ଭୁବନେଶ୍ବର: ଜାନୁଆରୀରେ ହେବ ପକ୍ଷୀ ଗଣନା । ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ । ଜାନୁଆରୀ ୧୮ ତାରିଖରେ ହେବ ପକ୍ଷୀ ଗଣନା । ତେବେ ପକ୍ଷୀ ଗଣନା ପକ୍ରିୟା ୧୬ ତାରିଖରୁ ଆରମ୍ଭ ହେବ ।
ରାଜ୍ୟରେ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା:
ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା । ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଂ କରାଯିବ । "ରାଜ୍ୟରେ ଗୋଟିଏ ଦିନରେ ହେବ ସମସ୍ତ ପକ୍ଷୀ ଗଣନା। ଜାନୁୟାରୀ ୧୮ରେ ହେବ ଗଣନା । ୧୬ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ । ବିଶେଷ ଭାବରେ ଚିଲିକା, ଭିତରକନିକା ଭଳି ହୀରାକୁଦ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯିବାର ବ୍ୟବସ୍ଥା କରାଯାଇଛି" ବୋଲି କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ।
ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ:
"ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ ରିଙ୍ଗ । ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ । ଯାହା ଫଳରେ ପକ୍ଷୀ ଗଲାବେଳେ ମଧ୍ୟ ସାଇବେରିଆ ଯାଉଛନ୍ତି କି ଆଉ କେଉଁ ସ୍ଥାନକୁ ଯାଉଛନ୍ତି ଯାହା ସହଜରେ ଜାଣିହେବ" ବୋଲି କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ।
ଏହା ମଧ୍ୟ ପଢନ୍ତୁ:- ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା ଏହା ମଧ୍ୟ ପଢନ୍ତୁ ...ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE |
ପକ୍ଷୀମାନଙ୍କୁ ଖାଦ୍ୟ ନଦେବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ:
ଚିଲିକାକୁ ଲକ୍ଷ ଲକ୍ଷ ମାତ୍ରାରେ ବିଦେଶୀ ପକ୍ଷୀ ଆସିଥାନ୍ତି । ଏହାକୁ ଦେଖିବାକୁ ଅନେକ ଟୁରିଷ୍ଟ ମାନେ ଭରପୁର ମଜା ମଧ୍ୟ ନେଇଥାନ୍ତି । କିନ୍ତୁ ଅନେକ ସମୟରେ ପର୍ଯ୍ୟଟକମାନେ ପକ୍ଷୀମାନଙ୍କୁ ଖୁବ କମ ନିକଟରୁ ଦେଖିବାକୁ ମନ ବଳାଇଥାନ୍ତି । ଯାହା ଫଳରେ ବିସ୍କୁଟ, ଲେଜ, କୁର୍କୁରି ଭଳି ଅନନ୍ୟ ଖାଦ୍ୟ ଦ୍ଵାରା ଆକ୍ରୁଷ୍ଟ କରିଥାନ୍ତି । ଯାହା ଫଳରେ ପକ୍ଷୀମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି । ଏହାସହ ଚଢେଇମାନଙ୍କୁ ରୋଗ ମଧ୍ୟ ବ୍ୟାପିପାରେ । ଯଦି ଗୋଟିଏ ଚଢେଇ କିଛି ଅସୁବିଧା ହୁଏ ତେବେ ଅନ୍ୟ ଚଢେଇଙ୍କୁ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ବାରମ୍ବାର ଟୁରିଷ୍ଟମାନଙ୍କୁ ସଚେତନ କରାଯାଉଥିବାବେଳେ ଅନେକ ସମୟରେ ନିୟମ ଭାଙ୍ଗି ସେମାନେ ଚଢେଇଙ୍କୁ ଖାଦ୍ୟ ଦେଇଥାନ୍ତି । ଚଢେଇମାନଙ୍କୁ ଟୁରିଷ୍ଟମାନେ ଖାଦ୍ୟ ନଦେବାକୁ ବୋଟ ମାଲିକମାନଙ୍କୁ ସଚେତନ କରାଯାଇଛି ।
ବିଦେଶୀ ପକ୍ଷୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଚିଲିକା:
- ୨୦୨୪ - ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ
- ୨୦୨୩ - ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ
- ୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
- ୨୦୨୦-୨୧ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ
- ୨୦୧୯-୨୦- ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
- ୨୦୧୮-୧୯- ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
- ୨୦୧୭-୧୮- ୯୫ ପ୍ରଜାତିର ୮.୬୮ ଲକ୍ଷ
- ୨୦୧୬-୧୭ -୧୦୦ ପ୍ରଜାତିର ୯.୨୪ ଲକ୍ଷ
ଭିତରକନିକାକୁ ଆସିଥିବା ପକ୍ଷୀଙ୍କ ସଂଖ୍ୟା
- ୨୦୨୩-୨୪ ରେ ୧୩୦୧୨୩ ଟି
- ୨୦୨୨ -୨୩ ରେ ୧୨୩୮୬୭ଟି
- ୨୦୨୧-୨୨-୧୪୪ ପ୍ରଜାତିର ୧.୩୮ ଲକ୍ଷ
- ୨୦୨୦-୨୧- ୧୨୧ ପ୍ରଜାତିର ୧.୩୬ ଲକ୍ଷ
- ୨୦୧୯-୨୦-୧୦୫ ପ୍ରଜାତିର ୧.୧୮ ଲକ୍ଷ
ଇଟିଭି ଭାରତ, ଭୁବନେଶ୍ବର