ଓଡିଶା

odisha

ବିସିସିଆଇ ଛାଡ଼ିବେ ଜୟ ଶାହ ! ଖୁବଶୀଘ୍ର ଆଇସିସି ଅଧ୍ୟକ୍ଷ ପଦ ପାଇଁ ଭରିବେ ନାମାଙ୍କନ - Jay Shah may become ICC Chairman

By ETV Bharat Sports Team

Published : Aug 21, 2024, 4:52 PM IST

JAY SHAH MAY BECOME ICC CHAIRMAN : ବିସିସିଆଇ ଛାଡ଼ି ଆଇସିସି ଆଡ଼େ ନଜର ପକାଇଛନ୍ତି ଜୟ ଶାହ । ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଭରିପାରନ୍ତି ଜୟ ଶାହ । ଅଧିକ ପଢ଼ନ୍ତୁ

ଜୟ ଶାହ
Jay Shah (IANS Photo)

ନୂଆଦିଲ୍ଲୀ : ବିସିସିଆଇ ସଚିବ ଜୟ ଶାହ ନିଜ କାର୍ଯ୍ୟକାଳ ମଧ୍ୟରେ କ୍ରିକେଟ ଜଗତର ଅନ୍ୟତମ ଶକ୍ତିଶାଳୀ ବ୍ୟକ୍ତି ଭାବରେ ନିଜକୁ ପରିଚିତ କରାଇପାରିଛନ୍ତି । କେବଳ ନିଜକୁ ନୁହେଁ, ଭାରତୀୟ କ୍ରିକେଟ ବୋର୍ଡକୁ ମଧ୍ୟ ଖେଳ ଜଗତର ସବୁଠାରୁ ଶକ୍ତିଶାଳୀ ବୋର୍ଡ ଭାବରେ ପରିଚିତ କରାଇପାରିଛନ୍ତି ଜୟ ଶାହ । ହେଲେ ଏବେ ଜୟ ଶାହ ବିସିସିଆଇ ଛାଡ଼ିବାର ସମ୍ଭାବନା ରହିଛି । ବିସିସିଆଇ ଛାଡ଼ି ବର୍ତ୍ତମାନ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଇସ୍ତଫା ଦେଇଛନ୍ତି ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ :-

'ଦି ଏଜ୍‌' ରିପୋର୍ଟ ଅନୁସାରେ ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ ଗଭର୍ଣ୍ଣିଂ ବଡି ଏବଂ ଏହାର ପ୍ରମୁଖ ପ୍ରସାରଣ ଅଧିକାରଧାରୀ 'ଷ୍ଟାର' ମଧ୍ୟରେ 4.46 ବିଲିୟନ ଡଲାର ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ନାମାଙ୍କନ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ଦୁଇ ଅଗ୍ରଣୀ ବୋର୍ଡ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରୁ ଜୟ ଶାହ ସମର୍ଥନ ହାସଲ କରିସାରିଛନ୍ତି ଏବଂ ଅନ୍ତତଃପକ୍ଷେ ତିନି ବର୍ଷ ପାଇଁ ସେ ଆଇସିସି ପରିଚାଳନା କରିବେ ବୋଲି ଆଶା କରାଯାଉଛି ।

ଏକାଧିକ ନାମାଙ୍କନ ପଡ଼ିଲେ ହେବ ନିର୍ବାଚନ :-

ଆଇସିସି ମୁଖପାତ୍ର 'ଦି ଏଜ୍‌'କୁ କହିଛନ୍ତି, "ଆଇସିସି ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ ବୋର୍ଡକୁ ନିଶ୍ଚିତ କରିଛନ୍ତି ଯେ ସେ ତୃତୀୟ ଥର ପାଇଁ ନିର୍ବାଚନ ଲଢିବେ ନାହିଁ ଏବଂ ନଭେମ୍ବର ଶେଷ ସୁଦ୍ଧା ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବ । ନଭେମ୍ବର 2020ରେ ବାର୍କଲେଙ୍କୁ ଆଇସିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାପରେ 2022ରେ ତାଙ୍କୁ ପୁଣିଥରେ ନିର୍ବାଚିତ କରାଯାଇଥିଲା । ବର୍ତ୍ତମାନ ଆଇସିସି ନିର୍ଦ୍ଦେଶକମାନଙ୍କୁ ଅଗଷ୍ଟ 27, 2024 ସୁଦ୍ଧା ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନିର୍ବାଚନ ପାଇଁ ନାମାଙ୍କନପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଭରନ୍ତି, ତେବେ ଏକ ନିର୍ବାଚନ ଅନୁଷ୍ଠିତ ହେବ । ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ 1 ଡିସେମ୍ବର 2024ରୁ ଆରମ୍ଭ ହେବ ।"

ଆଇସିସି ଅଧ୍ୟକ୍ଷ ପଦରେ ବସିବେ ତୃତୀୟ ଭାରତୀୟ !:

ପୂର୍ବରୁ କେବଳ 2 ଜଣ ଭାରତୀୟ ଜଗମୋହନ ଡାଲମିଆ (1997ରୁ 2000) ଏବଂ ଶରଦ ପାୱାର (2010–2012) ଅତୀତରେ ଆଇସିସି ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ବିସିସିଆଇର ସାଧାରଣ ସମ୍ପାଦକ ଭାବରେ ଶାହଙ୍କ କାର୍ଯ୍ୟକାଳ 2025ରେ ଶେଷ ହେବ । ଯାହା ପୂର୍ବରୁ ସେ ଏହି ପଦ ଛାଡ଼ି ଆଇସିସି ନିର୍ବାଚନ ଲଢ଼ିବାକୁ ଯାଇପାରନ୍ତି । ଯେକୌଣସି ବ୍ୟକ୍ତି ଆଇସିସି ସଭାପତି ଭାବରେ ନିର୍ବାଚିତ ହେବା ପାଇଁ ସେହି ବ୍ୟକ୍ତିଙ୍କୁ 16ରୁ ଅତି କମରେ 9ଟି ଭୋଟ୍ ପାଇବା ଆବଶ୍ୟକ, ଯାହା ପ୍ରାୟ 51% ସହିତ ସମାନ ।

ଏହା ମଧ୍ୟ ପଢ଼ନ୍ତୁ...'ମୋ କ୍ୟାରିୟରରେ ଏମିତି ମାଡ଼ ଦେଖିନି'; କୋହଲିଙ୍କ ଏହି ପାଳି ଶାହୀନ ଆଫ୍ରିଦିଙ୍କର ଫେଭରେଟ - Shaheen Afridi on Virat Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details