ETV Bharat / sports

2024 କ୍ରୀଡ଼ାରେ ଚମକିଲା ଭାରତ: T20 ବିଶ୍ବକପ ଟାଇଟଲ, ଅଲିମ୍ପିକ୍ସ ହକି ବ୍ରୋଞ୍ଜ, ଗ୍ରାଣ୍ଡମାଷ୍ଟର ଗୁଗେସଙ୍କ ରେକର୍ଡ - SPORTS YEARENDER

୨୦୨୪ରେ କ୍ରୀଡ଼ା କ୍ଷେତ୍ରରେ ଭାରତ ହାତରେ ବଡ ଉପଲବ୍ଧି । 17 ବର୍ଷ ପରେ T 20 ବିଶ୍ବକପ ଟାଇଟଲ । ସର୍ବକନିଷ୍ଠ ବିଶ୍ବ ଚେସ ଚାମ୍ପିୟନ ବନିଲେ ଗୁକେଶ ।

YEARENDER 2024
YEARENDER 2024 (ETV BHARAT ODISHA)
author img

By ETV Bharat Odisha Team

Published : Dec 19, 2024, 12:53 PM IST

ହାଇଦ୍ରାବାଦ: ବିଦାୟୀ ବର୍ଷ 2024 । ବର୍ଷ ତ ସରୁଛି, କିନ୍ତୁ ବିଦାୟୀ ବର୍ଷର ସ୍ମୃତି ଅଭୁଲା ହୋଇ ରହିଛି ଓ ରହିବ । ଚଳିତ ବର୍ଷ କ୍ରୀଡାଜଗତକୁ ମିଳିଛି ଅନେକ ସଫଳତା । କ୍ରିକେଟଠାରୁ ଆରମ୍ଭ କରି ହକି ଓ ଚେସରେ ବିଶ୍ବରେ ନା ଅର୍ଜନ କରିଛି ଭାରତ । ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚମକିଥିଲେ ଭାରତୀୟ କ୍ରୀଡାବିତ । କିଏ ନୂଆ ରେକର୍ଡ କରିଥିଲା ତ ଆଉ କିଏ ରେକର୍ଡ ଦୋହରାଇଥିଲା । ପୁଣି କିଏ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବିଶ୍ବ ବିଜେତା ହୋଇଥିଲା । ଆସନ୍ତୁ ନଜର ପକାଇବା ୨୦୨୪ ବର୍ଷରେ କ୍ରୀଡା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି ।

ଦ୍ବିତୀୟ ଥର T-20 ବିଶ୍ବକପ ଟାଇଟଲ ହାତେଇଲା ଭାରତ:

2024 ଜୁଲ 28 ତାରିଖ । ଏହି ଦିନଟିକୁ 140 କୋଟି ଭାରତୀୟଙ୍କ ପାଇଁ ଅଭୂଲା ସ୍ମୃତି । କାହିଁକିନା ଦୀର୍ଘ 17 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମାଙ୍କ ନେତୃତ୍ବରେ T-20 ବିଶ୍ବକପ ହାତେଇଥିଲା ଟିମ୍‌ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ହରାଇ ଭାରତ ହାତେଇଲା ବିଶ୍ୱକପ୍ ଟ୍ରଫି । ଦିନିକିଆ ବିଶ୍ବକପ ହାରିବାର ଭୋକକୁ ମେଣ୍ଟାଇଥିଲା ଟି ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଓ ସୂର୍ଯ୍ୟକୁମାରଙ୍କ କ୍ୟାଚ ବିପକ୍ଷ ଦଳଠାରୁ ଛଡାଇ ଆଣିଥିଲା କପ । ପ୍ରଥମ ଦଳ ଭାବେ କୌଣସି ମ୍ୟାଚରେ ନ ହାରି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଶେଷ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଟ୍ରଫି ଜିତି ଇତିହାସ ରଚିତିଲା ଟିମ ଇଣ୍ଡିଆ ।

ଟି20 ବିଶ୍ବକପ ଟାଇଟଲ ହାତେଇଥିଲା ଭାରତ
ଟି20 ବିଶ୍ବକପ ଟାଇଟଲ ହାତେଇଥିଲା ଭାରତ (ETV BHARAT ODISHA)

