ହାଇଦ୍ରାବାଦ: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଏନ ବିରେନ ସିଂଙ୍କ ଇସ୍ତଫା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଯାହାଙ୍କୁ ପୂର୍ବରୁ କେନ୍ଦ୍ର ସୁରକ୍ଷା ଯୋଗାଇ ଆସିଥିଲା । କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ଚର୍ଚ୍ଚା ମଧ୍ୟରେ ସେ ଇସ୍ତଫା ଦେଇଥିଲେ । ଫେବୃଆରୀ ୯ ତାରିଖରେ ନିଜ ପଦରୁ ଏନ ବିରେନ ସିଂ ଇସ୍ତଫା ଦେଇଥିଲେ । ଏହା ଥିଲା ପ୍ରଥମ ଅଧ୍ୟାୟ, ଦ୍ବିତୀୟ ଅଧ୍ୟାୟ ଆରମ୍ଭ ହେଲା ଫେବୃଆରୀ ୧୩ ତାରିଖରେ ଯେବେ ମଣିପୁରରେ ଲାଗୁ କରାଗଲା ରାଷ୍ଟ୍ରପତି ଶାସନ ।
ମଣିପୁରରେ ରାଷ୍ଟ୍ରପତି ଶାସନ:
"ମୁଁ ଦ୍ରୌପଦୀ ମୁର୍ମୁ, ଭାରତର ରାଷ୍ଟ୍ରପତି । ମୁଁ ମଣିପୁର ରାଜ୍ୟପାଳଙ୍କ ଠାରୁ ଏକ ରିପୋର୍ଟ ଗ୍ରହଣ କରିଛି । ମୁଁ ସନ୍ତୁଷ୍ଟ ଯେ, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କ୍ଷମତା ନିଜ ହାତରେ ନରଖି ହସ୍ତାନ୍ତର କରିଛନ୍ତି " ଏପରି କିଛି ଏକ ଅଫିସିଆଲ ନୋଟିଫିକେସନରେ ଉଲ୍ଲେଖ ରହିଛି । ୩ ମେ ୨୦୨୩ ରେ ହିଂସା ଅପ୍ରତ୍ୟାଶିତ ଉତ୍ତେଜନା ଆଡକୁ ଗତି କରିଥିଲା । ଯାହାକି ଥମିବାର ନାଁ ନେଉନଥିବାରୁ ବୀରେନ ସିଂଙ୍କ ପଦଚ୍ୟୁତି ଖୁବଶୀଘ୍ର ହେବ ବୋଲି ମନେ ହେଉଥିଲା । ସ୍ଥିତି କିଛି ଏପରି ଥିଲା ଯେ, କୁକି ସମ୍ପ୍ରଦାୟମାନେ ଇମ୍ଫାଲ-ବେଲ୍ଟ ଆସିପାରିବେ ନାହିଁ ଯେଉଁଠାରେ ମୈତେଇମାନଙ୍କ ପ୍ରାଧାନ୍ୟ ରହିଛି । ସେହିପରି ହିନ୍ଦୁ ମଣିପୁରୀ (ମୈତେଇ)ମାନେ ଚୁରାଚାନ୍ଦପୁରର ପାହାଡ଼ିଆ ଅଞ୍ଚଳକୁ ଯାଇପାରିବେ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ନିଜର ଦୂରଦୃଷ୍ଟି ବଳରେ ଏସବୁକୁ ମାତ୍ ଦେଇ ରାଜ୍ୟରେ ହିଂସାର ସମାଧାନ କରିବେ ବୋଲି ଏନ ବିରେନ ସିଂଙ୍କଠାରୁ ଯଦିଓ ଆଶା କରାଯାଉଥିଲା, ହେଲେ ସ୍ଥିତି ମୁକାବିଲା କରିବାରେ ସେ ଫେଲ ମାରିଥିଲେ ।
ରାଜନୈତିକ ଶୂନ୍ୟସ୍ଥାନ:
