ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫ ଦିନିଆ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତ - CM DELHI RAJASTHAN VISIT

୫ ଦିନିଆ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ । ଜିଏସଟି ପରିଷଦ ଓ ପ୍ରାକ ବଜେଟ ପ୍ରସ୍ତୁତି ବୈଠକରେ ହେବେ ସାମିଲ ।

CM ON DELHI RAJASTHAN VISIT
CM ON DELHI RAJASTHAN VISIT (ETV Bharat Odisha)
author img

By ETV Bharat Odisha Team

Published : Dec 19, 2024, 10:14 PM IST

ଭୁବନେଶ୍ବର: ଆଜିଠୁ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 5 ଦିନିଆ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାକ୍ ବଜେଟ ପରାମର୍ଶ ବୈଠକ ଓ 55 ତମ ଜିଏସଟି ପରିଷଦ ବୈଠକରେ ସାମିଲ ହେବେ । ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପିକେ ଷଡ଼ଙ୍ଗୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ:

କେନ୍ଦୁଝର ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ନୂଆଦିଲ୍ଲୀ ଓ ରାଜସ୍ଥାନ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ମୋହନ 5 ଦିନିଆ ଗସ୍ତରେ ଯାଇଛନ୍ତି । ଆଜି ରାତିରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଚାଣକ୍ୟପୁରୀରେ ହୋଟେଲରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳୁ ରାଜସ୍ଥାନର ଜୟପୁର ଆଭିମୁଖ୍ୟ ବାହାରିବେ ମୁଖ୍ୟମନ୍ତ୍ରୀ । ସକାଳ ପ୍ରାୟ ସାଢେ 7ରେ ଜୟପୁରରେ ପହଞ୍ଚିବେ । ସେଠାରୁ ଓହ୍ଲାଇ ସାଢ଼େ ୯ଟାରେ ଜୈସାଲମେର ଅଭିମୁଖେ ବାହାରିବେ । ପ୍ରାୟ 11ଟାରେ ଜୈସାଲମେର ବିମାନବନ୍ଦରରେ ଓହ୍ଲାଇ ଆଇଟିସି ହୋଟେଲରେ ଅବସ୍ଥାପନ କରିବେ । ଅପରାହ୍ନ 4ଟାରେ ପ୍ରାକ୍ ବଜେଟ ପରାମର୍ଶ ବୈଠକରେ ସାମିଲ ହେବାକୁ ଥିବା କାର୍ଯ୍ୟକ୍ରମସ୍ଥଳକୁ ମୁଖ୍ୟମନ୍ତ୍ରୀ ଯିବେ । ପ୍ରାୟ 3 ଘଣ୍ଟା ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଏହାପରେ ହୋଟେଲ ଫେରି ଆସି ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ ।

କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ମୋହନ:

ଶନିବାର ପୂର୍ବାହ୍ନ 11ଟା ରେ ଆୟୋଜିତ ଜିଏସଟି ପରିଷଦ ବୈଠକରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଯିବେ । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାୟ 3 ଘଣ୍ଟା ରହିବେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଫେରି ଆସିବେ । ରବିବାର ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସିକ କମିଶନଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସୋମବାର ଦିନ ତମାମ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗସ୍ତ ଶେଷ କରି ଫେରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...'କେନ୍ଦୁଝର ହେବ ଶିଳ୍ପ ଅଗ୍ରଣୀ ଜିଲ୍ଲା', ଗୋନାସିକା ମହୋତ୍ସବରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଏହା ବି ପଢନ୍ତୁ...ସହଯୋଗୀଙ୍କ ଦେହାନ୍ତରେ ଦିଲ୍ଲୀ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ ପାଇଁ ଯିବେ କେନ୍ଦୁଝର

ପ୍ରଥମ ଥର ଏହି ସବୁ ବୈଠକରେ ଯୋଗ ଦେବେ ମୋହନ:
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବହୁ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ପ୍ରଥମ ଥର ଲାଗି ପ୍ରାକ ବଜେଟ ପରାମର୍ଶ ବୈଠକ ଓ ଜିଏସଟି ପରିଷଦ ବୈଠକରେ ସାମିଲ ହେବେ । ଉଭୟ ବୈଠକରୁ ଅନେକ ଅଭିଜ୍ଞତା ଲାଭ କରିବେ । ଏହା ସହିତ ରାଜ୍ୟର ଆଭିମୁଖ୍ୟ ଓ ଦାବି ମଧ୍ୟ ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ । ଗତ କେନ୍ଦ୍ରୀୟ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ ଛାଡି ଦେଲେ ଓଡିଶା ଲାଗି ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ନଥିଲା। ତେଣୁ ଆସନ୍ତା ବଜେଟରେ ସ୍ୱତନ୍ତ୍ର ଅନୁଦାନ ଲାଗି ମୁଖ୍ୟମନ୍ତ୍ରୀ ଦାବି କରିପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.