ETV Bharat / sports

ବ୍ରିସବେନ ଟେଷ୍ଟ ଚତୁର୍ଥ ଦିନ: ବାଧକ ସାଜିଲା ବର୍ଷା, 193 ରନରେ ପଛୁଆ ଭାରତ - BORDER GAVASKAR TROPHY

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ଚତୁର୍ଥ ଦିନ ଭାରତ ପାଇଁ ବେଶ ସଂଘର୍ଷମୟ ଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା 9 ଓ୍ବିକେଟ ହରାଇ 252 କରିଛି ଟିମ୍‌ ଇଣ୍ଡିଆ ।

AP
AP (India vs Australia)
author img

By ETV Bharat Odisha Team

Published : Dec 17, 2024, 2:23 PM IST

ହାଇଦ୍ରାବାଦ: ବ୍ରିସବେନ ଗାବାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା 9 ଓ୍ବିକେଟ ହରାଇ 252 କରିଛି ଟିମ୍‌ ଇଣ୍ଡିଆ । ଲଢୁଆ ବ୍ୟାଟିଂ କରିବି ଶତକରୁ ବଞ୍ଚିତ ହେଲେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା । ଅଷ୍ଟ୍ରେଲିଆ ଠାରୁ 193 ରନରେ ପଛରେ ରହିଛି ଭାରତ । ଯଶପ୍ରୀତ ବୁମରା (10) ଓ ଆକାଶ ଦୀପ (27) ଅପରାଜିତ ରହିଥିବା ବେଳେ ଆସନ୍ତାକାଲି ପଞ୍ଚମ ଦିନର ମ୍ୟାଚ ଆରମ୍ଭ କରିବେ । ଉଭୟ ଦଳ ପାଇଁ ସଙ୍କଟ ମୋଚକ ସାଜି ପାରନ୍ତି ବୋଲି ଆଶା କରାଯାଉଛି ।

କେମିତି ରହିଥିଲା ଚତୁର୍ଥ ଦିନ ?

ମ୍ୟାଚରେ ଚତୁର୍ଥ ଦିନରେ ମଧ୍ୟ ବାରମ୍ବାର ବର୍ଷା ହୋଇଥିଲା । ଫଳରେ ବାରମ୍ବାର ଖେଳ ମଝିରେ ମ୍ୟାଚ ଅଟକୁଥିଲା । ବର୍ଷା ପରେ ପୁଣି ଥରେ ଖେଳ ଆରମ୍ଭ ହେଉଥିଲା । ତୃତୀୟ ଦିନରେ 51 ରନରେ 4 ଓ୍ବିକେଟ ହରାଇଥିଲା ଭାରତ । ଚତୁର୍ଥ ଦିନରେ ରୋହିତ ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ । କିନ୍ତୁ ବେଶି ସମୟ ପଡିଆରେ ରୋହିତଙ୍କୁ ରହିବାକୁ ଦେଇନଥିଲେ କଙ୍ଗାରୁ ବ୍ୟାଟର । ମାତ୍ର 10 ରନ କରି ପ୍ୟାଟ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ ରୋହିତ । ଦଳୀୟ ସ୍କୋର 74 ହୋଇଥିବା ବେଳେ ପଞ୍ଚମ ଓ୍ବିକେଟ ହରାଇ ସଙ୍କଟ ଜନକ ସ୍ଥିତିରେ ଗତି କରୁଥିଲା ମେନ ଇନ ବ୍ଲୁ । କିନ୍ତୁ ପୁରା ଧୌର୍ଯ୍ୟର ସହ ବ୍ୟାଟିଂ କରିଥିଲେ ରାହୁଲ ।

ଏହା ମଧ୍ୟ ପଢନ୍ତୁ-ବ୍ରିସବେନ ଟେଷ୍ଟ: ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ, ବର୍ଷା ସାଜିଲା ବାଧକ - AUSTRALIA VS INDIA

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟର ପରାଜୟ ପାଇଁ ଦାୟୀ କିଏ ? ବଡ କାରଣ କହିଲେ ରୋହିତ

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ

ଜାଡେଜା ଓ ରାହୁଲଙ୍କ ପାଟନର ସିପରେ 50 ରନ ହୋଇଥିଲା । ଦଳୀୟ ରନ 141 ହୋଇଥିବା ବେଳେ କେଏଲ ରାହୁଲ 84 ରନ କରି ସ୍ମିଥଙ୍କ ବଲରେ ଆଉଟ ହୋଇଥିଲେ । ପରେ ନୀତିଶ ବ୍ୟାଟିଂ କରିବାକୁ ଆସି 16 ରନରେ କରି ପାଭିଲିୟନକୁ ଫେରିଯାଇଥିଲେ । ମହମ୍ମଦ ସିରାଜ ବ୍ୟାଟିଂ କରିବାକୁ ଆସି 1 ରନରେ ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜା ଜଗି ରଖି ବ୍ୟାଟିଂ କରି ଦଳୀୟ ସ୍କୋର 213ରେ ପହଞ୍ଚାଇବା ପରେ 77 ରନ କରି ପାଭିଲିୟନକୁ ଫେରିଥିଲେ । ଶେଷରେ ବୁମରା ଓ ଆକାଶ ଦୀନ ବ୍ୟାଟିଂ କରିଛନ୍ତି । ଉଭୟ ଅପରାଜିତ ରହିଥିବା ବେଳେ ଆସନ୍ତାକାଲି ଖେଳିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.