ଅପରପକ୍ଷେ ବୀରେନ ସିଂ କ୍ଷମତାରୁ ହଟିବା ଏକ ବଡ଼ ରାଜନୈତିକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଏବଂ ଉତ୍ତର ଖୋଜିବା ପାଇଁ କିଛି ପ୍ରଶ୍ନ ମଧ୍ୟ ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ହାଇକମାଣ୍ଡଙ୍କ ଆଶୀର୍ବାଦପ୍ରାପ୍ତ ବୀରେନ ସିଂ ମୈତେଇମାନଙ୍କ ପାଇଁ ଚାମ୍ପିୟନ ଭାବେ ଉଭା ହେବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କର ଏହି ପ୍ଲାନ ବୁମରାଂ ସାବ୍ୟସ୍ତ ହେଲା । ୨୦୧୭ ମସିହାରେ କଂଗ୍ରେସର ବରିଷ୍ଠ ନେତା ଓକ୍ରାମ ଇବୋବି ସିଂହଙ୍କୁ ପଦରୁ ବହିଷ୍କାର କରାଯିବା ପରେ, ଅନେକ ଭାବିଥିଲେ ଯେ ବୀରେନ ସେହି ପଦବୀର ଉତ୍ତରାଧିକାରୀ ହେବେ । କିଛି ସମୟ ପାଇଁ, ଏହା ଜଣାପଡୁଥିଲା ଯେ ବିରେନ ଏହା କରିପାରିଥିଲେ ।
'ବୀରେନ ଅଧିକ ସ୍ପଷ୍ଟବାଦୀ'
"ବୀରେନ ସିଂହଙ୍କର ଏକ ଖରାପ ଅଭ୍ୟାସ ବୋଲି କହିପାରିବା ଯେ ସେ ଅତ୍ୟଧିକ ସ୍ପଷ୍ଟବାଦୀ...ସେ ମୈତେଇ ମାନଙ୍କୁ ଦୋଷ ଦେବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ, ସେ ବିଦେଶୀ ପ୍ରବାସୀମାନଙ୍କୁ ବି ଦୋଷ ଦେଇଥିଲେ । ଏସବୁ ତାଙ୍କ ନିଜର ବିଫଳତାକୁ ଘୋଡାଇବା ପାଇଁ ଥିଲା " ବୋଲି ଇମ୍ଫାଲର ଜଣେ ସ୍ଥାନୀୟ ସମୀକ୍ଷକ କହିଛନ୍ତି । ଏହି ସାମ୍ବାଦିକ ଜଣକ ଗଣତନ୍ତ୍ର ଦିବସ ସମୟରେ ମଣିପୁରର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ । ସେହି ସମୟରେ ଇମ୍ଫାଲ ବଜାରରେ ସବୁକିଛି ସ୍ବାଭାବିକ ଥିଲେ। ମୁଁ ଜଣେ ମହିଳା ଉଦ୍ୟୋଗୀ ମେଇମା ଲଇସରାମଙ୍କୁ ଭେଟିଥିଲି । ସେମାନଙ୍କ ମଧ୍ୟରୁ ଜଣେ କୃତ୍ରିମ ଅଳଙ୍କାର ବ୍ୟବସାୟ କରୁଥିଲେ । ଆଲୋଚନାବେଳେ ଏଭଳି ପରିସ୍ଥିତି ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ସେ ଯାହା କହିଥିଲେ ତାହା ରାଜନୈତିକ ଭାବରେ ଗୁରୁତ୍ବପୂର୍ଣ୍ଣ ଥିଲା । ମେଇମା ଲଇସରାମ କହିଥିଲେ, "କଂଗ୍ରେସ ଏବଂ ବିଜେପି ଉଭୟ ଦଳ ବିଫଳ ହୋଇଛନ୍ତି.... ମୁଁ ଜଣେ ପୁରୁଣା କମ୍ୟୁନିଷ୍ଟ, ମୁଁ ସିପିଆଇକୁ ସମର୍ଥନ କରେ। ମୋ ଦଳ ମଣିପୁରରେ ଅଧିକ ପରିଶ୍ରମ କରିବା ଉଚିତ।"
