଏହାର ସତ୍ୟତା ନେଇ କୌଣସି ସୂଚନା ନାହିଁ । ନିକଟରେ କୋଲକାତା ବ୍ୟାଟର ରିଙ୍କୁ ସିଂ ମଧ୍ୟ ଆର୍‌ସିବି ପାଇଁ ଖେଳିବାକୁ ଇଛା ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରୁ ଅବସର ଘୋଷଣା କଲେ ରାହୁଲ ! ସୋସିଆଲ ମିଡିଆରେ ପୋଷ୍ଟ କରି.. - KL Rahul Retirement Post Viral

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details