ETV Bharat / sports

ବ୍ରିସବେନ ଟେଷ୍ଟ: ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ, ବର୍ଷା ସାଜିଲା ବାଧକ - AUSTRALIA VS INDIA

ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଦ ଗାବା ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ । ଟସ୍ ହାରି ଘରୋଇ ଦଳର ବ୍ୟାଟିଂ ।

ind vs aus
ind vs aus (AP Photo)
author img

By ETV Bharat Odisha Team

Published : Dec 14, 2024, 6:30 AM IST

Updated : Dec 14, 2024, 9:53 AM IST

ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ। ବ୍ରିସବେନର ଦ ଗାବା ଗ୍ରାଉଣ୍ଡରେ ସକାଳ 5ଟା 30ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳ ଆରମ୍ଭ ହୋଇଯାଇଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ । ଫଳରେ ବ୍ୟାଟିଂ କରୁଛି ଗଙ୍ଗାରୁ ଦଳ । ରୋହିତ ସେନାର ଏକଦାଶରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆକାଶ ଦୀପ ଓ ରବିନ୍ଦ୍ର ଜାଡେଜା ଏକଦାଶକୁ ଫେରିଛନ୍ତି । ପୂର୍ବରୁ ଦୁଇଟି ମ୍ୟାଚ ଶେଷ ହୋଇଥିବା ବେଳେ 1-1ରେ ସିରିଜ ବରାବର ରହିଛି । ତେଣୁ ଦୁଇ ଦଳ ଏହି ମ୍ୟାଚ ଜିତିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଭାରତ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ , ନଚେତ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବାର ଆଶା ମଉଳିବା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟର ପରାଜୟ ପାଇଁ ଦାୟୀ କିଏ ? ବଡ କାରଣ କହିଲେ ରୋହିତ

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ

ବର୍ଷା ଯୋଗୁଁ ବିଳମ୍ବ:

13.2 ଓଭରରେ କୌଣସି ଗୋଟିଏ ଓ୍ବିକେଟ ନହରାଇ ଅଷ୍ଟ୍ରେଲିଆ 28 ରନ କରିଛି । ଖେଳ ମଝିରେ ବର୍ଷା ହେବାରୁ ମ୍ୟାଚ ଏବେ ବନ୍ଦ ରହିଛି । ତୃତୀୟ ଟେଷ୍ଟରେ ଭାରତକୁ ଯେମିତି ହେଲେ ବିଜୟୀ ହେବାକୁ ପଡିବ । ନଚେତ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ଭାରତ ପାଇଁ ମୁସକିଲ ହୋଇପଡିବ । କାହିଁକିନା ଦ୍ବିତୀୟ ଟେଷ୍ଟରେ ହାରିଯିବା ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲରେ ଭାରତ ତୃତୀୟ ସ୍ଥାନକୁ ଖସି ଆସିଛି । ତେଣୁ ଯେମିତି ବି ହେଉ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ବାକି 3ଟି ମ୍ୟାଚ ଜିତିବାକୁ ପଡିବ ।

ରୋହିତଙ୍କ ରଣନୀତି ପରିବର୍ତ୍ତନ:

ଆଜିର ମ୍ୟାଚ ପାଇଁ ଭାରତ ତାର ରଣନୀତି ପରିବର୍ତ୍ତନ କରିଛି । ପୂର୍ବ 2ଟି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ତୃତୀୟ ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି । ସେହିପରି ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । 2 ଜଣ ଫାଷ୍ଟ ବୋଲର ଓ ସ୍ପିନରେ ପରିବର୍ତ୍ତନ କରାଯାଇଛି । ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ଓ ଫାଷ୍ଟ ବୋଲର ହର୍ଷିତ ରଣାଙ୍କ ବଦଳରେ ଦଳରେ ରବିନ୍ଦ୍ର ଜାଡେଜା ଓ ଆକାଶ ଦୀପଙ୍କୁ ଦଳରେ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2024, 9:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.