ଏହା ବି ପଢନ୍ତୁ...ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ
ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା
ରାଜ୍ୟପାଳଙ୍କ ଉପରେ ଅଧିକ ଆଶା:
ଇମ୍ଫାଲରେ, ପ୍ରଭାବ ବିସ୍ତାର କରିଥିବା ମୈତେଇମାନେ ଅନୁଭବ କଲେ ଯେ ଦୁଇଟି ପ୍ରମୁଖ ପ୍ରସଙ୍ଗ ଗଭୀର ଚିନ୍ତାର ବିଷୟ। ଗୋଟିଏ ହେଉଛି - 'କଙ୍ଗାରୁ କୋର୍ଟ' ସ୍ଥାପନ କରିବା ଏବଂ ଅନ୍ୟଟି ହେଲା ନିଜ ଶୈଳୀରେ ନ୍ୟାୟ ପ୍ରଦାନ କରିବା । ପୂର୍ବତନ କଂଗ୍ରେସ ନେତା ବୀରେନ ସିଂହ ୨୦୧୭ ମସିହାରେ ରାଜ୍ୟ ରାଜନୀତିରେ ବିଜେପିର ମୁଖ୍ୟମନ୍ତ୍ରୀ ଭାବରେ ଆସିଥିଲେ। ସେ ତାଙ୍କ ଦଳ ଏବଂ ନାଗାମାନଙ୍କ ମେଣ୍ଟ NPFର ସମର୍ଥନ ପାଇଥିଲେ । କିଛି ସମୟ ପାଇଁ ସେ ମୈତେଇ ଲୋକଙ୍କ ବିଶ୍ବାସ ଜିତିଥିଲେ । ରାଜ୍ୟ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିଲା ଏବଂ ଅନୁମାନ କରାଯାଉଥିଲା ଯେ ନରେନ୍ଦ୍ର ମୋଦିଙ୍କ ଡବଲ-ଇଞ୍ଜିନ ସରକାର ଭଲ କରିବ । କିନ୍ତୁ ୨୦୨୩ରେ ଉପୁଜିଥିବା ହିଂସା ସବୁକିଛି ବଦଳାଇ ଦେଇଥିଲା। ମିଜୋରାମରେ ୨୦୨୩ ବିଧାନସଭା ନିର୍ବାଚନରେ, ମୋଦି ନିଜକୁ ଦୂରରେ ରଖିଥିଲେ କାରଣ ରିପୋର୍ଟ ଅନୁଯାୟୀ କୁକିମାନଙ୍କ ସହିତ ଜାତିଗତ ସମ୍ପର୍କ ରଖୁଥିବା ମିଜୋମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ କରିବେ। ୨୦୨୪ ମସିହାରେ, ବିଜେପି ଏବଂ ଏହାର ଆଞ୍ଚଳିକ ସହଯୋଗୀ NPF, NDPP ଏବଂ MPP ମଣିପୁର, ନାଗାଲାଣ୍ଡ ଏବଂ ମେଘାଳୟରେ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିନଥିଲେ । ବୀରେନ ସିଂହଙ୍କୁ ବଦଳାଇବା ମୋଦିଙ୍କ ପାଇଁ ଜରୁରୀ ହୋଇଗଲା। ଆଉ ଶେଷରେ ସେହିପରି ହେଲା। ବର୍ତ୍ତମାନ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କଠାରୁ ଯଥେଷ୍ଟ ଆଶା ରହିଛି ।
ଏହା ଲେଖକଙ୍କ ନିଜସ୍ବ ମତ...