ଓଡିଶା

odisha

ETV Bharat / sports

ଆଇପିଏଲରେ ଆଜି ବେଙ୍ଗାଲୁରୁ-ଲକ୍ଷ୍ନୌ ମୁହାଁମୁହିଁ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ - IPL 2024

IPL 2024: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଆରସିବି ଓ ଏଲଏସଜି । ଦ୍ବିତୀୟ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Apr 2, 2024, 2:21 PM IST

ବେଙ୍ଗାଲୁରୁ: ଆଇପିଏଲ 17ତମ ସଂସ୍କରଣର ଆଜି (ମଙ୍ଗଳବାର) 15ତମ ମୁକାବିଲା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଚଳିତ ସିଜିନରେ ଦ୍ବିତୀୟ ବିଜୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 3ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେଣୁ ବିଜୟକୁ ଫେରିବାକୁ ବ୍ୟାକୁଳ ଡୁପ୍ଲେସି ଓ ନିକୋଲାସ ପୂରନଙ୍କ ବାହିନୀ ।

ଏହା ମଧ୍ୟ ପଢନ୍ତୁ-ବଦଳିବ କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖ, ଜାଣନ୍ତୁ କେବେ ହେବ ? - IPL 2024

ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି ସନ୍ଧ୍ୟା 7ଟା 30ରେ ଆରସିବି ଓ ଏଲଏସଜି ମଧ୍ୟରେ ମ୍ୟାଚ ଖେଳାଯିବ । ବେଙ୍ଗାଲୁରୁ ଟିମରେ ବିରାଟ କୋହଲି ଫର୍ମରେ ରହିଥିବା ବେଳେ ତାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର । 3ଟି ମ୍ୟାଚରେ କୋହଲି 181 ରନ ସଂଗ୍ରହ କରିଛନ୍ତି । ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ଆଜିର ମ୍ୟାଚରେ ମଧ୍ୟ କୋହଲିଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଦଳ ଆଶାବାଦୀ । ଅନ୍ୟପଟେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ପେସ ବୋଲର ବିସ୍ମୟ ମୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ନୂଆ ରେକର୍ଡ କରିଥିଲେ । ଘଣ୍ଟା ପ୍ରତି 156 କିଲୋମିଟର ବେଗରେ ବୋଲିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବିସ୍ମୟ । ଆରସିବି ବିପକ୍ଷରେ ସେ ଆଜି କିପରି ବୋଲିଂ କରିବେ ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ମାର୍ଚ୍ଚ 30 ତାରିଖରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମେ ବ୍ୟାଟିଂ କରି 20 ଓଭରରେ ଦଳ 8 ଓ୍ବିକେଟ ହରାଇ 199 ରନ କରିଥିଲା । କେଏଲ ରାହୁଲ ଏହି ମ୍ୟାଚରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିଲେ । ଫଳରେ ଦଳର ଅଧିନାୟକ ହୋଇଥିଲେ ପୂରନ । 4 ଓଭର ବୋଲିଂ କରି 27 ରନ ଦେଇ 3 ଓ୍ବିକେଟ ନେଇଥିଲେ ବିସ୍ମୟ ମୟଙ୍କ । ଏହି ମ୍ୟାଚରେ 21 ରନରେ ବିଜୟୀ ହୋଇଥିଲା ଦଳ । ମାର୍ଚ୍ଚ 29 ତାରିଖରେ ଏମ ଚିନ୍ନାସ୍ବାମୀରେ କୋଲକାକା ଓ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହୋଇଥିଲା । 7 ଓ୍ବିକେଟରେ କେକେଆର ଠାରୁ ପରାସ୍ତ ହୋଇଥିଲା ଆରସିବି । କୋହଲି ଅପରାଜିତ 83 ରନ କରିଥିଲେ ବି ଦଳକୁ ବିଜୟୀ କରିପାରିନଥିଲେ । କିନ୍ତୁ ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ।

ABOUT THE AUTHOR

...view details