ETV Bharat / state

ମାଷ୍ଟରକ୍ୟାଣ୍ଟିନରେ ସଂସଦ ତାତି, ଜଳିଲା ରାହୁଲ-ଶାହଙ୍କ କୁଶପୁତ୍ତଳିକା - BJP CONGRESS PROTEST

ସଂସଦରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ମରାଯିବା ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ । କଂଗ୍ରେସ କଲା ବିକ୍ଷୋଭ ।

ମାଷ୍ଟରକ୍ୟାଣ୍ଟିନରେ ସଂସଦ ତାତି
ମାଷ୍ଟରକ୍ୟାଣ୍ଟିନରେ ସଂସଦ ତାତି (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ଘଟଣାକୁ ନେଇ ରାଜଧାନୀରେ ବିକ୍ଷୋଭ । ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଜୋରଦାର ଆନ୍ଦୋଳନ କରାଯାଇଛି । ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରି ଜୋରଦାର ପ୍ରତିବାଦ କରିଛି ବିଜେପି । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଏବଂ କ୍ଷମା ପ୍ରାର୍ଥନା ଦାବିରେ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ବିକ୍ଷୋଭ କରାଯାଇଛି ।

ମାଷ୍ଟରକ୍ୟାଣ୍ଟିନରେ ଯୁବମୋର୍ଚ୍ଚାର ବିକ୍ଷୋଭ:

ମାଷ୍ଟରକ୍ୟାଣ୍ଟିନରେ ସଂସଦ ତାତି (ETV Bharat Odisha)

ସଂସଦରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ମରାଯିବା ଓ ଆହତ ହେବା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଓଡିଶା ଶାଖା ପକ୍ଷରୁ ଜୋରଦାର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଯୁବ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ଏକ ବଡ଼ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ଟାୟାର ଜାଳି ପ୍ରତିବାଦ କରାଯାଇଛି । ରାହୁଲ ନିଜର ଏହି କାର୍ଯ୍ୟ ପାଇଁ ତୁରନ୍ତ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର ନେତା ।

Bjp and congress protest
Bjp and congress protest (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ

କିଏ ପ୍ରତାପ ଷଡଙ୍ଗୀ, କାହିଁକି ଆଜି ଚର୍ଚ୍ଚାରେ ?

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

କ୍ଷମା ପ୍ରାର୍ଥନା ଦାବିରେ ମାଷ୍ଟିର କ୍ୟାଣ୍ଟିନରେ କଂଗ୍ରେସ ବିକ୍ଷୋଭ:

ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଏବଂ କ୍ଷମା ପ୍ରାର୍ଥନା ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ବିଧାନକୁ 75 ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ଆୟୋଜିତ ବିତର୍କ ବେଳେ ଆମ୍ବେଦକରଙ୍କ ପ୍ରତି ଶାହଙ୍କ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ଦଳ । ଏଣୁ କ୍ଷମା ପ୍ରାର୍ଥନା ସହ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବି କରୁଛି କଂଗ୍ରେସ । ମାଷ୍ଟର କ୍ୟାଣ୍ଟିନ ଛକରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।

ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ:

ଆମ୍ବେଦକରଙ୍କୁ ଅସମ୍ମାନ କରିବା ଦ୍ୱାରା ବିଜେପିର ଅସଲ ଚେହେରା ପଦାରେ ପଡିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ତେଣୁ ତୁରନ୍ତ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ । ସମ୍ବିଧାନ ପ୍ରତି ବିଜେପିର ବିଶ୍ୱାସ ନ ଥିବା ଏହି କଥାରୁ ପ୍ରମାଣିତ ହେଉଥିବା ଦଳ ଅଭିଯୋଗ କରିବା ସହ ଶତାଧିକ କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସେପଟେ ପ୍ରତାପ ଷଡଙ୍ଗୀ ଆହତ ଘଟଣାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୁରେଶ କହିଛନ୍ତି, ‘ସଂସଦ ଥିବା ବେଳେ ୨୦୧୯- ୨୦୨୪ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପିଲାଳିଆମୀ ଦେଖିଛନ୍ତି । ସେ କେତେବେଳ କଣ କୁହନ୍ତି ଆଉ କରନ୍ତି ସେଥିରେ କୌଣସି ଭରସା ନାହିଁ । ରାହୁଲଙ୍କ ଏହିଭଳି ଆଚାର ପାଇଁ କଂଗ୍ରେସ ଦଳ ଆଗକୁ ଯାଇ ପାରୁନାହିଁ । ଯାହାଙ୍କର ଛୋଟ ଛୋଟ ଆଚରଣ ପରିବର୍ତ୍ତନ ହୋଇନି ସେ ଚାହୁଁଛନ୍ତି ଦେଶକୁ ପରିବର୍ତ୍ତନ କରିବା ପାଇଁ ।’

ଇଟିଭି ଭାରତ, ଭୁବନେଶ୍ବର ଓ ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.