ସର୍ବକନିଷ୍ଠ ଚେସ ଚାମ୍ପିୟନ ଗୁକେଶ:

ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ... ଏହି ନାମ ଏବେ ସାରା ବିଶ୍ବରେ ଚର୍ଚ୍ଚାରେ । କାହିଁକିନା ସର୍ବକନିଷ୍ଠ ଭାବେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପ ଟାଇଟଲ ହାତେଇଛନ୍ତି ଏହି 18 ବର୍ଷୀୟ ଭାରତୀୟ ଚେସ ତାରକା । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି । ଡିସେମ୍ବର 12ରେ ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁକେଶ ୧୪ତମ ତଥା ଶେଷ ସମୟରେ 7.5 ପଏଣ୍ଟ ହାସଲ କରି ଚୀନର ଲିରେନଙ୍କୁ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଥିଲେ । ସଠିକ ଗୋଟି ଚାଳନା ଗୁକେଶଙ୍କୁ ସାରା ବିଶ୍ବରେ ଏବେ ନୂଆ ପରିଚୟ ଦେଇଛି ।

ଡୋମାରାଜୁ ଗୁକେଶ
ଡୋମାରାଜୁ ଗୁକେଶ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ - YEARENDER 2024

ଏହା ମଧ୍ୟ ପଢନ୍ତୁ-ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍‌ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ - YEARENDER 2024

ଚେସ୍‌ ଅଲିମ୍ପିଆଡ୍‌ରେ ଭାରତକୁ ୨ ସ୍ବର୍ଣ୍ଣ:

ଚେସ୍‌ ଅଲିମ୍ପିଆଡ୍‌
ଚେସ୍‌ ଅଲିମ୍ପିଆଡ୍‌ (ETV BHARAT ODISHA)

ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ 45ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ଦୁଇଟି ବିଭାଗରେ ଭାରତୀୟ ଦଳକୁ ମିଲିଥିଲା ୨ଟି ସ୍ବର୍ଣ୍ଣ । 2014 ଏବଂ 2022ରେ ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତ କୋରୋନା ମହାମାରୀ ସମୟରେ ଆୟୋଜିତ 2020 ଅନଲାଇନ୍ ଅଲିମ୍ପିଆଡ଼ରେ ଋଷ ସହିତ ମିଳିତ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହାପରେ ଚେସ୍‌ ଅଲିମ୍ପିଆଡର 90 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏଥର ଏକାକୀ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଉଭୟ ପୁରୁଷ ଓ ମହିଳା ଦଳ ଏହି ଇତିହାସ ରଚି ସ୍ବର୍ଣ୍ଣ ପଦକ ଦେଶକୁ ଆଣିଥିଲେ । ଭାରତୀୟ ପୁରୁଷ ଦଳରେ ଥିଲେ ଡି ଗୁକେଶ, ପ୍ରଜ୍ଞାନ ନନ୍ଦା, ବିଦିତ ଗୁଜରାଠୀ, ଅର୍ଜୁନ, ପି.ହରିକ୍ରିଷ୍ଣା । ସେହିପରି ମହିଳା ଦଳରେ ଥିଲେ ଆର ବୈଶାଳୀ, ଆଅଏମ ଦିବ୍ୟା ଦେଶମୁଖ, ଜିଏମ ହାରିକା ଡ୍ରୋନାଭାଲି, ତାନିଆ ଓ ବନ୍ତିକା ଅଗ୍ରଓ୍ବାଲ ।

ଏହା ମଧ୍ୟ ପଢ଼ନ୍ତୁ-

2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ - YEARENDER 2024

ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ:

ମନୁ ଭାକର
ମନୁ ଭାକର (ETV BHARAT ODISHA)

ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ-୨୦୨୪ । ଭାରତର ପ୍ରଦର୍ଶନ ଏତେ ଭଲ ନଥିଲା । ସ୍ବର୍ଣ୍ଣ ପଦକ ହାସଲ କରିବାରେ କୌଣସି ବି ଖେଳାଳି ସଫଳ ହୋଇପାରି ନଥିଲେ । ଗୋଟିଏ ରୌପ୍ୟ ସହ 5ଟି ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିଛି କ୍ରୀଡାବିତ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ଭାରତୀୟ ଶୁଟର ମନୁ ଭାକର ଅଲିମ୍ପିକ୍ସରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ ମନୁ । ଏଥି ସହ ଭାରତକୁ ପ୍ରଥମ ପଦକ ମଧ୍ୟ ସେ ଭେଟି ଦେଇଥିଲେ । 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ସର୍ବକନିଷ୍ଠ ପଦକ ବିଜେତା ଅମନ:

ଅମନ ସେରାଓ୍ବାତ
ଅମନ ସେରାଓ୍ବାତ (ETV BHARAT ODISHA)

ଅଲିମ୍ପିକ୍ସରେ ଭାରତକୁ ମିଳିଲା ଷଷ୍ଠ ପଦକ । କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ କୁସ୍ତି ଯୋଦ୍ଧା ଅମନ ସେରାଓ୍ବାତ । ପ୍ରଥମ ଥର ଅଲିମ୍ପିକ୍ସରେ ଡେବ୍ୟୁ କରି ଦେଶକୁ ପଦକ ଭେଟି ଦେଇ ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସେ ସର୍ବକନିଷ୍ଠ ହୋଇଥିଲେ । ପୁରୁଷ ଫ୍ରି ଷ୍ଟାଇଲ 57 କେଜି ବର୍ଗରେ ସେ ପୁଏରଟୋରିକୋର ଡାରିଆନ କ୍ରୁଜଙ୍କୁ 13-5ରେ ପରାସ୍ତ କରି ମେଡାଲ ହାସଲ କରିଥିଲେ ।

କାଂସ୍ୟ ପଦକ ହାତେଇଲା ପୁରୁଷ ହକି ଦଳ:

ଭାରତୀୟ ହକି ଦଳ
ଭାରତୀୟ ହକି ଦଳ (ETV BHARAT ODISHA)

ପ୍ୟାରିସ ଅଲିମ୍ପିକ୍ସରେ ଚମକିଥିଲା ଭାରତୀୟ ହକି ଦଳ । ସ୍ବର୍ଣ୍ଣ, ରୌପ୍ୟ ନ ହେଲା ନାହିଁ, ପୁଣି ଥରେ ବ୍ରୋଞ୍ଜ ପଦକ ଜିତିଥିଲା ପୁରୁଷ ହକି ଦଳ । ସ୍ପେନକୁ 2-1ରେ ହରାଇ 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିବାର ଗୌରବ ଅର୍ଜନ କରିଥିଲା ଭାରତ । ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ଯାକ ଗୋଲ ଦେଇଥିଲେ ଅଧିନାୟକ ହରମନପ୍ରୀତ ସିଂ । ସେ ମ୍ୟାଚର 30 ମିନିଟ ଏବଂ 33 ମିନିଟରେ ଦୁଇଟି ଗୋଲ ଦେଇଥିଲେ । ଦୁଇଟି ଯାକ ଗୋଲ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଏହି ପଦକ ସହିତ ଭାରତ ଚଳିତ ଅଲିମ୍ପିକ୍ସରେ 4ର୍ଥ କାଂସ୍ୟ ପଦକ ହାସଲ କରିଥିଲା ।

ପ୍ୟାରିସ ପାରାଲିମ୍ପିକ୍ସରେ ରେକର୍ଡ ପଦକ:

ପ୍ୟାରିସ୍‌ ପାରାଲିମ୍ପିକ୍ସ
ପ୍ୟାରିସ୍‌ ପାରାଲିମ୍ପିକ୍ସ (ETV BHARAT ODISHA)

ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ପାରା-ଆଥଲେଟ୍‌ମାନେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ରେକର୍ଡ କାରି ଚାଲିଥିଲେ । ଟୋକିଓ ପାରାଲିମ୍ପିକ୍ସ 2020ରେ ଭାରତ 19 ପଦକ ପାଇଥିବାବେଳେ ପ୍ୟାରିସରୁ ଦେଶକୁ ଆସିଥିଲା 29 ପଦକ । ଏହାଥିଲା ଭାରତର ସର୍ବକାଳୀନ ରେକର୍ଡ । ଶ୍ରେଷ୍ଠ 20 ଦେଶ ମଧ୍ୟରେ ଭାରତ ଥିଲା 18 ନମ୍ବର ସ୍ଥାନରେ । ଏଥିରେ 7ଟି ସ୍ବର୍ଣ୍ଣ, 9ଟି ରୌପ୍ୟ ଓ 13ଟି ବ୍ରୋଞ୍ଜ ମେଡାଲ ରହିଛି । ଆର୍ଚେରିରେ ହରବିନ୍ଦର, ବ୍ୟାଡମିଣ୍ଟନରେ ନୀତେଶ କୁମାର, ଆଥଲେଟିକ୍ସରେ ସୁମିତ ଧରମବୀର , ପ୍ରବୀଣ ଓ ନବଦୀପ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଏସୀୟ ଚାମ୍ପିୟନ ହେଲା ପୁରୁଷ ହକି ଦଳ:

ଅଲିମ୍ପିକ୍ସ ପରେ ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିରେ ଚୀନକୁ 1-0 ଗୋଲରେ ମାତ ଦେଇ କ୍ରମାଗତ ଦ୍ବିତୀୟ ଥର ପାଇଁ ଟାଇଟଲ ହାତେଇଥିଲା ଟିମ୍‌ ଇଣ୍ଡିଆ । ଚାଇନାର ହୁଲୁନବୁଇରସ୍ଥିତ ମୋକି ହକି ଟ୍ରେନିଂ ବେସଠାରେ ଭାରତୀୟ ପୁରୁଷ ହକି ଦଳ ଏବଂ ଚୀନ୍ ମଧ୍ୟରେ ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଚୀନକୁ 1-0ରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଏହି ଟ୍ରଫିକୁ କବଜା କରିଥିଲା ଭାରତ ।

ତୃତୀୟ IPL ଟ୍ରଫି ହାତେଇଲା KKR:

IPL 2024
IPL 2024 (ETV BHARAT ODISHA)

ଚଳିତ ବର୍ଷ ଖେଳାଯାଇଥିଲା ଆଇପିଏଲ୍‌ ସିଜିନ 17ରରେ ଚମ୍ପିଆନ୍‌ ହୋଇଥିଲା କୋଲକାତା ନାଇଟ୍‌ ରାଇଡର୍ସ । ଫାଇନାଲ ମ୍ୟାଚରେ ସନ୍‌ରାଇଜର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍‌ ହୋଇଥିଲା କୋଲକାତା । ଘାତକ ବୋଲିଂ ଓ ଧୂଆଁଧାର ବ୍ୟାଟିଂ କରି ବିପକ୍ଷ ଦଳକୁ ଧୂଳି ଚଟାଇ କେବଳ 10.3 ଓଭରରେ ବିଜୟ ହାସଲ କରିଥିଲା ଶ୍ରେୟସ ଆୟରଙ୍କ କେକେଆର୍‌ ଟିମ୍‌ ।

ICC ସର୍ବକନିଷ୍ଠ ଅଧ୍ୟକ୍ଷ ଜୟ ଶାହ :

ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ଜୟ ଶାହ
ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ଜୟ ଶାହ (ETV BHARAT ODISHA)

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଜୟ ଶାହଙ୍କ ପରିଚୟ ବଦଳିଯାଇଛି । ଏବେ ସେ ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନୂଆ ଅଧ୍ୟକ୍ଷ ହେଲେ ଜୟ ଶାହ । ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିସିସିଆଇର ପୂର୍ବତନ ସଚିବ ଜୟ ଶାହ । ଶରଦ ପାୱାର, ଜଗମୋହନ ଡାଲମିଆ, ଶଶାଙ୍କ ମନୋହର ଏବଂ ଏନ ଶ୍ରୀନିବାସନଙ୍କ ଭଳି ଭାରତୀୟ ପୂର୍ବରୁ ଆଇସିସିର ନେତୃତ୍ୱ ନେଇଥିଲେ । ବର୍ତ୍ତମାନ 35 ବର୍ଷୀୟ ଜୟ ଶାହା ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.